ଶ୍ରୀଗୁଣ୍ଡିଚାରେ ବାହୁଡ଼ି ଗଲେ ଯାତ୍ରା ଅଭିନେତା ପ୍ରଭାତ ନାୟକ

Published By : Prameya-News7 Bureau | June 23, 2020 IST

ବାଲେଶ୍ବର୨୩/୬: ଖ୍ୟାତନାମା ଯାତ୍ରା ଅଭିନେତା ପ୍ରଭାତ କୁମାର ନାୟକ ଆଉ ନାହାନ୍ତି। ଆଜି ପୂର୍ବାହ୍ନରେ ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଯାଇଛି। ସେ କିଡ଼ନୀ ଜନିତ ରୋଗରେ ଆକ୍ରାନ୍ତ ହୋଇ ଏମ୍ସରେ ଚିକିତ୍ସାଧୀନ ଥିଲେ। ସେ ସୋର ବ୍ଲକ ମହୁମୁହାଣ ଗ୍ରାମରେ ୧୬୬୧ ମସିହା ମାର୍ଚ୍ଚ ୭ ତାରିଖରେ ଜନ୍ମଗ୍ରହଣ କରିଥିଲେ। ଅଭିନୟ ନିଶାରେ କଲେଜରୁ ପାଠପଢା ଛାଡି ୧୯୭୫ ମସିହାରେ ମୁକ୍ତେଶ୍ଵର ଅପେରାରେ ଯୋଗ ଦେଇଥିଲେ।

ଏହାପରେ ଆଖଣ୍ଡଳମଣି ଗଣନାଟ୍ୟ, ଜଟାଧାରୀ, ପଲ୍ଲିଶ୍ରୀ କଳାନିକେତନ, କଳିଙ୍ଗ, ଶିବାନୀ, ଓଡିଶା ଅପେରା, ମା, ସାଗରକନ୍ୟା, ରାଜଶ୍ରୀ, ତୁଳସୀ, ବାଣେଶ୍ବରୀ, ପାର୍ବତୀ, ଇଷ୍ଟ୍ରନ ବ୍ଲୁ, ଓଁଶ୍ରୀ ପ୍ରଭୃତି ଯାତ୍ରାନୁଷ୍ଠାନରେ ସଫଳତାର ସହ ଅଭିନୟ କରି ଗୌରୀ ଗଣନାଟ୍ୟରୁ ଅବସର ନେଇଥିଲେ। ତାଙ୍କ ଅଭିନୀତ ନାଟକ ମଧ୍ୟରେ 'ଚାଲ ଫେରିଯିବା ଆମ ଗାଁ କୁ, ଜହ୍ନି ଫୁଲ ଠୋ ଠା, ଶ୍ରୀକୃଷ୍ଣ ଆସୁଛନ୍ତି, କନିଆ ଯାଉଛି କାଞ୍ଚନପୁର, ପ୍ରଭୃତି ବହୁ ନାଟକରେ ଅଭିନୟ କରି ଯାତ୍ରା ଜଗତରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ସଫଳତା ପାଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.