ନେପୋଟିଜିମ୍କୁ ନେଇ ନିଜର ମତ ରଖିଲେ ଜନ୍ ଆବ୍ରାହମ୍ : କହିଲେ, ‘ନିଜ କାମ କର ନହେଲେ ଅଭିଯୋଗ କର’
14/09/2020 at 11:26 AM

ମୁମ୍ବାଇ ୧୪/୯: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରଠୁ ଇଣ୍ଡଷ୍ଟ୍ରିରେ ଇନସାଇଡର ଏବଂ ଆଉଟସାଇଡରଙ୍କୁ ନେଇ ବିବାଦ ଲାଗି ରହିଛି। ଏହି ମାମଲାରେ କଙ୍ଗନା ରଣଓ୍ବତ ଖୋଲାଖୋଲି ଭାବେ ନିଜ ମତାମତ ରଖିଥିଲେ। ଅନେକ ଅଭିନେତା,ଡାଇରେକ୍ଟର ଏବଂ ପ୍ରଡ୍ୟୁସର ମଧ୍ୟ ଇଣ୍ଡଷ୍ଟ୍ରିରେ ନେପୋଟିଜମ୍ କଥା ମାନିଥିଲେ। ଏହି ସମୟରେ ଅଭିନେତା ଜନ୍ ଆବ୍ରାହମ୍ ମଧ୍ୟ ଇନସାଇଡର ଏବଂ ଆଇଟସାଇଡର ମୁଦ୍ଦା ଉପରେ ନିଜ ରାୟ ରଖିଥିଲେ। ଜନ୍ ଆବ୍ରାହମଙ୍କ କହିବା ଅନୁସାରେ ସେ ଇନସାଇଡର ଏବଂ ଆଉଟସାଇଡର ଭଳି କିଛି ଟର୍ମକୁ ମାନନ୍ତି ନାହିଁ। ପ୍ରତ୍ୟେକ ବ୍ୟକ୍ତିକୁ ନିଜ ଲଢ଼େଇ ନିଜେ ଲଢ଼ିବାକୁ ପଡ଼ିଥାଏ।

ଇନସାଇଡର ଏବଂ ଆଉଟସାଇଡର ମୁଦ୍ଦା ଉପରେ ନିଜ ରାୟ ରଖି ଜନ୍ ଆବ୍ରାହମ୍ କହିଛନ୍ତି ଯେ ସେ ଏଭଳି କୌଣସି ଟର୍ମକୁ ସମର୍ଥନ କରନ୍ତି ନାହିଁ। ଏହା ଆପଣଙ୍କ ଟ୍ବିଟର କଲଚର। ତାଙ୍କୁ ଲାଗୁଛି ଯେ ପ୍ରତ୍ୟେକ ବ୍ୟକ୍ତିର ନିଜର ଲଢ଼େଇ ହୋଇଥାଏ,ଯାହା ତାଙ୍କୁ ନିଜେ ଲଢ଼ିବା ଉଚିତ୍। ଆପଣ ଏହାକୁ ସହଜରେ ମାନନ୍ତୁ କିମ୍ବା ଅପ୍ରିୟ ସତ୍ୟ ମାନନ୍ତୁ ଏହା ଆପଣଙ୍କ ନିର୍ଣ୍ଣୟ। କିନ୍ତୁ ଏହା ସତ ଯେ ଆପଣଙ୍କୁ ଏହି ଲଢ଼େଇ ନିଜେ ଲଢ଼ିବାକୁ ହେବ। ସମସ୍ତଙ୍କୁ ନିଜକୁ ପ୍ରମାଣିତ କରିବା ଉଚିତ୍। ଆପଣ ଚାହିଁଲେ ଏହାକୁ ନେଇ ଅଭିଯୋଗ କରିବେ,କିମ୍ବା ମୁଣ୍ଡ ନଇଁ ନିଜ ସଂଘର୍ଷରେ ଲାଗି ପଡ଼ିବେ।

ଜନ୍ କହିଥିଲେ ଯେ ସେ ଏଠି ନିଜ କାମ କରିବାକୁ ଆସିଛନ୍ତି ଏବଂ ଏହାକୁ ଭଲ ଭାବେ କରିବେ। କ’ଣ ସେ ଇଣ୍ଡଷ୍ଟ୍ରି ବାହାରୁ ଆସିଛନ୍ତି ଏବଂ ଏହାକୁ ନିଜର କରିଛନ୍ତି? ଏହା ଲୋକଙ୍କ ପାଇଁ ବହୁତ ଭଲ ଉଦାହରଣ।

ଜନ୍ ଆବ୍ରାହମ୍ ୨୦୦୩ରେ ଆସିଥିବା ଫିଲ୍ମ ଜିସ୍ମରୁ ନିଜ ଆକ୍ଟିଂ କ୍ୟାରିୟର ଆ ରମ୍ଭ କରିଥିଲେ। ଆଜି ସେ ଇଣ୍ଡଷ୍ଟ୍ରିର ସବୁଠୁ ସଫଳ ଅଭିନେତା-ଫିଲ୍ମ ନିର୍ମାତା ମଧ୍ୟରେ ଜଣେ।
