ମୋତେ ଯୌତୁକରେ ମିଳିଥିଲା ୨୦ ହଜାର ଟଙ୍କା...‘ହେ ପ୍ରଭୁ ମୋତେ କେବେ ଦବୁ'...

Published By : Prameya-News7 Bureau | July 05, 2020 IST

ଭୁବନେଶ୍ବର୫/୭: ଯାତ୍ରାଜଗତର ସୁପରିଚିତ କମେଡିଆ ଦୟା ନିଜ କମେଡି ମାଧ୍ୟମରେ ଦର୍ଶକଙ୍କୁ ଧୁମ୍‌ ହସାଇ ଥାଆନ୍ତି। କିନ୍ତୁ ଏକ ସ୍ବତନ୍ତ୍ର ସାକ୍ଷାତକାରରେ ଦୟା ଯାତ୍ରାଜଗତରେ କିପରି ଏଣ୍ଟ୍ରି କଲେ ଏବଂ ନିଜ ଜୀବନ ସଂଘର୍ଷ କାହାଣୀ ସଂପର୍କରେ କହିଛନ୍ତି। ନିଶା ନୁହେଁ, ପେଶା ଉଦ୍ଦେଶ୍ୟରେ ସେ ଯାତ୍ରାଜଗତରେ ଏଣ୍ଟ୍ରି କରିଥିଲେ।  ଦୀର୍ଘ ୧୭ ବର୍ଷ ସଂଘର୍ଷ କରିବା ପରେ ଦୟା ଏ ଜାଗରେ ପହଁଞ୍ଚିଛନ୍ତି। ଯାତ୍ରାରେ ପୂଜା କରିବାକୁ ସେ ଆସିଥିଲେ ହେଲେ ଯାତ୍ରା କମେଡିଆନ ହୋଇଗଲେ। ଦୟା ଯାହାଙ୍କୁ ପ୍ରେମ କରୁଥିଲେ, ତାଙ୍କୁ ହିଁ ବିବାହ କରିଛନ୍ତି। ଯାତ୍ରା କରିବା ବେଳେ ତାଙ୍କ ସ୍ତ୍ରୀ ତାରମଣିଙ୍କ ସହ ଦୟାଙ୍କର ଦେଖା ହୋଇଥିଲା। ବାହାଘରରେ ବାଟ ଖର୍ଚ୍ଚ ବାବଦକୁ ତାଙ୍କ ଶ୍ବଶୂର ଘର ଲୋକ ୨୦ ହଜାର ଟଙ୍କା ଦେଇଥିଲେ। ନୂଆ କଳାକାରମାନେ ଯାତ୍ରାରେ ପୁରୁଣା କଳାକାରଙ୍କୁ ସୁଯୋଗ ଦେଉ ନାହାନ୍ତି ? ଏହି ପ୍ରଶ୍ନରେ ଦୟା କହିଥିଲେ, ‘ହେ ପ୍ରଭୁ ମୋତେ କେବେ ଦବୁ’ । ଯେଉଁ ନୂଆ କଳାକାରମାନେ ଯାତ୍ରାକୁ ଆସୁଛନ୍ତି, ସେମାନେ କହୁଛନ୍ତି, ଟଙ୍କା ଏବଂ ମାନ ସମ୍ମାନ ଏକାଥରକେ ତାଙ୍କର ଦରକାର। ସେମାନେ ସଂଘର୍ଷ କରିବାକୁ ପ୍ରସ୍ତୁତ ନାହାନ୍ତି ବୋଲି ଦୟା କହିଥିଲେ। ଦେଖନ୍ତୁ ଦୟା କଣ କହୁଛନ୍ତି...

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.