Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ଫେଲ୍ ମାରିଲା ବ୍ୟାଟିଂ, ଦକ୍ଷିଣ ଆଫ୍ରିକା ନିକଟରୁ ୩୧ ରନରେ ହାରିଲା ଭାରତ
  • ||
  • ରାଜ୍ୟରେ ଏବେ ତୃତୀୟ ଲହର ଚାଲିଛି, ତଥାପି ଭୟଭୀତ ହେବାର ଆବଶ୍ୟକତା ନାହିଁ: ମୁଖ୍ୟ ସଚିବ
  • ||
  • ପୁରୀ: ପୋଲିସ କବଜାରେ ୩ ଧଳାଜହର ବେପାରୀ, ୧୭୨ ବ୍ରାଉନ ସୁଗାର ଜବତ
  • ||
  • କ୍ୟାପଟେନ୍ ପଦ ଛାଡିବା ପରେ କୋହଲିଙ୍କ ଟେଷ୍ଟ ରାଙ୍କିଙ୍ଗ୍ରେ ସୁଧାର, ଟପ୍-୧୦କୁ ଫେରିଲେ ବୁମରା
  • ||
  • କଳାହାଣ୍ଡି; ଗୋଲାମୁଣ୍ଡା ଗାଁ ପୋଖରୀରେ ବୁଡି ଜାଆଁଳା ଭାଇ ମୃତ
  • ||
  • ବିଜେପିରେ ମିଶି ପାରନ୍ତି କଂଗ୍ରେସର ପୋଷ୍ଟର ଗର୍ଲ ପ୍ରିୟଙ୍କା ମୌର୍ଯ୍ୟ, କହିଲେ- ପାର୍ଟି ମୋର ଫାଇଦା ଉଠାଇଲା
  • ||
  • ଭାରତର ଷ୍ଟାର ଟେନିସ୍ ଖେଳାଳି ସାନିଆ ମିର୍ଜାଙ୍କ ଅବସର ଘୋଷଣା, ୨୦୨୨ ହେବ ଶେଷ ସିଜିନ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୮୨ ହଜାରରୁ ଅଧିକ କରୋନା ପଜିଟିଭ୍, ୪୪୧ ମୃତ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୯୪କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୬୦୭ କୋଭିଡ୍ ପଜିଟିଭ୍, ୧୧୬୭୦୯୪ରେ ପହଞ୍ଚିଲା ସଂଖ୍ୟା
  • ||

ସେନା ହଟିବା ପରେ ବି ସୀମା ଛାଡିନି ଭାରତ: ଏବେ ଚୀନ ସୀମାରେ ରାସ୍ତା ତିଆରି ଆହୁରି ଜୋରଦାର, ଦୁର୍ଗମ ଜୋହର ଘାଟିରେ ପହଁଚିଲା ହେଲିକପ୍ଟର

11/06/2020 at 5:55 PM

ନୂଆଦିଲ୍ଲୀ, ୧୧|୦୬:   ଉତ୍ତରାଖଣ୍ଡର ଜୋହର ଘାଟି ହିମାଳୟ ପର୍ବତମାଳାର ଏକ ଦୁର୍ଗମ ସ୍ଥାନ । ଏଠାରେ ଚୀନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ ଭାରତ ରାସ୍ତା ନିର୍ମାଣକୁ ଦ୍ରୁତ କରିଛି । ଯାହା ସାମରିକ ଦୃଷ୍ଟିକୋଣରୁ ଅଧିକ ଗୁରୁତ୍ୱପୂର୍ଣ୍ଣ । ଏହି ରାସ୍ତା ନିର୍ମାଣରେ ବ୍ୟବହାର ହେଉଥିବା ବିଭିନ୍ନ ଯନ୍ତ୍ରପାତିକୁ ହେଲିକପ୍ଟର ଯୋଗେ ଏଠାରେ ପହଁଚାଯାଇଛି ।

ବିଆରଏର ମୁଖ୍ୟ ଯନ୍ତ୍ରୀ ବିମଲ ଗୋସ୍ୱାମୀ କହିଛନ୍ତି ଯେ, ୨୦୧୯ରେ ଅସଫଳ ରହିବା ପରେ ସୀମା ସଡକ ସଙ୍ଗଠନ ନିକଟରେ ସଡକ ନିର୍ମାଣରେ ବ୍ୟବହୃତ ଯନ୍ତ୍ରପାତିକୁ ହେଲିକପ୍ଟର ଦ୍ୱାରା ଲାପ୍ସା ଯାଏଁ ପହଁଚାଇଛି । ଫଳରେ ରାସ୍ତା କାମ ଅତିଶୀଘ୍ର ସରିବ ବୋଲି ଆଶା କରାଯାଉଛି । ପଥର କାଟିବା ପାଇଁ ମେସିନ୍ ନଥିବାରୁ ୬୫ କିମି ରାସ୍ତା ନିର୍ମାଣ ବିଳମ୍ବିତ ହେଉଥିଲା । ମୁନାସିୟାରୀ-ବୋଗଦିୟାର-ମିଲାମ ରାସ୍ତାର ନିର୍ମାଣ ହିମାଳୟର ଜୋହର ଘାଟିରେ ହେଉଛି । ଏହା ଉତ୍ତରାଖଣ୍ଡର ପିଥୋରାଗଡ ଜିଲ୍ଲାରେ ଅବସ୍ଥିତ । ଏହି ସଡକ ଭାରତ-ଚୀନ ସୀମାକୁ ଶେଷ ପୋଷ୍ଟ ଯାଏଁ ଯୋଡିବ ।

ଗୋସ୍ୱାମୀ ଆହୁରି କହିଛନ୍ତି ଯେ, ଆସନ୍ତା ୩ ମାସ ମଧ୍ୟରେ ପଥର କାଟିବା କାମ ଶେଷ ହୋଇଯିବ । ୨୨ କିମି ରାସ୍ତା ନିର୍ମାଣ ପାଇଁ ପଥର କାଟିବା ଏବେ ସହଜ ହେବ । ଏହି ପ୍ରକଳ୍ପକୁ ୨୦୧୦ରେ ଆରମ୍ଭ କରାଯାଇଥିଲା । ଏଥିପାଇଁ ୩୨୫ କୋଟି ଟଙ୍କା ମଞ୍ଜୁର ହୋଇଛି । ଉଭୟ ଦିଗରୁ ସଡକ ନିର୍ମାଣ ହେଉଛି । ୨୨ କିମି ବ୍ୟତୀତ ଅନ୍ୟ ୪୦ କିମି ରାସ୍ତାରୁ ପଥର ହଟିବା କାର୍ଯ୍ୟ ଶେଷ ହୋଇଛି ।

   Related Posts