ଅକ୍ଟୋବର ୨୫ରେ ସାମ୍ନାକୁ ଆସିବ ‘ସତ୍ୟମେବ ଜୟତେ-୨’ର ଟ୍ରେଲର: ଜାଣନ୍ତୁ ରିଲିଜ୍ ହେବ ଫିଲ୍ମ...

Published By : Prameya-News7 Bureau | October 22, 2021 IST

ମୁମ୍ବାଇ ୨୨।୧୦:  ଖୁବ୍‌ ଶୀଘ୍ର ପରଦାକୁ ଆସିବ ଫିଲ୍ମ ‘ସତ୍ୟମେବ ଜୟତେ ୨’ । ଏହାର ରିଲିଜ ତାରିଖ ଘୋଷଣା କରିଛନ୍ତି।  ଫିଲ୍ମରେ ଲିଡ ରୋଲରେ ଅଭିନେତା ଜନ୍ ଆବ୍ରାହମ୍ ଅଛନ୍ତି । ତାଙ୍କର ପ୍ରତିଟି ଫିଲ୍ମରେ କିଛି ନୂଆ ଝଲକ ଦେଖିବାକୁ ମିଳିଥାଏ। ସେହିଭଳି ଆଗାମୀ ଫିଲ୍ମରେ ନିଜ ଫ୍ୟାନ୍ସମାନଙ୍କ ଲାଗି କ’ଣ ରହିବ ନୂଆ ତଡ଼କା ସମସ୍ତଙ୍କ ନଜରକୁ ଆଣିଛନ୍ତି।

ଜନ ଆବ୍ରାହମ ଏବଂ ଦିବ୍ୟା ଖୋସଲା କୁମାରଙ୍କ ଅଭିନୀତ ଫିଲ୍ମ ‘ସତ୍ୟମେବ ଜୟତେ ୨’ ଦେଖିବାକୁ ମିଳିବ । ପାର୍ଟ ଓ୍ବାନର ସଫଳତାକୁ ଦେଖି ପ୍ରଯୋଜକ ସଂସ୍ଥା ଏବେ ଦୁଇ ଗୁଣା ଆକ୍ସନ, ରୋମନ୍ସ, ଓ ସଂଳାପରେ ଭରପୁର ଥିବା ସତ୍ୟମେବ ଜୟତେ ୨କୁ ନେଇ ଆସୁଛି। ଏହାର ଟ୍ରେଲର ଆସନ୍ତା ଅକ୍ଟୋବର ୨୫ରେ ରିଲିଜ ହେବ। ଜନ୍ ଫିଲ୍ମର ଏକ ଜବରଦସ୍ତ ଟିଜର ସେୟାର କରିଛନ୍ତି। ଏହି ଟିଜରରେ ଜନ୍ ଦୁଇ ଜଣ ଲୋକଙ୍କୁ ଉଠାଉଥିବା ନଜର ଆସିଛନ୍ତି। ଏଥିରେ ତାଙ୍କର ଭଲ ବଡି ଏବଂ ମସଲ୍ସ ଦେଖିପାରିବେ। ଜନ ଆବ୍ରାହମଙ୍କ ପଛରେ ଅଶୋକ ଚକ୍ର ରହିଛି। ସେହିଭଳି ଏଥିରେ ସେ  ଘୋଷଣା କରିଛନ୍ତି ଯେ, ସତ୍ୟମେବ ଜୟତେ-୨ ଆସନ୍ତା ୨୫ନଭେମ୍ବରରେ ୨୦୨୨ ହଲରେ ରିଲିଜ ହେବ।

wp:html
/wp:html

ଏହି ଫିଲ୍ମ ଭୂଷର କୁମାର, କୃଷ୍ଣ କୁମାରଙ୍କ ଟି-ସିରିଜ, ମୋନିଶା ଆଡଓ୍ବାଡ଼ୀ, ମଧୁ ଭୋଜଓ୍ବାନୀ ଏବଂ ନିଖିଲ ଆଡଓ୍ବାନୀଙ୍କ ଏମ୍ମେ ଏଣ୍ଟରଟେନମେଣ୍ଟ ବ୍ୟାନରରେ ପ୍ରସ୍ତୁତ ହୋଇଛି। ଫିଲ୍ମର ନିର୍ଦ୍ଦେଶନା ମିଲାପ ମିଲନ ଜାବେରୀ କରିଛନ୍ତି। ଫିଲ୍ମରେ ଜନ୍ ଆବ୍ରାହମ୍ ମୁଖ୍ୟ ଭୂମିକା ନିଭାଇଥିବାବେଳେ ତାଙ୍କ ବିପକ୍ଷରେ ଅଛନ୍ତି ଅଭିନେତ୍ରୀ ଦିବ୍ୟା ଖୋସଲା କୁମାର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.