ଦୁର୍ଘଟଣାଗ୍ରସ୍ତ ବାୟୁସେନା ବିମାନ ଏଏନ୍-୩୨ ନିକଟରେ ପହଞ୍ଚିଲେ ଉଦ୍ଧାରକାରୀ ଦଳ

Published By : Prameya-News7 Bureau | June 12, 2019 IST

ଇଟାନଗର ୧୨।୬:  ବାୟୁସେନା ବିମାନ ଏଏନ-୩୨ର ଭଗ୍ନାବଶେଷ ମିଳିବା ପରେ ବୁଧବାର ସେଠାକୁ ଉଦ୍ଧାରକାରୀ ଦଳ ପହଞ୍ଚିଛନ୍ତି। ଲିପୋ ପାର୍ବତ୍ୟମାଳାର ଉତ୍ତରଦିଗରେ ପ୍ରାୟ ୧୬ କିଲୋମିଟର ଦୂରରେ ବିମାନର ଭଗ୍ନାବଶେଷ ଠାବ ହୋଇଛି। ୱିଙ୍ଗ କମାଣ୍ଡର ରତ୍ନାକର ସିଂହଙ୍କ ସୂଚନା ଅନୁସାରେ ମଙ୍ଗଳବାର ବାୟୁସେନା ଦୁର୍ଘଟଣାଗ୍ରସ୍ତ ବିମାନକୁ ଠାବ କରିବା ପରଠାରୁ ସେଠାରେ ପହଞ୍ଚିବାକୁ ଉଦ୍ୟମ ଜାରି ରହିଛି। ବାୟୁସେନା, ସ୍ଥଳସେନା ଓ ପର୍ବତାରୋହୀଙ୍କ ଏକ ମିଳିତ ଟିମକୁ ଦୁର୍ଘଟଣାସ୍ଥଳ ନିକଟରେ ଏୟାର ଡ୍ରପ କରାଯାଇଛି।

{"id":122436}

ୱିଙ୍ଗକମାଣ୍ଡର ସିଂହଙ୍କ ସୂଚନା ଅନୁସାରେ ଭାରତୀୟ ବାୟୁସେନାର ୯ ଓ ସେନାର ୪ ଜଣ ପର୍ବତାରୋହୀଙ୍କୁ  ସମସ୍ତ ଉପକରଣ ସହ ଘଟଣାସ୍ଥଳକୁ ପଠାଯାଇଥିବା ବେଳେ ସେମାନଙ୍କୁ ବାଟ କଢେଇ ନେବାକୁ ୨ ଜଣ ସ୍ଥାନୀୟ ନାଗରିକଙ୍କୁ ମଧ୍ୟ ପଠାଯାଇଛି। ଏମାନଙ୍କ ମଧ୍ୟରୁ କେତେଜଣ ଦୁର୍ଘଟଣାସ୍ଥଳରେ ପହଞ୍ଚି ସାରିଥିବା ବେଳେ ଅନ୍ୟମାନେ ପାହାଡରେ ଟ୍ରେକିଂ କରୁଥିବା ସିଂହ କହିଛନ୍ତି।

{"id":122437}

ମଙ୍ଗଳବାର ବିମାନର ଦୁର୍ଘଟଣାସ୍ଥଳ ଚିହ୍ନଟ ପରେ ସେନା ସେଠାରେ ଆଡଭାନ୍ସଡ ଲାଇଟ୍ ହେଲିକପ୍ଟର ଓହ୍ଳାଇବାକୁ ଉଦ୍ୟମ କରିଥିଲା। ତେବେ ଘଞ୍ଚ ଜଙ୍ଗଲ ଯୋଗୁ ତାହା ସମ୍ଭବ ହୋଇପାରିନଥିଲା। ଗତ ୩ ତାରିଖ ଦିନ ଦୁର୍ଘଟଣାଗ୍ରସ୍ତ ବିମାନଟି ଆସାମ ଜୋରହାଟରୁ ଅଋଣାଚଳପ୍ରଦେଶର ଆଡଭାନ୍ସ ଲ୍ୟାଣ୍ଡିଂ ଗ୍ରାଉଣ୍ଡ ମେଚୁକା ଅଭିମୁଖେ ଉଡାଣ କରିଥିଲା। ମାତ୍ର ୨୫ ମିନିଟର ଉଡାଣ ପରେ ଗ୍ରାଉଣ୍ଡ କଣ୍ଟ୍ରୋଲ ସହ ବିମାନର ସମ୍ପର୍କ ବିଛିନ୍ନ ହୋଇଥିଲା। ତା ପରଠାରୁ ବାୟୁସେନା ନିଖୋଜ ବିମାନର ସନ୍ଧାନ ପାଇଁ ଅନେକ ଉଦ୍ୟମ କରି ବିଫଳ ହୋଇଥିଲା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.