ଅପରେସନ୍ ପରେ ଭିକାରୀ ଏବେ ସୁସ୍ଥ: ସୋସିଆଲ ମିଡିଆରେ ପ୍ରଶଂସକ ଲେଖିଲେ, 'ଭଗବାନ ଆମ ଭାଇଙ୍କୁ ଭଲ କରି ଦେଲେ'

Published By : Prameya-News7 Bureau | November 24, 2020 IST

ଭୁବନେଶ୍ବର୨୪/୧୧: କିଛିଦିନ ତଳେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଥିଲା। ଯାତ୍ରା ଜଗତର ପ୍ରସିଦ୍ଧ କମେଡିଆନ ବା ହାସ୍ୟ ଅଭିନେତା ଭିକାରୀ ଦୁର୍ଘଟଣାର ଶିକାର ହୋଇ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଭିକାରୀଙ୍କ ଏଭଳି ଅବସ୍ଥା ଦେଖି ତାଙ୍କ ପ୍ରଶଂସକମାନେ ଦୁଃଖ ପ୍ରକାଶ କରିଥିଲେ। ଅନେକ ପ୍ରଶଂସକ ସୋସିଆଲ ମିଡିଆରେ ଭିକାରୀଙ୍କ ଫଟୋ ପୋଷ୍ଟ କରି ଲେଖିଥିଲେ, ଭଗବାନ ଆମ ଭାଇଙ୍କୁ ଭଲ କରି ଦେଲେ। ଯାତ୍ରା ଜଗତର ଅନେକ କଳାକାର ତାଙ୍କ ଆରୋଗ୍ୟ କାମନା କରିଥିଲେ। ମିଳିଥିବା ସୂଚନା ଅନୁସାରେ ବର୍ତ୍ତମାନ ସୁସ୍ଥ ଅଛନ୍ତି।

{"id":367114,"sizeSlug":"large"}

ଗତକାଲି କଟକର ଏକ ଘରୋଇ ହସ୍ପିଟାଲରେ ଭିକାରୀଙ୍କ ଗୋଡର ଅପରେସନ ହୋଇଛି। ଅପରେସନ ସଫଳ ହୋଇଛି। ଶରୀରର ଯେଉଁ ଅଂଶରେ ଆଘାତ ଲାଗିଥିଲା, ମେଡିସିନ ଖାଇବା ପରେ  ଏବେ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସେ ଚିକିତ୍ସାଧୀନ ଅବସ୍ଥାରେ ହସ୍ପିଟାଲରେ ଅଛନ୍ତି। ନିଜର ସକ୍ଷମ ଅନୁଯାୟୀ ଅଭିନେତ୍ରୀ ରାଣୀ ପଣ୍ଡା ଭିକାରୀଙ୍କୁ ସାହାଯ୍ୟ କରିଛନ୍ତି।  

{"id":367115,"sizeSlug":"large"}

ସୂଚନାଥାଉକି ଭୁବନେଶ୍ବରରୁ ରିୟଲସିଏଲ ସାରି ଘରକୁ ଫେରିବା ବେଳେ ଭିକାରୀଙ୍କ ଦୁର୍ଘଟଣା ହୋଇଥିଲା। ତାଙ୍କ ଗୋଡ ସହ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଥିଲା। ଗୋଡଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲା। ହସ୍ପିଟାଲରେ ଭର୍ତ୍ତି ପରେ ଅଭିନେତ୍ରୀ ରାଣୀ ପଣ୍ଡା ପହଞ୍ଚିଥିଲେ। ଭିକାରୀଙ୍କୁ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଭିକାରୀଙ୍କ ସୁସ୍ଥ ଖବର ଜାଣିବା ପରେ ତାଙ୍କ ପ୍ରଶଂସକଙ୍କ ମନରେ ଆନନ୍ଦ ଖେଳି ଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.