ଯାତ୍ରା କଳାକାର ଦାମ ପଣ୍ଡା ଅସୁସ୍ଥ, ମେଡିକାଲରେ ଭର୍ତ୍ତି

Published By : Prameya-News7 Bureau | December 18, 2019 IST

ବାଲେଶ୍ବର ୧୮।୧୨: ଯାତ୍ରା ଖଳନାୟକ ଦାମ ପଣ୍ଡା ପୁଣି ଅସୁସ୍ଥ । କ୍ୟାନସର ରୋଗରେ ପୀଡିତ ହୋଇ ଅସୁସ୍ଥ ଅଛନ୍ତି ଦାମ ପଣ୍ଡା ।  ଗତ କିଛି ଦିନ ତଳେ ଚିକିତ୍ସା ହୋଇ ଯାତ୍ରା ପାଇଁ ମନ ବଳାଇଥିଲେ ଦାମ ପଣ୍ଡା , କିନ୍ତୁ ପୁଣି ଆଜି ସକାଳେ ଅସୁସ୍ଥ ହୋଇପଡିଛନ୍ତି । ଦାମ ପଣ୍ଡାଙ୍କୁ ଅସୁସ୍ଥ ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ ଯେ, ଗତ ରବିବାର ଦିନ ସଂଧ୍ୟାର ଗାନ୍ଧୀ ସ୍ମୃତି ଭବନରେ ଆୟୋଜିତ ଏକ ସଭାରେ ତାଙ୍କୁ ଆମେ ଶିଳ୍ପି ସମ୍ନାରେରେ ସନ୍ମାନିତ କରାଯାଇଥିଲା । ସ୍ମୃତି ଭବନରେ ସଭା ଚାଲୁଥିବା ସମୟରେ କିଛି ଦର୍ଶକ ତାଙ୍କୁ ଡାଇଲଗ କହିବା ପାଇଁ ଅନୁରୋଧ କରିଥିଲେ । କିନ୍ତୁ ଡାଇଲଗ କହିବା ସମୟରେ ହଠାତ ଅସୁସ୍ଥ ହୋଇପଡିଥିଲେ ।  ପରେ ଦର୍ଶକଙ୍କ ଅନୁରୋଧ କ୍ରମେ କିଛି ଡାଇଲଗ କହିଥିଲ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.