ଯାତ୍ରା କମେଡିଆନ ଭିକାରୀ ଗୁରୁତର: ସହଯୋଗ କରିବେ ବୋଲି ରାଣୀ ପଣ୍ଡା ଦେଲେ ପ୍ରତିଶ୍ରୁତି

Published By : Prameya-News7 Bureau | November 22, 2020 IST

ଭୁବନେଶ୍ବର୨୨/୧୧: ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଯାତ୍ରାଜଗତର ପ୍ରସିଦ୍ଧ ହାସ୍ୟ କଳାକାର ବା କମେଡିଆନ ଭିକାରୀ ଦୁର୍ଘଟଣାରେ ଶିକାର ହୋଇଛନ୍ତି। ବର୍ତ୍ତମାନ ସେ ଗୁରୁତର ଅବସ୍ଥାରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଯାତ୍ରା ରିଅଲସିଏଲ ସାରି ଭୁବନେଶ୍ବରରୁ ଗାଁକୁ ଯିବା ରାସ୍ତାରେ ଭିକାରୀ ଦୁର୍ଘଟଣାର ଶିକାର ହୋଇଛନ୍ତି। ତାଙ୍କ ଗୋଡ଼ ସହ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି।

{"id":365800,"width":579,"height":315,"sizeSlug":"large"}

ଗୋଡଟି ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଯାଇଛି। ଯାତ୍ର ଅଭିନେତ୍ରୀ ରାଣୀ ପଣ୍ଡା ତାଙ୍କ ପାଖରେ ପହଞ୍ଚିଛନ୍ତି। ତାଙ୍କ ଚିକିତ୍ସା ପାଇଁ ସମସ୍ତ ଖର୍ଚ୍ଚ ବହନ କରିବେ ବୋଲି ରାଣୀ  କହିଛନ୍ତି। ଆସନ୍ତାକାଲି ଭିକାରୀଙ୍କ ଅପରେସନ ହେବ ବୋଲି ରାଣୀ କହିଛନ୍ତି। ଭିକାରୀଙ୍କ ଅପରେସନ ପରେ ୩ ମାସ ବିଶ୍ରାମ ନେବେ ବୋଲି ଡାକ୍ତର କହିଛନ୍ତି। ଆବଶ୍ୟକୀୟ ଅନୁସାରେ ତାଙ୍କୁ ସହଯୋଗ ଯୋଗାଇ ଦେବେ ବୋଲି ରାଣୀ କହିଛନ୍ତି।

{"id":365802,"sizeSlug":"large"}

ଅନ୍ୟପଟେ ଦୀର୍ଘ ୭ ମାସରୁ ଅଧିକ ଦିନ ହେବ କରୋନା କଟକଣା ଯୋଗୁଁ ଯାତ୍ରା ବନ୍ଦ ରହିଛି। ଦୁଃଖ-କଷ୍ଟରେ ଯାତ୍ରା କଳାକାରମାନେ ଦିନ କାଟୁଛନ୍ତି। ଏପଟେ ଭିକାରୀଙ୍କ ଏଭଳି ଅବସ୍ଥା ଆହୁରି ଦୁଃଖ ପହଞ୍ଚାଇଛି। ଏହି ଘଟଣା ପରେ ଯାତ୍ରା ଜଗତରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି। ଗୋଟେ ପଟେ ଯାତ୍ରା ବନ୍ଦ ଅନ୍ୟପଟେ ଭିକାରୀଙ୍କ ଏଭଳି ଅବସ୍ଥା ନିହାତି ଏକ ଦୁଃଖଦ ଘଟଣା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.