ସିଙ୍ଗଲ ଡୋଜରେ କରୋନାକୁ ମାତ୍ ଦେଉଛି ଜନସନ ଆଣ୍ଡ ଜନସନର କରୋନା ଟିକା, ଆରମ୍ଭ ହେଲା ତୃତୀୟ ପର୍ଯ୍ୟାୟ ଟ୍ରାଏଲ

Published By : Prameya-News7 Bureau | September 26, 2020 IST

ଓ୍ବାଶିଂଟନ୍ ୨୬/୦୯: କରୋନା ମହାମାରୀ ବିରୋଧରେ ଏବେ ବିଭିନ୍ନ ଦେଶରେ କରୋନା ଭାକିସନ ଉପରେ କାମ ଚାଲିଛି। ଏହି କ୍ରମରେ ଆମେରିକା ଔଷଧ ନିର୍ମାତା କମ୍ପାନି ଜନସନ ଆଣ୍ଡ ଜନସନର ଭାକସିନକୁ ନେଇ ଭଲ ଖବର ଆସିଛି। ଏହାର ପ୍ରୟୋଗାତ୍ମକ କୋଭିଡ୍-୧୯ ଭାକସିନ ସିଙ୍ଗଲ ଡୋଜରେ ସଂକ୍ରମଣ ବିରୋଧରେ ପ୍ରତିରକ୍ଷା ପ୍ରଣାଳୀକୁ ମଜବୁତ କରିବାରେ କାମ କରୁଛି। ଏହି ଫଳ ଟିକାର ପ୍ରାରମ୍ଭିକରୁ ମିଡିଲ-କ୍ଲିନିକାଲ ଟ୍ରାଏଲରେ ସାମ୍ନାକୁ ଆସିଛି। ‘Ad26.COV2.S’ ନାଁର ଏହି ଭାକସିନକୁ ଦୁଇଟି ଅଲଗା ଅଲଗା ଡୋଜରେ ଦିଆଯାଇଥିଲା। ଯାହା ପରେ ଏହାର ପରିଣାମ ଏଭଳି ଦେଖିବାକୁ ମିଳିଛି।

moderna  ଓ ଫାଇଜର ଭାକିସନକୁ ସିଙ୍ଗଲ ଓ ଡବଲ ଡୋଜ ସହ ଟେଷ୍ଟ କରିଛି। ତେବେ ଏବେ ସୁଦ୍ଧା ସ୍ପଷ୍ଟ ହୋଇ ନାହିଁ ଯେ ଭାକସିନ ଯେଉଁ ଭଳି ଯୁବକଙ୍କୁ ଲାଭ ଦେଉଛି ସେହିପରି ବୟସ୍କଙ୍କ ପାଇଁ ଫଳପ୍ରଦ ହେବ କି କି ନାହିଁ। କାରଣ ବୟସ୍କଙ୍କ ପ୍ରତି ଭାଇରସ ବିପଦ ଅଧିକ ରହିଛି। ଭାକସିନ ଟ୍ରାଏଲ ହଜାରେ ସୁସ୍ଥ ଯୁବକଙ୍କ ଉପରେ କରାଯାଇଛି ଓ ଏହାକୁ ଆମେରିକା ସରକାର ମଧ୍ୟ ସମର୍ଥନ କରିଛନ୍ତି। ଏହି ଟ୍ରାଏଲ ଜୁଲାଇ ପରେ ଆରମ୍ଭ ହୋଇଥିଲା ଓ ଭାକିସନ ପରୀକ୍ଷଣ ମାଙ୍କଡ଼ଙ୍କ ଉପରେ ମଧ୍ୟ ସଫଳ ହୋଇଥିଲା।

ଏବେ ଭାକସିନ ଟ୍ରାଏଲ ସବୁଠୁ ଅଧିକ ୬୦ ହଜାର ଲୋକଙ୍କ ଉପରେ ହେବ। ପରେ ଏହାକୁ ମଞ୍ଜୁରି ମିଳିବା ନେଇ ଗତ ବୁଧବାର ତୃତୀୟ ପର୍ଯ୍ୟାୟ ଟ୍ରାଏଲ ପାଇଁ ଘୋଷଣା କରାଯାଇଛି। କମ୍ପାନି କହିବା କଥା ତୃତୀୟ ପର୍ଯ୍ୟାୟ ଟ୍ରାଏଲ ଏହି ବର୍ଷ ଶେଷ ନଚେତ ଆସନ୍ତା ବର୍ଷ ପ୍ରାରମ୍ଭ ସୁଦ୍ଧା ଏହାର ପରିଣାମ ଜଣାପଡ଼ିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.