ପୁଣି ଜୋର ଧରିବ କୃଷକ ଆନ୍ଦୋଳନ ! କିଷାନ ମୋର୍ଚ୍ଚାର ଫେବୃଆରୀ ୬ରେ ଦେଶବ୍ୟାପୀ ଚକା ଜାମ ଘୋଷଣା

Published By : Prameya-News7 Bureau | February 01, 2021 IST

ନୂଆଦିଲ୍ଲୀ ୦୧।୦୨: କେନ୍ଦ୍ରର ନୂତନ କୃଷି ଆଇନ ବିରୋଧରେ ଦିଲ୍ଲୀର ବିଭିନ୍ନ ବର୍ଡରରେ କୃଷକଙ୍କ ଆନ୍ଦୋଳନ ଜାରି ରହିଛି। ଏହା ମଧ୍ୟରେ କିଷାନ ମୋର୍ଚ୍ଚା ଫେବୃଆରୀ ୬ରେ ଦେଶବ୍ୟାପୀ ଚକା ଜାମ  ଘୋଷଣା କରିଛନ୍ତି। କୃଷକ ଶନିବାର ଫେବୃଆରୀ ୬ ତାରିଖରେ ସମଗ୍ର ଦେଶରେ ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଚକା ଜାମ କରିବେ।

ଏହା ପୂର୍ବରୁ କୃଷକ ସଂଗଠନ କୃଷି ଆଇନ ବିରୋଧରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ବଳିଦାନ ଦିବସ ଜାନୁଆରୀ ୩୦ରେ ଦିନ ସାରା ଉପବାସ ରଖିଥିଲେ। କୃଷକ ସଂଗଠନ ଦିଲ୍ଲୀରେ ଜାନୁଆରୀ ୨୬ରେ ଟ୍ରାକ୍ଟର ଶୋଭାଯାତ୍ରା କରିଥିଲେ। ତେବେ ଏହି ଶୋଭାଯାତ୍ରା ଦିଲ୍ଲୀରେ ହିଂସାର ରୂପ ନେଇଥିଲା।

wp:html /wp:html

୨୦୨୦ ନଭେମ୍ଵର ୫ରେ ସମଗ୍ର ଦେଶରେ ଚକା ଜାମ କରିବା ପରେ ପଞ୍ଜାବ ଓ ହରିୟାଣାର କୃଷକ ସଂଗଠନ ଦିଲ୍ଲୀ ଚଲୋ ଆନ୍ଦୋଳନର ଆହ୍ଵାନ ଦେଇଥିଲେ। ହରିୟାଣା ପୋଲିସ କୃଷକଙ୍କୁ ରୋକିବାକୁ ଉଦ୍ୟମ  କରିଥିଲା ଏବଂ ଲୁହ ବୁହା ଗ୍ୟାସ୍ ପ୍ରୟୋଗ କରିଥିଲା। ମାତ୍ର ପ୍ରଦର୍ଶନକାରୀ କୃଷକ ଦିଲ୍ଲୀ ପହଞ୍ଚି ବର୍ଡରରେ ଡେରା ପକାଇଛନ୍ତି। ତେବେଠୁ ଦିଲ୍ଲୀ ବର୍ଡରରେ କୃଷକଙ୍କ ଆନ୍ଦୋଳନ  ଜାରି ରହିଛି।

ଏହି ଆଇନ୍‌କୁ ନେଇ କୃଷକ ଓ ସରକାରଙ୍କ ମଧ୍ୟରେ ୧୧ ଥର ବୈଠକ  ହୋଇ ସାରିଛି। ହେଲେ ସମାଧାନର ରାସ୍ତା ବାହାରିବାର ନାମ ନେଉନାହିଁ। କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ନୂତନ କୃଷି ଆଇନକୁ ଦେଢରୁ ଦୁଇ ବର୍ଷ ଯାଏ ସ୍ଥଗିତ ରଖିବାକୁ ପ୍ରସ୍ତାବ ଦେଇଥିଲେ। ହେଲେ କୃଷକ ଏମଏସପି ଉପରେ ଗ୍ୟାରେଣ୍ଟି ଏବଂ ତିନିକୃଷି ଆଇନ ରଦ୍ଦ କରିବା ନିଜ ଜିଦିରେ ଅଟଳ ରହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.