ବଚ୍ଚନ ପରିବାରର ବଡ ପ୍ରଶଂସକ: ଐଶ୍ୱର୍ଯ୍ୟାଙ୍କ ଫଟୋ ସେୟାର କଲେ ଜନ୍ ସେନା, ଇଣ୍ଟରନେଟରେ ଭାଇରାଲ
20/07/2020 at 5:41 PM

ନୂଆଦିଲ୍ଲୀ, ୨୦|୦୭: WWE ସୁପରଷ୍ଟାର୍ ଜନ୍ ସେନା ନିଜ ଇନଷ୍ଟାଗ୍ରାମ୍ ପୋଷ୍ଟ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ସେ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଏକ ଫଟୋ ନିଜ ଇନଷ୍ଟା ପେଜ୍ରେ ପୋଷ୍ଟ କରିଛନ୍ତି । ଏହାପୂର୍ବରୁ ସେ ଅମିତାଭ ବଚ୍ଚନ ଓ ଅଭିଷେକ ବଚ୍ଚନଙ୍କ ଫଟୋ ମଧ୍ୟ ସେୟାର କରିଛନ୍ତି ।
ଚାମ୍ପିଅନ୍ ଜନ୍ ସେନା ଐଶ୍ୱର୍ଯ୍ୟା ରାୟ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଫଟୋ ସେୟାର କରିଛନ୍ତି । ଏହି ଫଟୋକୁ ପ୍ରାୟ ୬ ଲକ୍ଷ ଲୋକ ଲାଇକ୍ କରିସାରିଛନ୍ତି । ଏଥିରେ ପ୍ରାୟ ୧୧ ହଜାର କମେଣ୍ଚ ମଧ୍ୟ ଆସିଛି । ଅମିତାଭ ଓ ଅଭିଷେକ ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସେମାନଙ୍କ ଫଟୋ ମଧ୍ୟ ସିନା ପୋଷ୍ଟ କରିଥିଲେ ।
ଭାରତରେ ସେନାଙ୍କ କୋଟି କୋଟି ଫ୍ୟାନ୍ ଅଛନ୍ତି । ପିଲାଠୁ ବଡ ଯାଏଁ ସମସ୍ତେ ସିନାଙ୍କ ଖେଳ ଦେଖିବାକୁ ପସନ୍ଦ କରନ୍ତି । ତେଣୁ ସେ ଭାରତୀୟ ସମ୍ବନ୍ଧୀୟ ଅନେକ ପୋଷ୍ଟ୍ କରିଥାନ୍ତି । ଗତ କିଛିଦିନ ତଳେ ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତ,ଇରଫାନ ଖାନ, ଋଷି କପୁର, ଶାହରୁଖ ଖାନ, ରଣବୀର ସିଂ ଓ ଶିଳ୍ପା ସେଟ୍ଟୀଙ୍କ ଫଟୋ ମଧ୍ୟ ପୋଷ୍ଟ କରିଥିଲେ ।
ସୂଚନାଯୋଗ୍ୟ, ସେନାଙ୍କ ଇନଷ୍ଟାଗ୍ରାମରେ ୧୪.୨ ଲକ୍ଷ ମିଲିୟନ ଫଲୋଅର୍ସ ରହିଛନ୍ତି । ତେବେ ସେ କାହାକୁ ଫଲୋ କରିନାହାଁନ୍ତି । ଡବ୍ଲ୍ୟୁଡବ୍ଲ୍ୟୁଇ ରେସଲର୍ ହୋଇଥିଲେ ସୁଦ୍ଧା ରିଙ୍ଗ୍ ସହ ଜଡିତ ସେ ବହୁତ କମ ଫଟୋ ପୋଷ୍ଟ କରନ୍ତି ।