ଜନସନ୍ ଆଣ୍ଡ ଜନସନ୍ ତିଆରି କରିଛି କୋଭିଡ୍ ଭାକସିନ୍, ୧୦୦ ନିୟୁତ ଡୋଜ୍‌କୁ ୧୦୦କୋଟି ଡଲାର ଦେଇ କିଣିବ ଆମେରିକା

Published By : Prameya-News7 Bureau | August 06, 2020 IST

ନ୍ୟୁୟର୍କ, ୦୬|୦୮: ଜନସନ୍ ଆଣ୍ଡ ଜନସନ୍ ପରୀକ୍ଷଣ ପାଇଁ ୧ ବିଲିୟନ ଡଲାରରେ କରୋନା ଭାକସିନର ୧୦୦ ମିଲିୟନ ଡୋଜ୍ ଆମେରିକାକୁ ପ୍ରଦାନ କରିବ ।ଏନେଇ ଆମେରିକା ସରକାର ଓ କମ୍ପାନୀ ମଧ୍ୟ ଚୁକ୍ତି ହୋଇଛି ।

ଏହି ଚୁକ୍ତି ଅନୁଯାୟୀ, ଜନସନ୍ ଆଣ୍ଡ ଜନସନ୍ କୋଭିଡ-୧୯ର ମୁକାବିଲା ପାଇଁ ଭାକସିନ୍ ପ୍ରସ୍ତୁତ କରିଛି । ଏହାର ପରୀକ୍ଷଣ ବାକି ରହିଛି । ଏହାକୁ ସେପ୍ଟେମ୍ବରରେ ପରୀକ୍ଷଣ କରାଯିବ । ନିକଟରେ ଆମେରିକା ସରକାର କୋଭିଡ ଭାକସିନ୍ ପାଇଁ ମୋଡେରାନା ଓ ଫିଜର୍ ସହ ମଧ୍ୟ ଚୁକ୍ତି କରିଥିଲେ । ତେବେ ଜନସନ୍ ଆଣ୍ଡ ଜନସନ୍ ଦାବି କରୁଛି ଯେ, ପ୍ରସ୍ତୁତ କରିଥିବା ଭାକସିନ୍ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିବ । ଗୋଟିଏ ଡୋଜରେ ହିଁ ଶରୀରରେ ରୋଗ ପ୍ରତିରୋଧିକ ଶକ୍ତି ବୃଦ୍ଧି ପାଇବ ।

କମ୍ପାନୀ ଆହୁରି କହିଛି ଯେ, ଅନ୍ୟ ସବୁ ଭାକସିନର ମଧ୍ୟ ଟ୍ରାଏଲ ଚାଲିଛି । କିନ୍ତୁ ସେସବୁ ଭାକସିନ୍ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଋଦ୍ଧି ପାଇଁ ୨ଟି ଡୋଜ୍ ଆବଶ୍ୟକ କରୁଛି । ଭାକସିନ୍ ପ୍ରସ୍ତୁତ ହେଲେ ପ୍ରାୟ ୩୦୦ ମିଲିୟନ ଲୋକଙ୍କୁ ଏହା ପ୍ରଦାନ କରାଯିବ । ପରୀକ୍ଷଣ ସଫଳ ହେଲେ ଆମେରିକାରେ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ କରାଯିବ । ଏହା ମାଗଣାରେ ଲୋକଙ୍କୁ ପ୍ରଦାନ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.