ବେବି ଜନସନ ପାଉଡରରେ କର୍କଟ ରୋଗ ସୃଷ୍ଟିକାରୀ ଆଜବେଷ୍ଟସ ମିଶିଥିବା ଅଭିଯୋଗ

Published By : Prameya-News7 Bureau | December 20, 2018 IST

ପୁଣି ବିବାଦରେ ଜନସନ ଆଣ୍ଡ ଜନସନ କମ୍ପାନୀ। ବେବି ଜନସନ ପାଉଡରରେ କର୍କଟ ରୋଗ ସୃଷ୍ଟିକାରୀ ଆଜବେଷ୍ଟସ ମିଶିଥିବା ଅଭିଯୋଗ ଆସିବାପରେ ଡ୍ରଗସ ଅଧିକାରୀ ଚଳାଇଛନ୍ତିତନାଘନା। ଡ୍ରଗସ ଅଧିକାରୀ ଭାରତରେ ଥିବା କମ୍ପାନୀର ବିଭିନ୍ନ କାର୍ଯ୍ୟାଳୟ ଚଢଉ କରିଥିଲେ। ବେବି ପାଉଡରର ନମୂନା ସଂଗ୍ରହ କରିଛନ୍ତି।

{"id":65459}
SAN FRANCISCO, CA - JULY 13: In this photo illustration, a container of Johnson's baby powder made by Johnson and Johnson sits on a table on July 13, 2018 in San Francisco, California. A Missouri jury has ordered pharmaceutical company Johnson and Johnson to pay $4.69 billion in damages to 22 women who claim that they got ovarian cancer from Johnson's baby powder. (Photo by Justin Sullivan/Getty Images)

ଗତ ଶୁକ୍ରବାର ଏନେଇ ବିଦେଶୀ ଗଣମାଧ୍ୟମରେ ଖବର ପ୍ରକାଶ ପାଇବାପରେ ଭାରତୀୟ ଅଧିକାରୀ ଏନେଇ ତତ୍ପରତା ଦେଖାଇଛନ୍ତି। ଏବେ ଲାବୋରେଟୋରିରେ ଜନସନ ଆଣ୍ଡ ଜନସନ ଦ୍ବାରା ପ୍ରସ୍ତୁତ ବେବି ପାଉଡରର ପରୀକ୍ଷା କରାଯିବ। ପରୀକ୍ଷାର ଫଳାଫଳା ନେଇ କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଦେଶର ଲକ୍ଷ ଲକ୍ଷ ଶିଶୁ ପ୍ରଭାବିତ ହେବାର ଆଶଙ୍କା ଥିବାରୁ ଭାରତ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଉଦବେଗ ପ୍ରକାଶ କରିଛି। ଜନସନ ଆଣ୍ଡ ଜନସନ କମ୍ପାନୀର ବିଭିନ୍ନ ଉତ୍ପାଦନ ହେଉଥିବା କାରଖାନାରେ ଡ୍ରଗ ନୀରିକ୍ଷକ ଯାଞ୍ଚ କରିବେ। ଏପଟେ କମ୍ପାନୀ ପକ୍ଷରୁ ଅଭିଯୋଗକୁ ଖଣ୍ଡନ କରାଯାଇଛି । ୨୦୧୬ରେ ମଧ୍ୟ ଅନୁରୂପ ଅଭିଯୋଗ ହୋଇଥିଲା। ତେବେ ପରୀକ୍ଷାରୁ ସେଭଳି ଆପତ୍ତିଜନକ ସାମଗ୍ରୀ ମିଳିନଥିଲା ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଜନସନ ବେବି ପାଉଡର ଶିଶୁଙ୍କ ପାଇଁ ସୁରକ୍ଷିତ। ଏବଂ ଏହା ଆଜବେଷ୍ଟସ ମୁକ୍ତ  ବୋଲି କମ୍ପାନୀ ଦାବି କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.