'କରୋନା ତେରା ରୋନା ସୁରୁ ହୋଜାଏଗା...ତେରି ନାନୀ ମରେଗା...' ଜନି ଲିଭରଙ୍କ ଧମକ, ଟ୍ବିଟରରେ ଭାଇରାଲ

Published By : Prameya-News7 Bureau | April 10, 2020 IST

ମୁମ୍ବାଇ ୧୦/୪: ସମଗ୍ର ବିଶ୍ବରେ କରୋନା ଭାଇରସର ଆତଙ୍କ ଲାଗି ରହିଛି ଏବଂ ବିଶ୍ବର ସରକାରମାନେ ନିଜ ଦେଶକୁ ଏହି ଭୟଙ୍କର ସଙ୍କଟରୁ ବଞ୍ଚାଇବାରେ ଲାଗିଛନ୍ତି। ପ୍ରତ୍ୟେକ ବ୍ୟକ୍ତି ନିଜ ନିଜ ଦାୟିତ୍ବ ସମ୍ପାଦନ କରୁଛନ୍ତି ଏବଂ ବଲିଉଡର ସେଲିବ୍ରିଟିମାନେ ମଧ୍ୟ ନିଜ ନିଜ ଉପାୟରେ ଲୋକଙ୍କୁ ଘରେ ରହିବାକୁ ଅପିଲ୍ କରୁଛନ୍ତି। ଏପରି କ୍ଷେତ୍ରରେ କମେଡ଼ି ଦୁନିଆର ଜଣାଶୁଣା ନାଁ ଜନି ଲିଭର ନିଜ ଅନ୍ଦାଜରେ କରୋନା ଭାଇରସକୁ ଧମକ ଦେଉଛନ୍ତି।

wp:core-embed/twitter {"url":"https://twitter.com/iamjohnylever/status/1248528146275561474","type":"rich","providerNameSlug":"twitter","className":""}
https://twitter.com/iamjohnylever/status/1248528146275561474
/wp:core-embed/twitter

ଜନି ଲିଭର ସୋସିଆଲ ମିଡିଆରେ ନିଜର ଏକ ଭିଡିଓ ସେୟାର କରିଛନ୍ତି,ଯେଉଁଥିରେ ସେ କରୋନା ଭାଇରସକୁ ଏକ ଗୀତ ଜରିଆରେ ଧମକ ଦେଉଥିବା ନଜର ଆସିଛନ୍ତି। ଜନି ଲିଭରଙ୍କ ଏପରି ଅନ୍ଦାଜକୁ ତାଙ୍କ ଫ୍ୟାନ୍ସ ବହୁତ ପସନ୍ଦ କରୁଛନ୍ତି ଏବଂ ତାଙ୍କର ଏହି ଭିଡିଓକୁ ମଧ୍ୟ ଅନେକ ଲୋକ ସେୟାର କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.