Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ନୋବେଲ୍ ପୁରସ୍କାର ବିଜେତା ଜନ୍ ହ୍ୟୁମଙ୍କ ପରଲୋକ : ଉତ୍ତର ଆୟର୍ଲାଣ୍ଡରେ ଶାନ୍ତି ପାଇଁ ଜୀବନବ୍ୟାପି କରିଥିଲେ ସଂଘର୍ଷ

3/08/2020 at 8:13 PM

ଉତ୍ତର ଆୟର୍ଲାଣ୍ଡରେ ହିଂସା ଦୂର କରିବା ପାଇଁ କାମ କରିଥିବା ଯୋଗୁଁ ନୋବେଲ୍ ପୁରସ୍କାର ଜିତିଥିବା ଜନ୍ ହ୍ୟୁମଙ୍କ ୮୩ବର୍ଷରେ ପରଲୋକ ହୋଇଛି। ଏହି ସୂଚନା ତାଙ୍କ ପରିବାର ସୋମବାର ଦେଇଛନ୍ତି। ହ୍ୟୁମ୍ ଦୀର୍ଘ ଦିନରୁ ରୋଗଗ୍ରସ୍ତ ଥିଲେ। ଉଦାରବାଦୀ ସୋସିଆଲ୍ ଡେମୋକ୍ରାଟିକ୍ ଆଣ୍ଡ ଲେବର ପାର୍ଟିର କ୍ୟାଥୋଲିକ୍ ନେତା ହ୍ୟୁମଙ୍କୁ ଉତ୍ତର ଆୟର୍ଲାଣ୍ଡରେ ୧୯୯୮ମସିହାର ଶାନ୍ତି ବୁଝାମଣାର ମୁଖ୍ୟ ସୂତ୍ରଧାର କୁହାଯାଇଥାଏ। ରାଜ୍ୟରେ ଜାତୀୟ ହିଂସାକୁ ସମାପ୍ତ କରିବାରେ ମୁଖ୍ୟ ଭୂମିକା ତୁଲାଇବା ପାଇଁ ତାଙ୍କୁ ଅଲଷ୍ଟର ୟୁନିୟନିଷ୍ଟ ପାର୍ଟିର ପ୍ରୋଟେଷ୍ଟାଣ୍ଟ ନେତା ଡେଭିଡ ଟ୍ରିମ୍ବଲଙ୍କ ସହ ନୋବେଲ୍ ପୁରସ୍କାର ମିଳିଥିଲା।

୩ଦଶକରୁ ଜାରି ହିଂସାରେ ସେଠାରେ ୩୫୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା। ସେ ୧୯୯୮ମସିହାରେ କହିଥିଲେ,‘ସେ ଆୟର୍ଲାଣ୍ଡକୁ ଏକ ଉଦାହରଣ ଭାବେ ଦେଖିବାକୁ ଚାହୁଁଛନ୍ତି ଯେଉଁଠାରେ ସ୍ତ୍ରୀ-ପୁରୁଷ ସମସ୍ତେ ନିଜ ବିଚାର ସହ କେଉଁଠାକୁ ବି ସହଜରେ ଯାଇ ପାରିବେ। ପରସ୍ପର ସହ ନ ଲଢ଼ି ପରସ୍ପରକୁ ସମ୍ମାନ ଦୃଷ୍ଟି​ରେ ଦେଖିବେ। ଅହିଂସାର ସମର୍ଥକ ହ୍ୟୁମଙ୍କ ଜନ୍ମ ୧୯୩୭ମସିହା ଜାନୁୟାରୀ ୧୮ତାରିଖରେ ଉତ୍ତର ଆୟର୍ଲାଣ୍ଡର ଲଣ୍ଡନଡେରୀ ସହରରେ ହୋଇଥିଲା।

   Related Posts