Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ଜୋକୋଭିକଙ୍କୁ ବ୍ରେକ୍ ଦେଲେ ମେଡଭେଡେଭ୍, ୟୁଏସ ଓପନ୍‌ର ନୂଆ ଚାମ୍ପିଅନ ବିବାହ ବାର୍ଷିକୀରେ ପତ୍ନୀଙ୍କୁ ଦେଲେ ଜବରଦସ୍ତ ଉପହାର

13/09/2021 at 12:22 PM

ନ୍ୟୁୟର୍କ, ୧୩।୦୯ :  ବିଶ୍ୱର ଏକ ନମ୍ବର ଟେନିସ ଖେଳାଳି ନୋବାକ ଜୋକୋଭିକଙ୍କ ୨୧ ତମ ଗ୍ରାଣ୍ଡସ୍ଲାମ୍ ବିଜୟ ସ୍ୱପ୍ନ ଚୁରମାର ହୋଇଯାଇଛି । ଜୋକୋଭିକ୍ ରବିବାର ୟୁଏସ ଓପନ ସିଙ୍ଗଲ୍ସ ଫାଇନାଲରେ ପରାଜୟର ସାମ୍ନା କରିଛନ୍ତି । ଋଷର ଡାନିଲ୍ ମେଡଭେଡେଭ୍ ଜୋକୋବିକଙ୍କୁ ପରାସ୍ତ କରି ପ୍ରଥମ ଥର ପାଇଁ ଗ୍ରାଣ୍ଡସ୍ଲାମ୍ ଚାମ୍ପିଅନ ହୋଇଛନ୍ତି ।

ଜୋକୋଭିକ୍ ଚଳିତ ବର୍ଷ ଅଷ୍ଟ୍ରେଲିଆନ ଓପନ, ଫ୍ରେଞ୍ଚ୍ ଓପନ ଓ ଓ୍ୱିମ୍ବଲଡନରେ ଚାମ୍ପିଅନ ହୋଇଥିଲେ । ଯଦି ସେ ୟୁଏସ ଓପନ ଜିତିଥାନ୍ତେ ତେବେ ନିଜ କ୍ୟାରିଅରର ୨୧ ତମ ଗ୍ଲାଣ୍ଡସ୍ଲାମ୍ ଚାମ୍ପିଅନ ହୋଇଥାନ୍ତେ । ଯାହା ଏକ ରେକର୍ଡ ଅଟେ ।

ୟୁଏସ ଓପନ ଫାଇନାଲରେ ଡାନିଲ୍ ଜୋକୋଭିକଙ୍କୁ ୬-୪, ୬-୪ ଓ ୬-୪ ସେଟରେ ପରାସ୍ତ କରିଥିଲେ । ଏହାସହ ସେ ଜୋକୋଭିକଙ୍କ ସ୍ୱପ୍ନ ମଧ୍ୟ ଭାଙ୍ଗି ଦେଇଥିଲେ । ୨୫ ବର୍ଷୀୟ ଡାନିଲ୍ ୨୦୧୯ରେ ପ୍ରଥମ ଥର ପାଇଁ ୟୁଏସ ଓପନ ଫାଇନାଲରେ ପ୍ରବେଶ କରିଥିଲେ ମଧ୍ୟ ରାଫେଲ ନାଡାଲଙ୍କଠୁ ପରାସ୍ତ ହୋଇଥିଲେ । ତେବେ ଜୋକୋଭିକ୍ ୨୦ଥର ଗ୍ରାଣ୍ଡସ୍ଲାମ୍ ଜିତି ରୋଜର ଫେଡେରରଙ୍କ ରେକର୍ଡ ସହ ସମାନ ହୋଇଛନ୍ତି ।  

ଫାଇନାଲରେ ବିଜୟୀ ହେବା ପରେ ଡାନିଲ୍ ମାଛ ଭଳି ଟେନିସ୍ କୋର୍ଟରେ ପଡି ରହିଥିଲେ ।ସେ କହିଥିଲେ ଯେ, ତାଙ୍କ ସାଥି ଖେଳାଳିମାନେ ଓ୍ୱିମ୍ହଲଡନ ଓପନକୁ ଶ୍ରେଷ୍ଠ ବୋଲି କହିବା ସହ  ଜିତିବା ସହଜ ନୁହେଁ ବୋଲି କହିଥିଲେ । ଏହା ଶୁଣି ସେ ଏହାଠୁ ଭଲ ଆଉ କିଛି କଥା ନାହିଁ ବୋଲି ପ୍ରତିକ୍ରିୟା ରଖିଥିଲେ । କିନ୍ତୁ ସେଥିରେ ସେ ସ୍ୱପ୍ନ ପୁରା କରିପାରିନଥିଲେ । କିନ୍ତୁ ୟୁଏସ ଓପନ ଜିତିଲା ପରେ ସେ ସ୍ୱତନ୍ତ୍ର ଭାବେ ଖୁସି ମନାଇଥିଲେ ।ଯେତେବେଳେ ସେ କୋର୍ଟରେ ଶୋଇଥିଲେ ତାଙ୍କୁ ସାମାନ୍ୟ ଆଘାତ ହୋଇଥିଲା । କାରଣ ଏଠାରେ ଘାସ କମ୍ ଥିଲା । ଏହି କୋର୍ଟ ହାର୍ଡ ଥିଲା ।

ସବୁଠାରୁ ରୋଚକ କଥା ହେଉଛି ଯେ, ୟୁଏସ ଫାଇନାଲ ଦିନ ତାଙ୍କର ତୃତୀୟ ବିବାହ ବାର୍ଷିକୀ ଥିଲା । ଜିତିବା ପରେ ସେ ପତ୍ନୀଙ୍କୁ ପ୍ରଶଂସା କରିଥିଲେ । ତାଙ୍କର ସଫଳତା ପଛରେ ପତ୍ନୀଙ୍କ ହାତ ଥିବା ଓ ସେ ତାଙ୍କୁ ବହୁତ ଭଲ ପାଉଥିବା କହିଥିଲେ । ଏହାସହ ପତ୍ନୀଙ୍କ ଉପସ୍ଥିତି ତାଙ୍କର ମନୋବଳ ବଢାଇଥିଲା । ଶେଷରେ ସେ ପତ୍ନୀଙ୍କୁ ଖୁବ୍ ଭଲ ପାଆନ୍ତି ବୋଲି କହିଥିଲେ ।

ମ୍ୟାଚରେ ବିଜୟୀ ହେବା ପରେ ସେ ପ୍ରଥମେ ଜୋକୋଭିକଙ୍କୁ ଆଲିଙ୍ଗନ କରିଥିଲେ । ଏହାସହ ଜୋକୋଭିକଙ୍କ ଫ୍ୟାନଙ୍କୁ ନିରାଶ କରିଥିବାରୁ କ୍ଷମା ପ୍ରାର୍ଥନା କରିଥିଲେ । ଖେଳ ଶେଷରେ ଜୋକୋଭିକ୍ ଟାଓ୍ୱାଲରେ ଲୁହ ପୋଛୁଥିବା ମଧ୍ୟ ଦେଖିବାକୁ ମିଳିଥିଲା ।

   Related Posts