Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

ହାଭାର୍ଡ ଓ ଏମଆଇଟି ପରେ ଟ୍ରମ୍ପ ପ୍ରଶାସନ ନିଷ୍ପତ୍ତି ବିରୋଧରେ କୋର୍ଟକୁ ଗଲେ ଜନ୍ ହପକିନସ୍ ୟୁନିଭର୍ସିଟି

12/07/2020 at 8:34 PM

ନ୍ୟୁୟର୍କ ୧୨।୭: ଅନଲାଇନ୍‌ ପାଠ୍ୟକ୍ରମରେ ପ୍ରବେଶ କରିଥିବା ଛାତ୍ରଙ୍କୁ ଭିସା ପ୍ରସଙ୍ଗରେ ଟ୍ରମ୍ପ ପ୍ରଶାସନଙ୍କ ‘ନିର୍ଦ୍ଦୟୀ’ ନିଷ୍ପତ୍ତି ବିରୋଧରେ ଜନ୍‌ ହପକିନ୍ସ ୟୁନିଭର୍ସିଟି(ଜେଏଚୟୁ) ନ୍ୟାୟାଳୟଙ୍କ ଶରଣାପନ୍ନ ହୋଇଛନ୍ତି। ଏହା ପୂର୍ବରୁ ଏମଆଇଟି ଓ  ହାଭାର୍ଡ ଭଳି ସମ୍ମାନଜନକ ଶିକ୍ଷଣାନୁଷ୍ଠାନମାନେ ମଧ୍ୟ ସରକାରଙ୍କ ନିଷ୍ପତ୍ତିକୁ କୋର୍ଟରେ  ବିରୋଧ କରିଛନ୍ତି। 

ଟ୍ରମ୍ପ ପ୍ରଶାସନ ଗତ ସୋମବାର ନୂଆ ନିୟମ ଘୋଷଣା କରିଥିଲେ। ଏଥିରେ ଆମେରିକାରେ ଶିକ୍ଷା ପ୍ରାପ୍ତ କରୁଥିବା କେବଳ ସେହି ବିଦେଶୀ ଛାତ୍ରଙ୍କୁ ଦେଶରେ ରହିବାକୁ ଅନୁମତି ମିଳିବ ଯେଉଁମାନେ ଆଗାମୀ ସେସନ୍ (ସେପ୍ଟେମ୍ବର-ଡିସେମ୍ବର)ରେ ଶିକ୍ଷଣ ସଂସ୍ଥାରେ ବ୍ୟକ୍ତିଗତ ଶ୍ରେଣୀକୁ ଆସୁଥିବେ। ଏବେ ଦେଶରେ କୋଭିଡ-୧୯ ଯୋଗୁ ଶିକ୍ଷଣ ସଂସ୍ଥା ସବୁ ବନ୍ଦ ରହିଛି। ଏଣୁ ବିଶ୍ୱବିଦ୍ୟାଳୟମାନେ ଅନଲାଇନ୍‌ କ୍ଲାସ୍ ଯୋଜନା କରିଥିବା ବେଳେ ଚ୍ରମ୍ପ ପ୍ରଶାସନଙ୍କ ନିଷ୍ପତ୍ତି ଏଥିରେ ବାଧକ ପାଲଟିଛି। 

ଏଣୁ ଜେଏଚୟୁ ସରକାରଙ୍କ ନୂଆ ନିଷ୍ପତ୍ତି ବିରୋଧରେ ସୋମବାର ୱାସିଂଟନ ଜିଲ୍ଲା ନ୍ୟାୟାଳୟଙ୍କ ଶରଣାପନ୍ନ ହୋଇଥିବା ବେଳେ ସରକାରଙ୍କ ଏପରି ନିର୍ଦ୍ଦେଶ ବିଶ୍ୱବିଦ୍ୟାଳୟଙ୍କ ଲାଗି ଝଟକା ସଦୃଷ ହୋଇଛି ବୋଲି ଦର୍ଶାଇଛନ୍ତି। ବିଶ୍ୱବିଦ୍ୟାଳୟ କହିଛନ୍ତି ଯେ ସରକାରଙ୍କ ନିୟମ ଲାଗୁ ହେଲେ ଅନଲାଇନ ଅଧ୍ୟାୟନ କରୁଥିବା ବିଶ୍ୱବିଦ୍ୟାଳୟଙ୍କ ଅନୁନ୍ୟ ୫ହଜାର ଛାତ୍ରଛାତ୍ରୀ ପ୍ରଭାବିତ ହେବେ। ଏଣୁ ସରକାରଙ୍କ ନୂଆ ନିୟମ ଉପରେ ଅସ୍ଥାୟୀ ରିହତାଦେଶ ଜାରି ଲାଗି କୋର୍ଟଙ୍କୁ ନିବେଦନ କରିଛନ୍ତି।

ପ୍ରଶାସନର ନିଷ୍ପତ୍ତିକୁ ଅନାବଶ୍ୟକ, ନିର୍ଦ୍ଦୟୀ ଓ ପ୍ରତିକୂଳ ବୋଲି କହିଛନ୍ତି ବିଶ୍ୱବିଦ୍ୟାଳୟର ଅଧ୍ୟକ୍ଷ ରୋନାଲ୍ଡ ଜେ ଡାନିୟଲ୍ସ। ଆମେରିକାର ଏଭଳି ନିଷ୍ପତ୍ତି ଯୋଗୁ ଏଠାରେ ରହି ପାଠ ପଢୁଥିବା ହଜାର ହଜାର ଭାରତୀୟ ଛାତ୍ରଛାତ୍ରୀ ମଧ୍ୟ ପ୍ରଭାବିତ ହେବେ। ଷ୍ଟୁଡେଣ୍ଟ ଏଣ୍ଡ ଏକ୍ସଚେଞ୍ଜ ଭିଜିଟ୍ ପ୍ରୋଗ୍ରାମ (ଏସଇଭିପି) ରିପୋର୍ଟ ଅନୁସାରେ ଗତ ଜାନୁୟାରୀ ସୁଦ୍ଧା ଦେଶର ବିଭିନ୍ନ ଶିକ୍ଷଣ ସଂସ୍ଥାନରେ ୧ଲକ୍ଷ ୯୪ ହଜାର ଭାରତୀୟ ଛାତ୍ରଛାତ୍ରୀ ବିଭିନ୍ନ ପାଠ୍ୟକ୍ରମରେ ପ୍ରବେଶ ନେଇଛନ୍ତି।

ଏଣୁ ବିନା ପୂର୍ବ ସୂଚନାରେ ଏଭଳି ନିୟମ ଗୃହୀତ କରିବା ପୂର୍ବରୁ ବିସ୍ତୃତ ଯୋଜନା କରିବାର ଥିଲା ବୋଲି ଜେଏଚୟୁ କହିଛନ୍ତି। ହାଭାର୍ଡ, ଏମଆଇଟି, ୟୁନିଭର୍ସିଟି ଅଫ କାଲିଫର୍ଣ୍ଣିଆ ସମେତ ଅନ୍ୟ ବିଶ୍ୱବିଦ୍ୟାଳୟମାନେ ମଧ୍ୟ ସମାନ  ଅଭିଯୋଗ ଆଣିଛନ୍ତି। ଏହା ଦ୍ୱାରା ଶିକ୍ଷା ସ୍ୱାତନ୍ତ୍ରତା ଓ ଉଚ୍ଚଶିକ୍ଷା କ୍ଷେତ୍ରରେ ଥିବା ଆମେରିକାର ଉଚ୍ଚ ମାନବିକ ମୂଲ୍ୟବୋଧ କ୍ଷୁର୍ଣ୍ଣ ହେବ ବୋଲି ମଧ୍ୟ ବିଶ୍ୱବିଦ୍ୟାଳୟମାନେ ସୂଚିତ କରିଛନ୍ତି।

   Related Posts