ପଥରବାଜଙ୍କୁ ସେନାର ଫାଇନାଲ ଚେତାବନୀ : "ଏନକାଉଣ୍ଟର ସାଇଡକୁ ଆସିଲେ ପ୍ରାଣ ହରାଇବ"

Published By : Prameya-News7 Bureau | February 19, 2019 IST

ଜାମ୍ମୁ ୧୯/୨ : ଜାମ୍ମୁ କାଶ୍ମୀରରେ ପୁଲୱାମାରେ ଆତଙ୍କୀ ହମଲା ଏବଂ ଏହାପରେ ଭାରତୀୟ ସେନା ଦ୍ୱାରା ହୋଇଥିବା ଏନକାଉଣ୍ଟରକୁ ନେଇ ଆଜି ସୁରକ୍ଷାକର୍ମୀଙ୍କ ତରଫରୁ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା | ସାମ୍ବାଦିକ ସମ୍ମିଳନୀରେ ଚିନାର କର୍ପସର ଲେଫ୍ଟେନେଣ୍ଟ ଜେନେରାଲ କେଜିଏସ ଢୀଲନ ସୂଚନା ଦେଇଛନ୍ତି ଯେ, ସୁରକ୍ଷାକର୍ମୀ ୧୦୦ ଘଣ୍ଟା ଭିତରେ ପୁଲୱାମା ହମଲାର ମାଷ୍ଟରମାଇଣ୍ଡ ରସିଦ ଗାଜିକୁ ଏନକାଉଣ୍ଟର କରିଥିଲେ | ଲେଫ୍ଟେନେଣ୍ଟ ଜେନେରାଲ କାଶ୍ମୀର ଅଂଚଳର ପଥରବାଜଙ୍କୁ ମଧ୍ୟ ଚେତାବନୀ ଦେଇଛନ୍ତି |


ସାମ୍ବାଦିକ ସମ୍ମିଳନୀରେ ଲେଫ୍ଟେନେଣ୍ଟ ଜେନେରାଲ କହିଥିଲେ ଯେ, ବହୁତ ସମୟ ଧରି ସେନା ଜୈସେ-ଏ-ମହମ୍ମଦର ଆତଙ୍କବାଦୀଙ୍କ ଉପରେ ନଜର ରଖିଥିଲା | ସାମ୍ବାଦିକ ସମ୍ମିଳନୀରେ ଜାମ୍ମୁ କାଶ୍ମୀରର ପୋଲିସର ବରିଷ୍ଠ ଅଧିକାରୀ, ସିଆରପିଏଫ ସାମିଲ ହୋଇଥିଲେ |


ସାମ୍ବାଦିକ ସମ୍ମିଳନୀରେ ଲେଫ୍ଟେନେଣ୍ଟ ଜେନେରାଲ କାଶ୍ମୀରର ମହିଳାମାନଙ୍କୁ ଅପିଲ କରିଥିଲେ ଯେ, ସେମାନେ ପିଲାଙ୍କୁ ବୁଝାନ୍ତୁ ଏବଂ ଆତ୍ମା ସମର୍ପଣ କରିବାକୁ କୁହନ୍ତୁ | ଏବେଠାରୁ ଯିଏ ବି ସେନା ବିରୋଧରେ ବନ୍ଧୁକ ଉଠାଇବା ତାକୁ ମାରି ଦିଆଯିବ | କୌଣସି ନାଗରିକ ଆହତ ହେଉ ବୋଲି ସେନା ଚାହୁଁନାହିଁ ବୋଲି କହିଥିଲେ |


ସେ ଆହୁରି କହିଥିଲେ ଯେ, ଯବାନଙ୍କ ଉପରେ ହୋଇଥିବା ହମଲାରେ ଆଇଏସଆଇର ଷଡଯନ୍ତ୍ର ରହିଛି | ଆଇଏସଆଇର ସହାୟତାରେ ହିଁ ଜୈସ-ଏ-ମହମ୍ମଦ ସଂଗଠନ ହମଲା କରିଥିଲା | ଲେଫ୍ଟେନେଣ୍ଟ ଜେନେରାଲ ଜାମ୍ମୁ କାଶ୍ମୀରର ପଥରବାଜଙ୍କୁ ଅପିଲ କରି କହିଥିଲେ ଯେ, କୌଣସି ନାଗରିକ ଏନକାଉଣ୍ଟର ବେଳେ ସାମ୍ନାକୁ ନ ଆସନ୍ତୁ | ସେ ଚେତାବନୀ ଦେଇ କହିଥିଲେ ଯେ, ଯଦି ଏଭଳି ହୁଏ ତାହେଲେ ପଥରବାଜଙ୍କ ବିରୋଧରେ ଆକ୍ସନ ନେବା ପାଇଁ ସେ ବାଧ୍ୟ ହୋଇଯିବେ |


ସେ ପାକିସ୍ତାନକୁ ଆକ୍ଷେପ କରି କହିଥିଲେ ଯେ, ଜୈସ-ଏ-ମହମ୍ମଦ ପାକିସ୍ତାନର ସନ୍ତାନ | ଭାରତକୁ ଏମିତି କେତେ ଗାଜି ଆସିଲେ ଗଲେ | ପାକିସ୍ତାନ ସେନା ଏବଂ ଆଇଏସଆଇ ଜୈସ-ଏ-ମହମ୍ମଦ ସଂଗଠନକୁ ନିୟନ୍ତ୍ରଣ କରୁଛି | ଆତଙ୍କବାଦୀଙ୍କୁ ଖୋଲାଖୋଲି ଚେତାବନୀ ଦେଇଥିଲେ ଲେଫ୍ଟେନେଣ୍ଟ ଜେନେରାଲ | ସେ କହିଥିଲେ ଯେ, ଏବେ ଯେଉଁ ଆତଙ୍କବାଦୀ କାଶ୍ମୀରରେ ପ୍ରବେଶ କରିବା ସେ ସେଠାରୁ ଜୀବନ୍ତ ଯିବ ନାହିଁ |


କାଶ୍ମୀରର ଆଇଜି ଏସ୍ପି ପାଣି କହିଥିଲେ ଯେ, ଗତବର୍ଷ ସେନା ଜୈସର ୫୮ ଅନଙ୍କବାଦୀଙ୍କୁ ହତ୍ୟା କରିଥିଲା | ଚଳିତ ବର୍ଷା ମଧ୍ୟ ୧୨ଜଣ ଆତଙ୍କବାଦୀ ପ୍ରାଣ ହରାଇଲେଣି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.