'ଫିଲ୍ମ ସମୀକ୍ଷା ଏକ ପରିହାସ, ମୋତେ ସମାଲୋଚନା କରୁଥିବା ଲୋକେ ମୋତେ ପୋଷୁ ନାହାଁନ୍ତି'-ଜନ୍ ଆବ୍ରାହମ୍

Published By : Prameya-News7 Bureau | April 09, 2021 IST

ମୁମ୍ବାଇ ୦୯/୦୪ : ବଲିଉଡ ଅଭିନେତା ଜନ୍ ଆବ୍ରାହମ ନିକଟରେ ନିଜ ଫିଲ୍ମ 'ସତ୍ୟମେବ ଜୟତେ ୨' ସମ୍ପର୍କରେ ସମୀକ୍ଷକଙ୍କ ଠାରୁ ପ୍ରତିକ୍ରିୟା ହାସଲ କରିଛନ୍ତି। ଫିଲ୍ମ ସମୀକ୍ଷାକୁ ଥଟ୍ଟା ବୋଲି କହି ଜନ କହିଛନ୍ତି, ଯେଉଁମାନେ ତାଙ୍କୁ ସମାଲୋଚନା କରୁଛନ୍ତି ସେମାନେ ତାଙ୍କୁ ଖାଇବାକୁ ଦେଉନାହାନ୍ତି କି ପୋଷୁ ନାହାନ୍ତି। ଅନ୍ୟ ଭାଷାରେ କହିବାକୁ ଗଲେ ସମାଲୋଚକ ତାଙ୍କୁ ପୋଷୁ ନାହାନ୍ତି।

{"id":435892,"sizeSlug":"large","linkDestination":"none"}

ଏକ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଜନ୍ କହିଛନ୍ତି, ତାଙ୍କ ହିସାବରେ ସତ୍ୟମେବ ଜୟତେ ୨ ଏକ ସ୍ମାର୍ଟ ଫିଲ୍ମ ଏବଂ ସମାଲୋଚକ ଫିଲ୍ମକୁ ପସନ୍ଦ କରୁଛନ୍ତି ନା ନାହିଁ ତାଙ୍କୁ ତାର ପରୱାହ ନାହିଁ। ସେ କହିଛନ୍ତି ଯେ ସେ ସମୀକ୍ଷକଙ୍କ ଦୟାର ପାତ୍ର ନୁହନ୍ତି। କାରଣ ଲୋକେ ତାଙ୍କୁ ଥଟ୍ଟା ପରିହାସ କରୁଛନ୍ତି। ୟୁଟ୍ୟୁବରେ ଲୋକେ ଫିଲ୍ମ ସମ୍ପର୍କରେ ଅନେକ କଥା କହୁଛନ୍ତି। 

{"id":435893,"sizeSlug":"large","linkDestination":"none"}

ନିଜ କଥାକୁ ସେ ବିସ୍ତାର ଭାବେ ବୁଝାଇଛନ୍ତି। ସେ କହିଛନ୍ତି ଫିଲ୍ମ 'ସତ୍ୟମେବ ଜୟତେ'ରେ 'ଦିୱାର' ତତ୍ତ୍ୱ ରହିଛି। ଏହା ହିଁ ତାଙ୍କୁ ଫ୍ରାଞ୍ଚାଇଜି ପାଇଁ ପ୍ରେରିତ କରିଥିଲା। ସେ କହିଛନ୍ତି ଯେ ସେ ଫିଲ୍ମରେ ବିଶ୍ୱାସ କରନ୍ତି। ସବୁଠାରୁ ବଡ କଥା ହେଲା ତାଙ୍କୁ ମେଲାପ ଜାବେରି ବହୁତ ପସନ୍ଦ ଏବଂ ତାଙ୍କ ସହ କାମ କରିବାକୁ ସେ ବହୁତ ପସନ୍ଦ କରନ୍ତି।

{"id":435894,"sizeSlug":"large","linkDestination":"none"}

ଆଗକୁ ଅଭିନେତା ଜନ ଆବ୍ରାହମଙ୍କ ଫିଲ୍ମ ରିଲିଜ ହେବାକୁ ଯାଉଛି। ସତ୍ୟମେବ ଜୟତେ-୨ ରେ ସେ ଦିବ୍ୟା ଖୋସଲା କୁମାରଙ୍କ ସହ ନଜର ଆସିବେ। ଫିଲ୍ମ ଚଳିତ ବର୍ଷ ଇଦରେ ରିଲିଜ ହେବ। ତାଙ୍କ ପାଖରେ ବର୍ତ୍ତମାନ ସିଦ୍ଧାର୍ଥ ଆନନ୍ଦଙ୍କ ଫିଲ୍ମ 'ପଠାନ' ବି ଅଛି। ଏହି ଫିଲ୍ମରେ ସେ ଶାହରୁଖ ଖାନ ଓ ଦୀପିକା ପାଦୁକୋନଙ୍କ ସହ ନଜର ଆସିବେ। ତାଛଡା ମୋହିତ ସୁରିଙ୍କ ଫିଲ୍ମ 'ଏକ ଭିଲେନ ରିଟର୍ନ'ରେ ସହକଳାକାର ଅର୍ଜୁନ କପୁର,  ଦିଶା ପଟାନୀଙ୍କ ସହ ନଜର ଆସିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.