ଜନସନ୍ ଆଣ୍ଡ ଜନସନ୍ ବେବି ପାଉଡରରେ ମିଳିଲା କ୍ୟାନସର ସୃଷ୍ଟିକାରୀ ସାମ୍ପଲ

Published By : Prameya-News7 Bureau | October 19, 2019 IST

ନୂଆଦିଲ୍ଲୀ - ଜନସନ୍ ଆଣ୍ଡ ଜନସନ୍ ବେବି ପାଉଡରରେ ମିଳିଲା କ୍ୟାନସର ସୃଷ୍ଟିକାରୀ ସାମ୍ପଲ । ବଜାରରୁ ୩୩ହଜାର ବେବି ପାଉଡର ଡବା ଫେରାଇ ନେଲା ଜନସନ୍ କମ୍ପାନୀ । ବେବି କେୟାର ମାର୍କେଟରେ ଆଇକନିକ୍ ବେବି ପାଉଡର ଭାବେ ବେଶ୍ ଜଣାଶୁଣା ଜନସନ୍ ବେବି ପାଉଡର ଏବେ କୋମଳମତି ଶିଶୁଙ୍କ ପାଇଁ ବିପଦ ହୋଇଛି । ଏହି ପାଉଡରରେ ମାରାତ୍ମକ ରୋଗର ଉପାଦାନ ରହିଛି ବୋଲି କୁହାଯାଇଛି

। ଜନସନ ବେବି ପାଉଡରରେ ଏସବେଷ୍ଟସ୍ ଭଳି କ୍ୟାନସର ସୃଷ୍ଟିକାରୀ ସାମ୍ପଲ ରହିଥିବା ଆମେରିକାର ଏକ ସ୍ବାସ୍ଥ୍ୟା ନିୟାମକ ଯାଂଚ ଏଜେନ୍ସି ରିପୋର୍ଟରେ କୁହାଯାଇଛି । ଏଭଳି ଆଶଙ୍କା ପରେ ଏବେ ଭାରତରେ ପ୍ରଚୁର ପରିମାଣରେ ବିକ୍ରି ହେଉଥିବା ଜନସନ ବେବି ପାଉଡରକୁ ନେଇ ଲୋକମାନଙ୍କ ଭିତରେ ଗୋଟେ ପ୍ରକାର ଆତଙ୍କ ସୃଷ୍ଟି ହୋଇଛି । କାରଣ କେବଳ କୁନି କୁନି ପିଲା ନୁହନ୍ତି ଯୁବଗୋଷ୍ଠୀଙ୍କ ଠାରୁ ଆରମ୍ଭ କରି ବୟସ୍କ ଲୋକମାନେ ମଧ୍ୟ ଏହି ପାଉଡର ବହୁଳ ଭାବେ ବ୍ୟବହାର କରିଥାନ୍ତି । ଜନସନ ପାଉଡରରେ କ୍ୟାନସର ସୃଷ୍ଟିକାରୀ ତତ୍ବ ଥିବା ପରୀକ୍ଷାରୁ ଜଣାପଡ଼ିବା ପରେ କୋମଳମତି ଶିଶୁଙ୍କ ପାଇଁ ଏହାକୁ ବ୍ୟବହାର କରୁଥିବା ମା’ ମାନଙ୍କ ମୁଣ୍ଡରେ ଏବେ ଚଡ଼କ ପଡ଼ିଛି । ବିଶ୍ବ ବଜାରରେ ଖ୍ୟାତି ଅର୍ଜନ କରିଥିବା ଜନସନ୍‌ ଏବେ ଏପରି ଉତ୍ପାଦ ତିଆରି କରୁ ନଥିବା ସୂଚନା ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.