Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ଦିବଙ୍ଗତ ଅଭିନେତା ବିଜୟ ମହାନ୍ତିଙ୍କ ମାଆ
  • ||
  • ଭୁବନେଶ୍ୱରରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ କୋଭିସିଲ୍ଡ ଟିକା, ୧୮ ବର୍ଷରୁ ୪୪ ବର୍ଷ ବୟସ୍କଙ୍କୁ ଦିଆଯିବ
  • ||
  • କୁକୁର ଆକ୍ରମଣରେ ହରିଣ ଗୁରୁତର, ଉଦ୍ଧାର କଲେ ଗାଁ ଲୋକେ…
  • ||
  • କଳାହାଣ୍ଡି : ଘର ବାହାରେ ଶୋଇଥିବା ବେଳେ ମାଡିଗଲା ଟ୍ରକ୍, ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ସାନଖେମୁଣ୍ଡି : କୋଭିଡ୍ କଟକଣା ଉଲଂଘନ କରି ଗାଁରେ ଚାଲିଥିଲା ବାହାଘର ଭୋଜିଭାତ, ବନ୍ଦ କଲା ପ୍ରଶାସନ
  • ||
  • ଚୋରି କରୁଥିଲା ବିଦ୍ୟୁତ ଖୁଣ୍ଟ, ଗାଁ ଲୋକଙ୍କ ହାତରେ ଧରାପଡିଲା ଚୋର
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୧ଜଣଙ୍କ ଜୀବନ, ୨୧୬୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧,୮୦୭ ପଜିଟିଭ୍
  • ||
  • କମିଲା ତାତି : ଆଜି ଏହି ସବୁ ଜିଲ୍ଲାରେ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା
  • ||
  • ସଂକ୍ରମଣ ରୋକିବାକୁ ରାଜ୍ୟରେ ସାପ୍ତାହିକ ସଟ୍‌ଡାଉନ୍, ଜରୁରୀ ସେବାକୁ ଛାଡ଼ିଦେଲେ ସବୁ ବନ୍ଦ
  • ||

ଜଣେ ଗୁଇନ୍ଦାଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ‘ର’ର ଟ୍ରେଲର ହେଲା ରିଲିଜ

4/03/2019 at 1:49 PM

ମୁମ୍ବାଇ ୪/୩: ଅଭିନେତା ଜନ ଆବ୍ରାହମଙ୍କ ଫିଲ୍ମର ‘ର’ର ଟ୍ରେଲର ଆଜି ରିଲିଜ୍ କରାଯାଇଛି। ଏହା ପୂର୍ବରୁ ଏହି ଫିଲ୍ମର ଅନେକ ଟିଜର ଏବଂ ପୋଷ୍ଟର ଜାରି କରାଯାଇଛି। ପୋଷ୍ଟରର ବ୍ୟାକଗ୍ରାଉଣ୍ଡରେ ଜନ୍ ଆବ୍ରାହମ୍ ବିଭିନ୍ନ ଭୂମିକାରେ ନଜର ଆସିଛନ୍ତି। ଏଥିରୁ ଜଣାପଡ଼ୁଛି ଯେ ଫିଲ୍ମଟି ଜବରଦସ୍ତ ସସପେନ୍ସ ଥ୍ରିଲର୍। ଏହି ଫିଲ୍ମର ନିର୍ଦ୍ଦେଶକ ରବି ଗ୍ରେଓ୍ବାଲ୍।

ଜନ୍ ଏହି ଫିଲ୍ମରେ ୧୮ରୁ ୨୦ଟି ଅଲଗା ଅଲଗା ଲୁକରେ ନଜର ଆସିବେ। ଏହି ଫିଲ୍ମ ପାଇଁ ଜନ୍ ଆବ୍ରାହମ୍ କଠୋର ପରିଶ୍ରମ କରିଛନ୍ତି। ଏହି ଫିଲ୍ମରେ ଜନ୍ ଆବ୍ରାହମ୍ ଏକ ଗୁଇନ୍ଦା ଭୂମିକାରେ ଅଭିନୟ କରୁଛନ୍ତି।

ଜନ୍ ଆବ୍ରାହମଙ୍କ ଫିଲ୍ମ ‘ର’ ଅର୍ଥାତ୍ ‘‘ରୋମିଓ ଆକବର ଓ୍ବାଲଟର’’ ଏକ ସଚ୍ଚୋଟ ଗୁଇନ୍ଦାର କାହାଣୀ ଉପରେ ଆଧାରିତ। ଏହା ଏକ ଏପରି ଭାରତୀୟ ଗୁଇନ୍ଦାର କାହାଣୀ ଯିଏ ପାକିସ୍ତାନ ସେନାରେ ସାମିଲ ହୋଇ ଭାରତୀୟ ସେନାଙ୍କ ପାଇଁ କାମ କରିଛନ୍ତି। ପୂରା ଫିଲ୍ମ ସ୍ପାଇ ଥ୍ରିଲରର ଦିଲେର ମିଶନ ଉପରେ ପ୍ରସ୍ତୁତ ହୋଇଛି। ଏହି ଫିଲ୍ମ ଭାରତ-ପାକିସ୍ତାନ ଯୁଦ୍ଧ ଉପରେ ଆଧାରିତ ,ଯେବେ ପାକିସ୍ତାନ ,ଭାରତୀୟ ଶକ୍ତିଙ୍କ ଆଗରେ ହାର ମାନିଥିଲେ। ଏହି ଫିଲ୍ମର କାହାଣୀ ୭୦ଦଶକର।

‘ର’ର ସୁଟିଙ୍ଗ୍ ନେପାଳ,ଗୁଲମାର୍ଗ ଏବଂ ଶ୍ରୀନଗରରେ ହୋଇଛି। ସୁଟିଙ୍ଗ୍ ପାଇଁ ଗୁଜୁରାଟରେ ପାକିସ୍ତାନର ସେଟ୍ ପ୍ରସ୍ତୁତ କରାଯାଇଛି। ଏହା ଅପ୍ରେଲରେ ରିଲିଜ ହେବ।

‘ର’ରେ ଜନ୍ ଆବ୍ରାହମଙ୍କ ସହ ମୈାନି ରାୟ,ଜ୍ୟାକି ଶ୍ରଫ୍,ସିକନ୍ଦର ଖେର ଏବଂ ସୁଚିତ୍ରା କୃଷ୍ଣମୂର୍ତ୍ତି ନଜର ଆସିବେ। ସୁଚିତ୍ରା ପାଖାପାଖି ୧୦ବର୍ଷ ପରେ ଫିଲ୍ମରେ ନଜର ଆସିବେ। ସେ ୧୯୯୪ରେ ‘କଭି ହଁ କଭି ନାଁ’ରେ ଶାହରୁଖ ଖାନଙ୍କ ବିପକ୍ଷରେ କାମ କରିଥିଲେ। ସୁଚିତ୍ରା ଶେଷ ଥର ୨୦୧୦ରେ ଆସିଥିବା ରାମ ଗୋପାଳ ବର୍ମାଙ୍କ ଫିଲ୍ମ ‘ରଣ’ରେ ଦେକିବାକୁ ମିଳିଥିଲେ।

ଜେ.ବି ଦତ୍ତାଙ୍କ ଫିଲ୍ମ ‘ପଲଟନ’ରେ କାମ କରିବା ପରେ ଜ୍ୟାକି ଏହି ଫିଲ୍ମରେ ରଙ୍କ ମୁଖ୍ୟ ଭୂମିକାରେ ନଜର ଆସିବେ। ମୈାନିଙ୍କ ଭୂମିକା କ’ଣ ହେବ ଏନେଇ ସ୍ପଷ୍ଟ କରାଯାଇନାହିଁ। ସିକନ୍ଦର ଖେର ଏହି ଫିଲ୍ମରେ ପୋଲିସ ଭୂମିକାରେ ଦେଖିବାକୁ ମିଳିବେ।

   Related Posts