ଜନସନ୍ ଆଣ୍ଡ ଜନସନ କମ୍ପାନୀକୁ ୮ବିଲିୟନ୍ ଡଲାର କ୍ଷତିପୂରଣ ଆଦେଶ
9/10/2019 at 12:57 PM

ଫିଲାଡେଲଫିଆ (ଆମେରିକା) ୯/୧୦: ଫିଲାଡେଲଫିଆର ଏକ କୋର୍ଟ ପ୍ରସିଦ୍ଧ ଜନସନ ଆଣ୍ଡ ଜନସନକୁ ୮ ବିଲିୟନ ଡଲାର କ୍ଷତିପୂରଣ ଜଣେ ବ୍ୟକ୍ତିଙ୍କୁ ଦେବାପାଇଁ ନିର୍ଦେଶ ଦେଇଛନ୍ତି। ଏହା ଗତକାଲି କହିଛନ୍ତି ଫିଲାଡେଲଫିଆର ଜଣେ ଜ୍ୟୁରି ବା ବିଚାରପତି।
ଫିଲାଡେଲଫିଆ କୋର୍ଟ ଅଫ କମନ ପ୍ଲିଜ ନିକୋଲାସ୍ ମୁରେ ନାମକ ଜଣେ ବ୍ୟକ୍ତିଙ୍କ ସପକ୍ଷରେ ଏହି ରାୟ ଦେଇଛନ୍ତି। ଜନସନ ଆଣ୍ଡ ଜନସନ କମ୍ପାନୀ ଦ୍ବାରା ପ୍ରସ୍ତୁତ ରିସପରଡାଲ ନାମକ ଔଷଧ ନିକୋଲାସ କିଣି ସେବନ କରିଥିଲେ। ଏହି ଔଷଧ ବିକ୍ରି କରାଗଲାବେଳେ ଏହା ସେବନ କଲେ ପୁରୁଷମାନଙ୍କ ଶରୀରରେ ସ୍ତନକୋଶିକାର ଅସ୍ବାଭାବିକ ଅଭିବୃଦ୍ଧି ଘଟିବାର ସମ୍ଭାବନା ରହିଥାଏ ବୋଲି ସତର୍କ କରାଯାଇନଥିଲା ବୋଲି ଜ୍ୟୁରି ଜଣକ ତାଙ୍କ ରାୟରେ ଦର୍ଶାଇଛନ୍ତି।
ପୂର୍ବରୁ ନିକୋଲାସଙ୍କୁ ଏହି ସମାନ ମାମଲାରେ ପେନସିଲଭାନିଆର ଜଣେ ଜ୍ୟୁରି ବା ବିଚାରପତି ୬.୮ଲକ୍ଷ ଡଲାର କ୍ଷତିପୂରଣ ଦେବାକୁ ଆଦେଶ ଦେଇଥିଲେ।