ଆମେରିକାରେ ବେବି ପାଉଡର ଉତ୍ପାଦ ବିପଣନ ବନ୍ଦ କଲେ Johnson & Johnson

Published By : Prameya-News7 Bureau | May 21, 2020 IST

ହେଲଥ୍‌ କେୟାର ଦିଗ୍ଗଜ ଜନସନ୍ ଏଣ୍ଡ ଜନସନ୍‌ ଆମେରିକା ଓ କାନାଡାରେ ତାଙ୍କ ଟଲ୍କ ଆଧାରିତ ଜନସନ ବେବି ପାଉଡରର ବିକ୍ରି ସମ୍ପୂର୍ଣ୍ଣ ବନ୍ଦ କରିଦେଇଛନ୍ତି। ଜନସନଙ୍କ ଏଭଳି ଉତ୍ପାଦ ଯୋଗୁ କର୍କଟ ରୋଗ ସୃଷ୍ଟି କରୁଥିବା ନେଇ ବିଭିନ୍ନ ସ୍ଥାନରେ ଉପଭୋକ୍ତା ଆଇନର ଆଶ୍ରୟ ନେଉଥିବା ଯୋଗୁ  କମ୍ପାନୀ ଏହି ନିଷ୍ପତ୍ତି ନେଇଛି।  ଏବେ ଜନସନ ବିରୋଧରେ ଏପରି ୧୬ ହଜାରଟି ମାମଲା ବିଭିନ୍ନ ଅଦାଲତରେ ବିଚାରାଧୀନ ରହିଛି।

{"id":273501,"sizeSlug":"large"}

ଏନେଇ ସବୁଠୁ ଅଧିକ ମାମଲା ନ୍ୟୁଜର୍ସି ଜିଲ୍ଲା ଜଜ୍‌ଙ୍କ କୋର୍ଟରେ ବିଚାରାଧୀନ ରହିଛି। ଏଣୁ ଆମେରିକା ସ୍ୱାସ୍ଥ୍ୟ ସେବା ସମୂହ ଏପରି ଉତ୍ପାଦର ବିକ୍ରି ବନ୍ଦ କରିଦେଇଛନ୍ତି। ଆମେରିକୀୟ ଉପଭୋକ୍ତା ବଜାରରେ ଏହି ଉତ୍ପାଦର ଭାଗିଦାରୀ ମାତ୍ର ୦.୫ ପ୍ରତିଶତ । ଏଣୁ ବଜାରରୁ ଉତ୍ପାଦ ପ୍ରତ୍ୟାହାର କରିନେଲେ ଜନସନ୍ ଏଣ୍ଡ ଜନସନ୍‌ର କାରବାର ପ୍ରଭାବିତ ହେବନି ବୋଲି ଆଶା କରାଯାଉଛି। 

{"id":273502,"sizeSlug":"large"}

ଜନସନଙ୍କ ଏହି ଉତ୍ପାଦରେ ଆଜବେଷ୍ଟସର ଯୌଗିକ କାର୍କିନୋଜେନ୍ ଥିବାର ଲୋକେ ଅଭିଯୋଗ କରୁଛନ୍ତି। ତେବେ ଦୀର୍ଘ ଦଶନ୍ଧୀର ବୈଜ୍ଞାନିକ ଅଧ୍ୟୟନର ଉଦାହରଣ ଦେଇ ବେବି ପାଉଡରର ନିରାପତ୍ତା ନେଇ ଜନସନ୍‌ ଦୃଢ ଦାବି କରିଆସୁଛନ୍ତି। ଉତ୍ତର ଆମେରିକାରେ ଲୋକେ ଜନସନଙ୍କ ଏପରି ଉତ୍ପାଦ କ୍ରୟ କରିବା ଏବେ ବନ୍ଦ କରିଦେଲେଣି। ସେମାନେ ସେମାନଙ୍କ ବ୍ୟବହାର ଅଭ୍ୟାସ ମଧ୍ୟ ବଦଳାଇ ଦେଇଥିବା ଜନସନ କହିଛନ୍ତି। ତେବେ ଶିଶୁଙ୍କ ଲାଗି ଉତ୍ପାଦନ କରୁଥିବା ସାମଗ୍ରୀରେ ଆଜବେଷ୍ଟସ ନଥିବା ନେଇ ଯେତେ ବୁଝାଇଲେ ବି ଲୋକେ ବୁଝୁନଥିବା କହିଛନ୍ତି ଜନସନ୍।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.