ଉତ୍ତରପ୍ରଦେଶରେ ବନ୍ଦ ହେଲା ଜନସନ୍ ଏଣ୍ଡ ଜନସନର ବେବି ଶାମ୍ପୁ ବିକ୍ରି, ଜାଣନ୍ତୁ କାରଣ

Published By : Prameya-News7 Bureau | May 11, 2019 IST

ଲକ୍ଷ୍ନୌ ୧୧।୫: ଉତ୍ତରପ୍ରଦେଶରେ ଜନସନ୍ ଏଣ୍ଡ ଜନସନର ବେବି ଶାମ୍ପୁ ପ୍ରଡକ୍ଟ ବିକ୍ରି ଉପରେ କଟକଣା ଲାଗୁ କରିଛନ୍ତି ସରକାର।   ଏହି ସବୁ ସାମଗ୍ରୀରେ ଫାର୍ମେଲ୍ଡିହାଇଡ ନାମକ ରସାୟନିକ ତତ୍ବ ମିଳିବା ପରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଖାଦ୍ୟ ସୁରକ୍ଷା ଏବଂ ଔଷଧ ପ୍ରଶାସନ ଏଫଏସଡିଏର ଏକ ଟିମ୍ ବୁଧବାର ଲକ୍ଷ୍ନୌର ଟ୍ରାନ୍ସପୋର୍ଟ ନଗରସ୍ଥିତ କମ୍ପାନୀ ଡିପୋ ଉପରେ ଚଢଉ କରିଥିଲେ।  ଏହି ଚଢଉ ବେଳେ ଶାମ୍ପୁ, ବେବି ଅଏଲ, ମସାଜ ଅଏଲ, ମଶ୍ଚରାଇଜର ଓ ଫେସକ୍ରିମର ନମୁନା ସଂଗ୍ରହ କରାଯାଇଥିଲା।

{"id":110864,"width":576,"height":576}

ସଂଗୃହିତ ନମୁନାରୁ ଶାମ୍ପୁର ବ୍ୟାଚ୍ ନମ୍ବର ବିବି-୫୮୨୦୪ରେ ଫାର୍ମେଲ୍ଡିହାଇଡ ନାମକ ରସାୟନିକ ତତ୍ବର ଉପସ୍ଥିତି ସନ୍ଧାନ ମିଳିଥିଲା। ତେବେ ଏହି ବ୍ୟଚର  ୧୬ ହଜାର ୭୦୪ଟି ଶହେ ମିଲି ପ୍ୟାକ୍  ବଲରାମପୁର, କାନପୁର, ଆଜମଗଡ, ବାରଣାସୀ, ବାରାବାଙ୍କୀ, ଫୈଜାବାଦ ଓ ପ୍ରୟାଗରାଜ ସମେତ ପୁରା ୟୁପିକୁ ବିକ୍ରି ପାଇଁ ପଠାଯାଇଥିବା ବେଳେ ସେସବୁର ବିକ୍ରି ଉପରେ ପ୍ରତିବନ୍ଧକ ଲଗାଯାଇଛି। ଶାମ୍ପୁରେ ଏଭଳି ତତ୍ବର ଉପସ୍ଥିତି ଶିଶୁଙ୍କ ସ୍ବାସ୍ଥ୍ୟ ପାଇଁ ହାନିକାରକ ବୋଲି ଏଫଏସଡିଏର ସହାୟକ କମିଶନର ଉମାଶଙ୍କର କହିଛନ୍ତି ।

{"id":110865,"width":579,"height":434}

ରାଜସ୍ଥାନର ଜୟପୁରସ୍ଥିତ ଜନସନ ଏଣ୍ଡ ଜନସନ କାରଖାନାରେ ବେବି ଶାମ୍ପୁରେ ରାସାନିକ ତତ୍ବର ଉପସ୍ଥିତି ପ୍ରଥମେ ଜଣାପଡିଥିଲା। ଏଣୁ ଏହି ବ୍ୟାଚର ଶାମ୍ପୁର ବିପଣନ ଓ ବିକ୍ରି ଉପରେ ସରକାର କଟକଣା ଲାଗୁ କରିଛନ୍ତି । ଏହି ରସାୟନିକ ପଦାର୍ଥ ଯୋଗୁ ଶିଶୁ ତ୍ବଚା ଏବଂ ନିଶ୍ବାସପ୍ରଶ୍ବାସ ରୋଗର ଶିକାର ହୋଇଥାଏ । ରସାୟନିକ ଯୋଗୁ ଶିଶୁର ଶରୀରରୁ ଝାଳ ବୋହିବା ବନ୍ଦ ହୋଇଯାଏ ଯାହା ପରେ ବିଭିନ୍ନ ଶାରୀରିକ ସମସ୍ୟାର କାରଣ ହୁଏ ବୋଲି କମିଶନର କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.