Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖୋର୍ଦ୍ଧା : ସାରୁଆରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି
  • ||
  • ବାରିପଦା : କୋଭିଡ ନିୟମକୁ ବେଖାତିର, ୫ଟି ଦୋକାନ ସିଲ୍‌
  • ||
  • ସମ୍ବଲପୁର : ଗୋଶାଳା କଲପଡାରେ ଖାଲରେ ଖସିପଡି ୨ ଶିଶୁ ମୃତ
  • ||
  • ଢେଙ୍କାନାଳ : ଭିଜିଲାନ୍ସ ଜାଲରେ ଥାନା ଅଧିକାରୀ, ଯୌତୁକ ମାମଲାରେ ଦଫା କାଟିବାକୁ ନେଉଥିଲେ ୬ହଜାର ଟଙ୍କା
  • ||
  • ନବରଙ୍ଗପୁର : କୁନ୍ଦେଇ ସରପଞ୍ଚ ନିଲମ୍ବିତ, ଭାରତମାଳା ଯୋଜନାକୁ ବିରୋଧ କରିବାରୁ କାର୍ଯ୍ୟାନୁଷ୍ଠାନ
  • ||
  • ୨ ଦିନିଆ କନ୍ଧମାଳ ଗସ୍ତରେ ଶିଶୁ ସୁରକ୍ଷା ଅଧିକାର ଅଧ୍ୟକ୍ଷା
  • ||
  • ବ୍ରହ୍ମପୁର : ବ୍ରହ୍ମପୁର ଫାଷ୍ଟଗେଟ୍ ଅଞ୍ଚଳରୁ ଜଣଙ୍କ ମୃତଦେହ ଠାବ, ହତ୍ୟା ସନ୍ଦେହ
  • ||
  • ନୀଳଗିରି: ହାତୀ ଆତଙ୍କରେ ଅଞ୍ଚଳବାସୀ
  • ||
  • ମାଲକାନଗିରି : ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ
  • ||
  • କେନ୍ଦୁଝର : ବାଇକ୍ ଧକ୍କାରେ ଜଣେ ଗୁରୁତର, ମେଡିକାଲରେ ଭର୍ତ୍ତି
  • ||

ଯାତ୍ରା ଅଭିନେତ୍ରୀ ମାମା: ବିବାହ ପରେ ବି ୭ଜଣ ଅଭିନେତା କରିଥିଲେ ପ୍ରେମ ନିବେଦନ, ଶୁଣନ୍ତୁ ମାମାଙ୍କ ମୁହଁରୁ ପୁରା କାହାଣୀ

29/11/2018 at 2:14 PM

ଭଦ୍ରକ ୨୮/୧୧: ଓଡ଼ିଆ ଯାତ୍ରା ଜଗତର ଜଣେ ଆଗ ଧାଡ଼ିର ନାୟିକା, ନାଁ ତାଙ୍କର ରଶ୍ମିପ୍ରଭା ସାହୁ । ତେବେ ଏଇ ନାଁ କହିଲେ ଯାତ୍ରା ଇଣ୍ଡଷ୍ଟ୍ରିରେ କେହି ତାଙ୍କୁ ଜାଣି ପାରିବେ ନାହିଁ । ସେ ମାମା ନାଁରେ ବେଶ ପରିଚିତ । ହଁ ଆମେ କହୁଛି ସେହି ରଙ୍ଗମହଲର ନାୟିକା ମାମାଙ୍କ କଥା ।

ସ୍ୱାମୀମାନେ ସାବଧାନ, ଅଧେ ତୋର ଅଧେ ମୋର, କଣ୍ଢେଇ ନାଚ, କାଲି ରାତିରେ କୋଉଠି ଥିଲ? ଆଦି ନାଟକର ନାୟିକା ସେ । ରୂପ ତାଙ୍କର ଯେମିତି ଆଉ ଅଭିନୟ ବି ସେମିତି । ସେ ଡାଇଲଗ୍ କୁଇନ୍ । ମାମା ତାଙ୍କ ଜୀବନର କିଛି ଅକୁହା କଥା ଆମକୁ କହିଛନ୍ତି । ଯାତ୍ରା ପାର୍ଟିରେ ପାଦ ଦେବାପରେ ସେ ଡ୍ୟାନ୍ସ କରୁଥିଲେ । ଡ୍ୟାନ୍ସ୍ କରୁ କରୁ ସେ ହିରୋଇନ ପାଲଟି ଯାଇଛନ୍ତି । ଆଉ ଅଭିନେତା ଗୁନୁକୁ ସେ ବିବାହ କରିଛନ୍ତି ।

କୋଣାର୍କ ଗଣନାଟ୍ୟର ନାଟକ “କାଲି ରାତିରେ କୋଉଠି ଥିଲ”ରେ ମାମାକୁ ମିଳିଥିଲା ପ୍ରଥମ ବ୍ରେକ୍ । ତେବେ “କଣ୍ଢେଇ ନାଚ” ନାଟକ ତାଙ୍କୁ ଦର୍ଶକଙ୍କ ପାଖରେ ପହଞ୍ଚାଇ ଥିଲା ।ଆଉ ତାପରେ ମାମା ପଛକୁ ଫେରି ନାହାନ୍ତି । ରଙ୍ଗମହଲ, କୋଣାର୍କ ଓ ଇନ୍ଦ୍ରଭୂବନ ଆଦି ଯାତ୍ରା ଅନୁଷ୍ଠାନରେ ସେ ନାୟିକା ଭାବେ ବେଶ୍ ନାଁ କମାଇଛନ୍ତି । ତେବେ ଏଥର ରଙ୍ଗମହଲର ନାୟିକା ଭାରତୀ ଓ ଖଳନାୟକ ପିୟୁଷଙ୍କର ପରକୀୟାପ୍ରୀତି ପାଇଁ ମଞ୍ଚରୁ ବିଦା ହେବାକୁ ପଡ଼ିଥିଲା । ଆଉ ଭାରତୀ ବିଦା ହେବାପରେ ରଙ୍ଗମହଲର କିଛି ନାଟକରେ ମାମାକୁ ମିଳିଛି ଲିଡ୍ ରୋଲ । “କେମିତି ରାତି କେମିତି ସାଥୀ” ନାଟକରେ ମାମାଙ୍କ ଅଭିନୟ ଦର୍ଶକଙ୍କ ମନ କିଣି ନେଇଛି । ମାମାଙ୍କ ରୂପ, ଅଭିନୟ ଆଉ କଣ୍ଠସ୍ୱର ପାଇଁ ସେ ଯାତ୍ରା ଇଣ୍ଡଷ୍ଟ୍ରୀର ଜଣେ ଭିନ୍ନ ଧରଣର ନାୟିକା ।

ହେଲେ ମାମା ବିବାହ କରିସାରିବା ପରେ ଯାତ୍ରା ଇଣ୍ଡଷ୍ଟ୍ରୀର ସାତ ଜଣ ଆଗ ଧାଡ଼ିର କଳାକାର ତାଙ୍କୁ ପ୍ରେମ ନିବେଦନ କରିଥିବା ସେ ନ୍ୟୁଜ୍‌7 କୁ କହିଛନ୍ତି । ତେବେ ସେମାନଙ୍କ ପ୍ରେମକୁ ଆଡ଼େଇ ଦେଇ ତାଙ୍କ ସ୍ୱାମୀଙ୍କ ନିକଟରେ ସବୁ କହି ଦେଇଛନ୍ତି । ତେବେ ପରକୀୟା ପ୍ରୀତି ସବୁଠି ଚାଲିଛି । ଆଉ ଯାତ୍ରା ଇଣ୍ଡଷ୍ଟ୍ରୀରେ ଟିକେ ଅଧିକା ବୋଲି ମାମା ନିଜେ କହିଛନ୍ତି । ଡ୍ୟାନ୍ସ୍ କରିବା ପାଇଁ ଯାତ୍ରାପାଟିକୁ ଆସିଥିବା ମାମା ଆଜି ନାୟିକା ପାଲଟି ଯାଇଛନ୍ତି । ଆଉ ସେଥିପାଇଁ ସେ ପରିଚାଳକ ମନୋଜ ନାୟକଙ୍କୁ ଦେଇଛନ୍ତି ଅଶେଷ ଅଶେଷ ଧନ୍ୟବାଦ । 

   Related Posts