COVID-19 ଭ୍ୟାକସିନ ପରୀକ୍ଷଣ ଉପରେ ରୋକ ଲଗାଇଲା ଜନସନ ଆଣ୍ଡ ଜନସନ : ଜାଣନ୍ତୁ କାରଣ

Published By : Prameya-News7 Bureau | October 13, 2020 IST

ନୂଆଦିଲ୍ଲୀ ୧୩/୧୦: ବିଶ୍ବର ୨୦୦ରୁ ଅଧିକ ଦେଶରେ କରୋନା କାୟା ବିସ୍ତାର କରି ଚାଲିଛି। ବିଶ୍ବବ୍ୟାପି କରୋନା ଯୋଗୁଁ ୧୦ଲକ୍ଷ ୭୬ହଜାରରୁ ଅଧିକ ଲୋକଙ୍କ ଏବେ ସୁଦ୍ଧା ମୃତ୍ୟୁ ହୋଇ ସାରିଛି। ୩କୋଟି ୭୪ଲକ୍ଷରୁ ଅଧିକ ଲୋକ କରୋନାରେ ସଂକ୍ରମଣର ଶିକାର ହୋଇଛନ୍ତି। କରୋନାର ଭାଇରସର ଭ୍ୟାକସିନ ପାଇଁ ଏ​ବେ ବି ଦେଶବ୍ୟାପି ଗବେଷଣା ଜାରି ରହିଛି। ରୁଷ କରୋନା ଭ୍ୟାକସିନ୍ ପ୍ରସ୍ତୁତ କରିବାର ଦାବି କରିଛି।

ଏପଟେ କରୋନା ଭ୍ୟାକସିନ ପ୍ରସ୍ତୁତ କରିବା ଦିଗରେ ଜନସନ ଆଣ୍ଡ ଜନସନ କରୋନା ଭ୍ୟାକସିନ ପରୀକ୍ଷଣକୁ ଅସ୍ଥାୟୀ ଭାବେ ରୋକି ଦେଇଛି। ଜନସନ ଆଣ୍ଡ ଜନସନ ଏହି ସୂଚନା ଦେଇଛି।

ଜନସନ ଆଣ୍ଡ ଜନସନ ତରଫରୁ ଏକ ଷ୍ଟେଟମେଣ୍ଟ ଜାରି କରି କୁହାଗଲା ଯେ ସେମାନେ ନିଜ ସମସ୍ତ କରୋନା ଭ୍ୟାକସିନର କ୍ଲିନିକାଲ୍ ଟ୍ରାୟଲ୍ ଅସ୍ଥାୟୀ ଭାବେ ରୋକି ଦେଇଛନ୍ତି। ଗବେଷଣାରେ ଜଣେ ପ୍ରତିଯୋଗୀଙ୍କ ଅସୁସ୍ଥ ହୋଇଯିବା ଯୋଗୁଁ ଏହାକୁ ରୋକି ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.