ଭାରତ-ଆମେରିକା ମଧ୍ୟରେ ୩ବିଲିୟନ୍ ଡଲାରର ପ୍ରତିରକ୍ଷା ଚୁକ୍ତି : ଆତଙ୍କବାଦର ମୁକାବିଲା ନେଇ ବଡ ନିଷ୍ପତ୍ତି , ଆଗକୁ ବାଣିଜ୍ୟ ଉପରେ ଫୋକସ୍

Published By : Prameya-News7 Bureau | February 25, 2020 IST

ନୂଆଦିଲ୍ଲୀ ୨୫।୦୨:  ଆମେରିକାର ରାଷ୍ଟ୍ରପତି ଦୁଇ ଦିନିଆ ଭାରତ ଗସ୍ତର ଆଜି ଶେଷ ଦିନ । ଶେଷ ଦିନରେ ଏହି ଗସ୍ତ ଅବସରରେ  ବହୁ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ ରହିଛି । ତେବେ ମୁଖ୍ୟ କାର୍ଯ୍ୟକ୍ରମ ମଧ୍ୟରୁ ହେଉଛି , ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା କରାଯାଇଛି । ଦିଲ୍ଲୀର ହାଇଦ୍ରବାସ୍ଥିତ ହାଉସ୍‌ରେ ଭାରତର ପ୍ରଧାନମନ୍ତ୍ରୀ ନେରନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତିଙ୍କ ମଧ୍ୟ ଆଲୋଚନା ହୋଇଛି । ଉଭୟ ଦେଶର ପ୍ରତିନିଧିସ୍ତରୀୟ ଆଲୋଚନା ମଧ୍ୟ ହୋଇଛି । ଦ୍ବିପାକ୍ଷିକ ଆଲୋଚନା ପରେ ମୋଦି ଓ ଟ୍ରମ୍ପ ମିଳିତ ଭାବେ ବିବୃତି ପ୍ରଦାନ କରିଛନ୍ତି ।

wp:core-embed/twitter {"url":"https://twitter.com/ANI/status/1232212255502041088","type":"rich","providerNameSlug":"twitter","className":""}
https://twitter.com/ANI/status/1232212255502041088
/wp:core-embed/twitter

ଦିଲ୍ଲୀର ହାଇଦ୍ରାବାଦ ହାଉସରେ ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପସ୍ଥିତିରେ ଉଭୟ ଦେଶର ପ୍ରତିନିଧିସ୍ତରୀୟ ଆଲୋଚନା ହୋଇଛି । ଦୁଇ ଦେଶ ଭିତରେ ୩ ବିଲିଅନ୍ ଡଲାର ପ୍ରତିରକ୍ଷା ଚୁକ୍ତି ନେଇ ଦୁଇ ଦେଶ ଭିତରେ ସହମତି ହୋଇଛି । ଏହି ଡିଲ୍ ଆମେରିକା ଏବଂ ଭାରତ ଭିତରେ ସଂପର୍କକୁ ଆହୁରି ନିବିଡ କରିବ ବୋଲି ଟ୍ରମ୍ପ କହିଛନ୍ତି । ଆତଙ୍କବାଦର ମୂଳୋତ୍ପାଟନ ପାଇଁ ଉଭୟ ଦେଶ ମିଳିତ ଭାବରେ କାମ କରିବା ନେଇ ଆଲୋଚନା ହୋଇଥିବା ମୋଦି କହିଛନ୍ତି । ଉର୍ଜା ଏବଂ ବ୍ୟାବସାୟିକ ସଂପର୍କ ନେଇ ଉଭୟ ଦେଶ ଭିତରେ ଆଲୋଚନା ହୋଇଛି । ଏହି ଗସ୍ତ ନେଇ ଟ୍ରମ୍ପଙ୍କୁ  ମୋଦି ଧନ୍ୟବାଦ ଦେଇଥିବା ବେଳେ, ଏହି ଗସ୍ତ ଉଭୟ ଦେଶ ଭିତରେ ସଂପର୍କକୁ ଆହୁରି ନିବିଡ କରିବ ବୋଲି ଟ୍ରମ୍ପ କହିଛନ୍ତି । ଦ୍ବିପାକ୍ଷିକ ଆଲୋଚନା ପରେ ଉଭୟ ଦେଶରେ ପ୍ରମୁଖ ନେତା ଏହା କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.