‘’ମନ୍ତ୍ରୀଠୁ କଲେକ୍ଟର, ସମସ୍ତେ ମୋତେ ଉପଭୋଗ କଲେ...ତୁ ବି କରୁନୁ’’: ମାମା ମୁହଁର ଏଇ କଥା ତାଙ୍କୁ କରିଦେଲା ‘ଗଙ୍ଗାଠୁ ପବିତ୍ର ଗଙ୍ଗଶିଉଳି’- ଜାଣନ୍ତୁ କେମିତି

Published By : Prameya-News7 Bureau | January 08, 2019 IST

ଭଦ୍ରକ ୮|୧: ମନ୍ତ୍ରୀଠୁ କଲେକ୍ଟର , ସମସ୍ତେ ମୋତେ ଉପଭୋଗ କଲେ । ଆଉ ତୁ କାହିଁକି ଭୁକୁଛୁ, ତୋର ଯଦି ଇଛା ହେଉଛି -ମୋତେ ଉପଭୋଗ କରିବାକୁ, ତାହଲେ ମୋତେ ମନଭରି ଉପଭୋଗ କରୁନୁ । ତୁ ବି ଖୁସି, ଆଉ ମୁଁ ବି ଖୁସି । ଜେଲରୁ ନାୟିକା ବାହାରିବା ବଳେ କୁକୁର ଭୋକୁଛି । କୁକୁରକୁ ଏମିତି ସଂଳାପ କହୁଛି ନାୟିକା ।

{"id":71694}

ରଙ୍ଗମହଲର ଆସନ୍ତା ବର୍ଷର ନାଟକ - ଗଙ୍ଗାଠୁ ପବିତ୍ର ଗଙ୍ଗଶିଉଳିରେ ଏମିତି ଏକ ଦୃଶ୍ୟ ଓ ସଂଳାପ ରହିଛି । ପ୍ରଯୋଜକ ସତ୍ୟ ଜେନା ଏହି ନାଟକର ସଫଳତା ନେଇ ବେଶ୍ ଆଶାବାଦୀ ଅଛନ୍ତି । ରାଜେନ୍ଦ୍ର ରାଉଳ ଓ ମହେଶ ହାଜାରିଆ ଏହି ନାଟକର ରଚନା ଓ ନିର୍ଦ୍ଦଶେନା ଦାୟିତ୍ବ ସମ୍ଭାଳିବେ ବୋଲି ସତ୍ୟ ଜେନା କହିଛନ୍ତି । 

{"id":71691}

  ସେହିପରି ନାଟ୍ୟକାର ଅରୁଣ ବାରିକ ଓ ଯୁବ ତଥା ସଫଳ ନିର୍ଦ୍ଦଶେକ ତାପସ ସ୍ବାଇଁ ଏକ ଭିନ୍ନ ସ୍ବାଦର ନାଟକ ଆସନ୍ତା ବର୍ଷ ପାଇଁ ପ୍ରସ୍ତୁତ କରୁଛନ୍ତି । ନାଟକର ନାଁ ରହିଛି- ମୁଁ ସେହି ଭଦ୍ରିକିଆ ଟୋକା । ଭଦ୍ରିକିଆ ଟୋକା ଭୂମିକାରେ ଅଭିନୟ କରୁଛନ୍ତି ସୁବାସ ବହେରା । ନାୟକ ସୁବାସଙ୍କ ଘର ବି ଭଦ୍ରକ ଜିଲ୍ଲାରେ ।

{"id":71695}

ରାଜ୍ୟର ବିଭିନ୍ନ ଅଂଚଳର ନାମକୁ ନେଇ ଏମିତି କିଛି ନାଟକ ପରିବେଷଣ କରାଯିବ ବୋଲି ରଙ୍ଗ ମହଲର ପ୍ରଯୋଜକ ସତ୍ୟ ଜେନା କହିଛନ୍ତି । 

{"id":71692}

 ଆସନ୍ତା ବର୍ଷ ପାଇଁ ରଙ୍ଗମହଲର ତୃତୀୟ ନାଟକ -ସ୍ବାମୀ ମରିଗଲେ କାନ୍ଦିବି ନାହିଁ। ଆଉ ଏହି ନାଟକକୁ ପ୍ରସ୍ତୁତ କରିବେ ଗଣେଶ ରାଉତ ଓ ଗୁରୁ ମିଶ୍ର। ଗଙ୍ଗାଠୁ ପବିତ୍ର ଗଙ୍ଗ ଶିଉଳି, ମୁଁ ସେହି ଭଦ୍ରିକିଆ ଟୋକା, ସ୍ବାମୀ ମରିଗଲେ କାନ୍ଦିବି ନାହିଁ. ଏହି ତିନିଟି ନାଟକ ଆସନ୍ତା ବର୍ଷ ରଙ୍ଗମହଲ ପ୍ରସ୍ତୁତ କରିବ। ଆଉ ସବୁ ନାଟକ ହିଟ୍ ହେବ ବୋଲି ପ୍ରଯୋଜକ ସତ୍ୟ ଜେନା ଦୃଢତାର ସହ କହିଛନ୍ତି। ଆସନ୍ତା ବର୍ଷ ପାଇଁ ନାୟକ ସୁବାସ ଓ ନାୟିକା ମାମା ଚୂଡାନ୍ତ ହୋଇଯାଇଥିବା ପ୍ରଯୋଜକ କହିଛନ୍ତି। 

{"id":71693}

ରିପୋର୍ଟ- ସର୍ବେଶ୍ବର ନାଥ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.