ଧୁମ୍-୪ ରେ ଏକାସାଙ୍ଗେ ନଜର ଆସିବେ ବଲିଉଡର ଦୁଇ ଆକ୍ସନ୍ ହିରୋ: ଧୁମ୍ ମଚାଇବେ ଋତିକ୍-ଜନ୍
5/01/2021 at 1:00 PM

ମୁମ୍ବାଇ ୦୫/୦୧ : ଫିଲ୍ମ ‘ଧୁମ୍’ର ଆଗାମୀ ପାର୍ଟକୁ ନେଇ ବହୁ ଦିନ ହେଲା ଚର୍ଚ୍ଚା ହେଉଛି। ଦର୍ଶକ ମଧ୍ୟ ଧୁମ୍-୪ ଅପେକ୍ଷାରେ ରହିଛନ୍ତି। ଆକ୍ସନରେ ଭରପୁର ଧୁମର ସବୁ ସିରିଜକୁ ଦର୍ଶକ ବହୁତ ପସନ୍ଦ କରିଛନ୍ତି। ଧୁମ୍-୩ ରେ ଅମୀର ଖାଁ ଜବରଦସ୍ତ ଆକ୍ସନରେ ଦର୍ଶକଙ୍କ ମନୋରଞ୍ଜନ କରିଥିଲେ। ଧୁମର ପ୍ରଥମ ସିରିଜରେ ଜନ ଆବ୍ରାହମ ଓ ଧୁମ-୨ ରେ ଋତିକ ରୋଶନ ନଜର ଆସିଥିଲେ। ୩ ଜଣ ଷ୍ଟାର୍ ୩ଟି ସିରିଜରେ ଦର୍ଶକଙ୍କର ଖୁବ ମନୋରଞ୍ଜନ କରିଛନ୍ତି। ବର୍ତ୍ତମାନ ପରଦାକୁ ଆସିବ ଧୁମ୍-୪। ଧୁମ୍-୪ରେ ଉଭୟ ଋତିକ ରୋଶନ ଓ ଜନ ଆବ୍ରାହମ ଏକାସଙ୍ଗେ ନଜର ଆସିବେ ବୋଲି ଶୁଣିବାକୁ ମିଳିଛି।

ଯଦି ଏମିତି ହୁଏ ତହେଲା ପ୍ରଥମଥର ପାଇଁ ଋତିକ୍ ଓ ଜନ୍ ଗୋଟିଏ ଫିଲ୍ମରେ ନଜର ଆସିବେ। ଏହି ଖବର ସାମ୍ନାକୁ ଆସିବା ପରେ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଦୁଇ ଆକ୍ସନ୍ ହିରୋ ଏକାସଙ୍ଗେ ଗୋଟିଏ ଫିଲ୍ମରେ ନଜର ଆସିବାକୁ ନେଇ ଦର୍ଶକ ବହୁତ ଉତ୍ସାହିତ। ୟଶରାଜ ବହୁ ଦିନରୁ ଉଭୟଙ୍କୁ ଏକାସଙ୍ଗେ ଗୋଟିଏ ଫିଲ୍ମରେ ଆଣିବାକୁ ଚେଷ୍ଟା କରୁଥିଲେ। ବର୍ତ୍ତମାନ ତାଙ୍କ ଉଦ୍ୟମ ସଫଳ ହେବାକୁ ଯାଉଛି।

ଫିଲ୍ମରେ ଜବରଦସ୍ତ ଆକ୍ସନ ଦେଖିବାକୁ ମିଳିବ ବୋଲି ଦର୍ଶକଙ୍କ ଆଶା। ଫିଲ୍ମରେ ଦୀପିକା ପାଦୁକୋନଙ୍କୁ ମଧ୍ୟ ଦେଖିବାକୁ ମିଳିବ। ଫିଲ୍ମରେ ଦୀପିକା ପାଦୁକୋନ୍ ଲେଡି ଭିଲେନ୍ ଅବତାରରେ ନଜର ଆସିବେ। ପ୍ରଶଂସକ ମଧ୍ୟ ଦୀପିକାଙ୍କୁ ନେଗେଟିଭ ଚରିତ୍ରରେ ଦେଖିବାକୁ ଉତ୍ସାହିତ ଅଛନ୍ତି। ଏହା ପୂର୍ବରୁ ଦୀପିକା ଅକ୍ଷୟ କୁମାରଙ୍କ ଫିଲ୍ମ ‘ଚାନ୍ଦନୀ ଚୌକ ଟୁ ଚାଇନା’ରେ ନେଗେଟିଭ ଚରିତ୍ରରେ ନଜର ଆସିଥିଲେ।