ଏଲଓସିରୁ ଧରାପଡିଲେ ୨ ଲସ୍କର ଆତଙ୍କବାଦୀ, ସେନାର ଚା ଚର୍ଚ୍ଚାରେ ଖୋଲିଦେଲେ ପାକ୍ ର ଗୁମର, ଜାଣନ୍ତୁ କ’ଣ କହିଛନ୍ତି ସେମାନେ

Published By : Prameya-News7 Bureau | September 04, 2019 IST

ଜମ୍ମୁ ୪।୯: କାଶ୍ମୀରରେ ଅଧିକରୁ ଅଧିକ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବା ଲାଗି ଉଦ୍ୟମ କରୁଛି ପାକ୍। ଏଥିଲାଗି ସୀମାରେ ଏବେ ଆତଙ୍କବାଦୀଙ୍କୁ ଠୁଳ କରିବାରେ ଲାଗିଛି।  ଏହି ସୂଚନା ମିଳିଛି ଅନୁପ୍ରବେଶ ବେଳେ ସେନା ଦ୍ୱାରା ଗିରଫ ହୋଇଥିବା ୨ ଲସ୍କର-ଏ-ତୌୟବା ଆତଙ୍କବାଦୀ। ଗିରଫ ପରେ ସେମାନଙ୍କୁ ସେନା ପକ୍ଷରୁ ଚା ପିଇବାକୁ ଦିଆଯାଇଥିଲା। କିପରି ଲାଗିଲା ବୋଲି ପଚରା ଯିବାରେ ଭଲ ଲାଗିଥିବା କହିଥିଲେ। ଏହା ସହ ସେନା କରିଥିବା ପଚରା ଉଚରାରେ ପାକିସ୍ତାନର ରଣନୀତି ନେଇ ବିଭିନ୍ନ ତଥ୍ୟ ଦେଇଛନ୍ତି। 

{"id":152933}

୨ ଲସ୍କର ଆତଙ୍କବାଦୀଙ୍କ ଗିରଫଦାରୀକୁ ନେଇ ସେନା ଓ ଜମ୍ମୁ-କାଶ୍ମୀର ପୋଲିସ ବୁଧବାର ମିଳିତ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏଥିରେ ଆତଙ୍କବାଦୀଙ୍କ ଭିଡିଓ ପ୍ରଦର୍ଶନ କରାଯିବା ସହ ପାକ୍ ଉପତ୍ୟାକାରେ ଅଶାନ୍ତି ବ୍ୟାପ୍ତ କରିବାକୁ ଯୋଜନାରେ ଅଛି ବୋଲି ସେନା କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ କେ.ଜି.ଏସ. ଢିଲୋଁ ସାମ୍ବାଦିକଙ୍କୁ କହିଛନ୍ତି। ଏଥିପାଇଁ ପାକ୍ କାଶ୍ମୀର ଭିତରକୁ ଆତଙ୍କବାଦୀଙ୍କୁ ପଶାଇବାକୁ ଉଦ୍ୟମ ଅବ୍ୟହତ ରଖିଥିବା ବେଳେ ସୀମାରେ ଆତଙ୍କବାଦୀଙ୍କୁ ଠୁଳ କରିଥିବା ଢିଲୋଁ ସାମ୍ବାଦିକମାନଙ୍କୁ କହିଛନ୍ତି।

{"id":152934}

ସାମ୍ବାଦିକ ସମ୍ମିଳନୀରେ ଆତଙ୍କବାଦୀଙ୍କ ଯେଉଁ ଭିଡିଓ ପ୍ରଦର୍ଶିତ କରାଯାଇଛି ସେଥିରେ ସେମାନେ ଚା ପିଉଥିବା ଦେଖାଯାଇଛି। ଏହି ୨ ଜଣଙ୍କୁ ସେନା ଗତ ଅଗଷ୍ଟ ୨୧ ତାରିଖରେ ଗିରଫ କରିଥିଲା। ସେମାନେ ଭାରତକୁ ଅନୁପ୍ରବେଶ କରିବା ପରେ ସେନା ନଜରରୁ ଖସି ପାରିନଥିଲେ। ତେବେ ଆତ୍ମସମର୍ପଣ କରି ଜୀବିତ ଧରାପଡିଛନ୍ତି। ଗିରଫ ୨ ଜଣ ଲସ୍କର ଆତଙ୍କବାଦୀ ବୋଲି ଜଣାପଡିଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ରାଓଲପିଣ୍ଡି ଜଲେବି ଚୌକ ଅଞ୍ଚଳର ବୋଲି ପଚରାଉଚରା ବେଳେ କହିଛି। ସେ ଲସ୍କର ଲାଗିକାମ କରୁଥିବା ବେଳେ ଭାରତକୁ ଅନୁପ୍ରବେଶର ଉଦ୍ଦେଶ୍ୟ ସମ୍ପର୍କରେ ସେନାକୁ ସବୁ କହିଛି।  ସେମାନଙ୍କ ଉଦ୍ଦେଶ୍ୟ ସମ୍ପର୍କରେ ଜଣା ପଡିବା ପରେ ଉପତ୍ୟାକାର ସୁରକ୍ଷାକୁ ଅଧିକ କଡାକଡି କରାଯାଇଥିବା କହିଛନ୍ତି ଲେଫ୍ଟନାଣ୍ଟ ଢିଲୋଁ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.