ଭାରତ-ଚୀନ୍ ସୀମା ବିବାଦ : ଦୁଇ ଦେଶ ମଧ୍ୟରେ ଆଲୋଚନା, ବିବାଦ ଆଗକୁ ନ ବଢାଇବା ନେଇ ଉଭୟ ସହମତ

Published By : Prameya-News7 Bureau | June 06, 2020 IST

ନୂଆଦିଲ୍ଲୀ ୬।୬: ଭାରତ ଏବଂ ଚୀନ୍ ପୂର୍ବ ଲଦାଖରେ ନିଜ ନିଜ ସୈନ୍ୟ ଗତିବିଧିକୁ ନେଇ ଶୁକ୍ରବାର ଆଲୋଚନା ହୋଇଛି । ଆଲୋଚନା ମାଧ୍ୟମରେ ବିବାଦ ଦୂର କରିବାକୁ ଦୁଇ ଦେଶ ସହମତ ହୋଇଛନ୍ତି । ଦୁଇ ଦେଶ ଉଭୟଙ୍କର ସମ୍ବେଦନଶୀଳତା, ଚିନ୍ତା ଏବଂ ଆକାଂକ୍ଷାଙ୍କ ସମ୍ମାନ କରିବା ତଥା ବିବାଦ ଆଗକୁ ନବଢାଇବା ପାଇଁ ମଧ୍ୟ ସହମତି ପ୍ରକାଶ କରିଛନ୍ତି । ଭିଡିଓ କନଫେରନ୍ସିଂ ଜରିଆରେ ବୈଦେଶିକ ମନ୍ତ୍ରଣାଳୟର ଯୁଗ୍ମ ସଚିବ (ପୂର୍ବ ଏସିଆ), ନବୀନ ଶ୍ରୀବାସ୍ତବ ଏବଂ ଚୀନ୍ ବିଦେଶ ମନ୍ତ୍ରଣାଳୟର ମହାନିର୍ଦ୍ଦେଶକ ଉ ଜିଆନଘାଓଙ୍କ ମଧ୍ୟରେ ଆଲୋଚନା ହୋଇଥିଲା ।

ସୈନ୍ୟ ଗତିବିଧିର ପ୍ରତ୍ୟେକ୍ଷ ଭାବେ ପ୍ରସଙ୍ଗ ନଉଠାଇ ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ, ଉଭୟ ପକ୍ଷ ବର୍ତ୍ତମାନର ଘଟଣାକ୍ରମ ସହିତ ଦ୍ବିପାକ୍ଷିକ ସମ୍ବନ୍ଧର ସ୍ଥିତିର ସମୀକ୍ଷା କରିଛନ୍ତି । ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ, ଏହି ପ୍ରସଙ୍ଗରେ ସେ ଦୁଇ ଦେଶର ନେତାଙ୍କ ମଧ୍ୟରେ ଆପୋଷ ବୁଝାମଣାକୁ ମନେପକାଇଲେ ଯେ ଭାରତ ଏବଂ ଚୀନ୍ ମଧ୍ୟରେ ଶାନ୍ତିପୂର୍ଣ୍ଣ, ସ୍ଥିକ ଏବଂ ସନ୍ତୁଳିତ ସଂପର୍କ ବିଶ୍ବ ସ୍ଥିତିରେ ସ୍ଥିରତା ପାଇଁ ଏକ ସକରାତ୍ମକ ବିଷୟ ହେବ ।

ବିବୃତ୍ତିରେ କୁହାଯାଇଛି ଯେ, ଉଭୟ ପକ୍ଷ ଦୁଇ ଦେଶର ନେତୃତ୍ବ ଦ୍ବାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ବିବାଦକୁ ଦୂର କରିବାକୁ ସହମତ ହୋଇଛନ୍ତି । ପ୍ରଧାମନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ହୋଇଥିବା ଦୁଇଟି ଅନୌପଚାରିକ ଶିଖର ସମ୍ମିଳନୀରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ଏହା କୁହାଯାଇଛି ।

ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ, ଉଭୟ ପକ୍ଷ ଏହି ବିଷୟରେ ସହମତ ଯେ ଦୁଇ ଦେଶର ନେତୃତ୍ବର ମାର୍ଗଦର୍ଶନ ଅନୁଯାୟୀ ଦୁଇ ଦେଶକୁ ନିଜ ନିଜର ବିବାଦକୁ ଶାନ୍ତିପୂର୍ଣ୍ଣ ଆଲୋଚନା ମାଧ୍ୟମରେ ଦୂର କରିବା ଉଚିତ୍ । ଏହାସହ ଏହି ବିବାଦକୁ ଦୂର କରୁଥିବା ଆଲୋଚନା ସମୟରେ ଦୁଇ ଦେଶ ନିଜ ନିଜର ସମ୍ବେଦନଶୀଳତା, ଚିନ୍ତା ଏବଂ ଆକାଂକ୍ଷାକୁ ସମ୍ମାନ କରିବେ ଏବଂ ଏହାକୁ ବିବାଦ କରିବାକୁ ଦେବେନାହିଁ । ପୂର୍ବ ଲଦାଖର ପ୍ରାୟ ୪ଟି ଅଞ୍ଚଳରେ ଗତ ମାସେ ହେବ ଭାରତ ଏବଂ ଚୀନ୍ ର ସେନା ମଧ୍ୟରେ ବିବାଦ ଲାଗିରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.