କଣ ଏମିତି ଘଟିଛି ଯାତ୍ରା ନାୟିକା ରାଧାଙ୍କ ଜୀବନରେ, ଯାହାକୁ ସେ ମୁହଁଖୋଲି କହି ପାରିବେନି? ବାହା ହୋଇ ସବୁ ଦିନ ପାଇଁ ଯାତ୍ରାରୁ ନେବେ ବିଦାୟ

Published By : Prameya-News7 Bureau | January 21, 2019 IST

ଭଦ୍ରକ ୨୧|୧: ରୁବି ତୋର ରୂପ ହଜାରେ, ବନ୍ଧା ପଡିଛି ମୋ ବାହା ମୁକୁଟ, କେମିତିକା ନାରୀ ତୁ, ଆଖି ତୁ କାନ୍ଦନା, ଲୁହରେ ଲୁହରେ ଲଭ ଷ୍ଟୋରୀ, ଆମ ଗାଁ ଜଗନ୍ନାଥ ତମ ଗାଁ ଆଲ୍ଲା, ଏମିତି ଅନେକ ସଫଳ ନାଟକରେ ସେ ଅଭିନୟ କରିଛନ୍ତି । ଶିବାନୀ ଆଉ ତୁଳସୀ ଗଣନାଟ୍ୟରେ ଲମ୍ବା ଇନିଂସ ଖେଳିବା ପରେ ଏବେ ଅପେରା ସ୍ବର୍ଣ ମହଲରେ ଅଭିନୟ ଜାରି ରଖିଛି । ଆମେ କହୁଛୁ ସେହି ଲୋକପ୍ରିୟ ଯାତ୍ରା ନାୟିକା ସସ୍ମିତା ମହାପାତ୍ରଙ୍କ କଥା । ତବେ ସସ୍ମିତା କହିଲେ ଓଡିଆ ଯାତ୍ର ଜଗତ ତାଙ୍କୁ ଜାଣି ପାରିବ ନାହିଁ, ସେ ରାଧା ନାମରେ ପରିଚିତା । ରାଧା ନୁହେଁ ତ, ସୁନ୍ଦରୀ ରାଧା । ରୂପ ଯେମିତି କଣ୍ଠ ସ୍ବର ବି ସେମିତି । 

{"id":76609}

ଜଗତସିଂହପୁର ଜିଲ୍ଲା ପଳସୁଧା ଗାଁରେ ତାଙ୍କର ଘର । ନବମ ଶ୍ରେଣୀରେ ପଢୁଥିବା ବଳେ ମଂଚକୁ ପଳାଇ ଆସିଲେ । ଶିଶୁ କଳାକାରରୁ ଡ୍ୟାନ୍ସ, ବହୁ ସଂଘର୍ଷ ପରେ ଅଭିନୟର ସୁଯୋଗ ପାଇଲେ । ଆଉ ଏବେ,  ସେ ଜଣେ ଆଗଧାଡିର ନାୟିକା । ତାଙ୍କ ଅଖି, ଆଉ ନାକ ପାଇଁ ତାଙ୍କୁ ସୁନ୍ଦରୀ ରାଧା ବୋଲି ଫ୍ୟାନ୍ସ ଡାକନ୍ତି ।  ହାଇଟ୍ ଅନୁସାରେ ଓଟେ୍, ନିଜକୁ ପୁରା ମଂଟେନ କରି ରଖିଛନ୍ତି ରାଧା । 

{"id":76610,"width":577,"height":618}

ତବେ ତାଙ୍କୁ ନେଇ ଇଷ୍ଟ୍ରିରେ ପୂରା ଚର୍ଚ। ହୁଏ ବୋଲି କହନ୍ତି ରାଧା । ତାଙ୍କ ଜୀବନରେ ଏମିତି ଘଟିଛି ଯେ, ସେ କ୍ୟାମରା ଆଗରେ କହିପାରିବେନି ବୋଲି କହିଲେ । ନିଜ ଛାତି ଭିତରେ ସେ ଚାପି ରଖିଛନ୍ତି। ଯେଉ ଦିନ ସେ ମଂଚକୁ ବାଏ ବାଏ କରିବେ, ସେଦିନ ସବୁ କଥା ସେ ଓଗାଳି ପକାଇବେ ବୋଲି ନ୍ୟୁଜ7 କୁ ରାଧା କହିଛନ୍ତି । ସେ ବିବାହ କରି ନାହାନ୍ତି ।  ତବେ ସେ ଖୁବ୍ ଶୀଘ୍ର ବିବାହ କରିବେ ବୋଲି ରାଧା କହିଛନ୍ତି । ତବେ କାହାକୁ ନେଇ ଚର୍ଚ। ହୁଏ, ସେ କଥା କିଛି କହିଲେନି ସେ ।

{"id":76611,"width":552,"height":637}

କେବଳ ଏତିକି କହିଲେ ଯାତ୍ରା ଇଷ୍ଟ୍ରି ଏବେ ଭଲ ନାହିଁ । ସେ ବିବାହ କରିବା ପରେ ମଂଚରୁ ବିଦା ହୋଇଯିବେ । ସବୁଦିନ ପାଇଁ ନିଜ ଗୋଡରୁ ଘୁଙ୍ଗୁରକୁ ଖୋଲିଦେଇ ପାଉଜିକୁ ଆପଣାଇ ନେବେ । ତବେ ରାଧାଙ୍କ ଜୀବନରେ ଏମିତି କଣ ଘଟିଛିଯେ ସେ ସେକଥାକୁ କହି ପାରିବେ ନାହିଁ, ଆଉ ମଂଚରୁ ଦୂରେଇ ଯିବେ । ଖୋଲିକି ସିନା କହିଲେ ନାହିଁ, ହଲେ କେମିତିକା ନାରୀ ତୁ ନାଟକ,  ତାଙ୍କ ଜୀବନ ନାଟକ ସହ ମିଶିଯାଉଛି, ଭାବ ବିହ୍ବଳ ହୋଇ କହିଥିଲେ ରାଧା ।  ଆଉ ସେ ଭାବ ବିହ୍ବଳ ହେବା ପରେ, ଆମେ ତାଙ୍କୁ ସେହି ନାଟକ- କେମିତିକା ନାରୀ ତୁ ର ଗୋଟେ ସଂଳାପ କହିହାକୁ କହିଥିଲୁ । ସେ ଅତି ସୁନ୍ଦର ଭାବେ ସେ ସଂଳାପ କହିଥିଲେ । 

{"id":76612,"width":561,"height":607}
wp:core-embed/youtube {"url":"https://youtu.be/3RLTW7tfOCc","type":"video","providerNameSlug":"youtube","className":"wp-embed-aspect-16-9 wp-has-aspect-ratio"}
https://youtu.be/3RLTW7tfOCc
/wp:core-embed/youtube

ରିିପୋର୍ଟ-ସର୍ବଶ୍ବେର ନାଥ 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.