ମହନ୍ତ ନରେନ୍ଦ୍ର ଗିରି ମୃତ୍ୟୁ ମାମଲା : ସିବିଆଇ ତଦନ୍ତ ପାଇଁ ସୁପାରିଶ କଲେ ଯୋଗୀ ସରକାର

Published By : Prameya-News7 Bureau | September 23, 2021 IST

ନୂଆଦିଲ୍ଲୀ, ୨୩।୦୯ :    ଅଖିଳ ଭାରତୀୟ ଆଖଡା ପରିଷଦର ଅଧ୍ୟକ୍ଷ ଓ ମଠ ବାନ୍ଧବରୀ ଗଦ୍ଦୀର ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ମାମଲାରେ ଅଡୁଆ ତୁଟୁନି । ଏହାମଧ୍ୟରେ ମହନ୍ତଙ୍କ ମୃତ୍ୟୁ ମାମଲାକ ତଦନ୍ତ ରାଜ୍ୟ ସରକାର ସିବିଆଇକୁ ଦେବାକୁ ସୁପାରିଶ କରିଛନ୍ତି । ଏନେଇ ରାଜ୍ୟ ଗୃହ ବିଭାଗ ସୂଚନା ଦେଇଛି । ଯେଉଁଥିରେ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଯୋଗୀ ସିବିଆଇକୁ ସୁପାରିଶ କରିଥିବା ଉଲ୍ଲେଖ ରହିଛି ।

ସୂଚନା ଅନୁସାରେ, ନରେନ୍ଦ୍ର ଗିରିଙ୍କ ସନ୍ଦେହଜନକ ମୃତ୍ୟୁ ନେଇ ମଠରେ ରହୁଥିବା ସେବାଦାର ଏବଂ ଶିଷ୍ୟମାନେ ମଧ୍ୟ ସନ୍ଦେହଘେରରେ ଅଛନ୍ତି । ମହନ୍ତଙ୍କ ପାଖକୁ କିଭଳି ଆସିଲା ନାଇଲନ୍ ଦଉଡି, ପୁଣି ତାଙ୍କ ପ୍ରକୋଷ୍ଠରୁ ମିଳିଥିବା ପୋକମରା ସଲଫସ୍ ମେଡିସିନ୍ ନେଇ ମଧ୍ୟ ସନ୍ଦେହ ବଢିଛି । ୭ପୃଷ୍ଠାର ସୁଇସାଇଡ୍ ନୋଟ୍ ହିଁ ମୁଖ୍ୟ ସୁରାଗ । ଏତେ ବଡ଼ ନୋଟ୍ ମହନ୍ତ ଲେଖିବା ବେଳେ ତାଙ୍କ ମାନସିକ ସ୍ଥିତ କିଭଳି ଥିଲା ଏହାକୁ ତର୍ଜମା କରୁଛି ପୋଲିସ । ସେପଟେ ପ୍ରୟାଗରାଜ ଅଖିଳ ଭାରତୀୟ ସନ୍ଥ ସମିତି ମହାସଚିବ ଜିତେନ୍ଦ୍ରାନନ୍ଦ ସରସ୍ବତୀ କହିଛନ୍ତି ଯେ, ମହନ୍ତ କେବଳ ହସ୍ତାକ୍ଷର ସହ ଅଳ୍ପ କିଛି ପଢି ଜାଣିଥିଲେ । ତେଣୁ ଏତେ ଲମ୍ବା ସୁଇସାଇଡ୍ ନୋଟ୍ କିଭଳି ଲେଖିଲେ ସେନେଇ ପ୍ରଶ୍ନ ଜୋର ଧରିଛି ।  

ଏହାପୂର୍ବରୁ ସିବିଆଇ ଯାଞ୍ଚ ନେଇ ଆଲହାବାଦ ହାଇକୋର୍ଟରେ ଆବେଦନ ହୋଇଥିଲା । ସାମାଜିକ କର୍ମୀ ସୁନିଲ କୁମାର ସନ୍ଦିଗ୍ଧ ମୃତ୍ୟୁ ମାମଲାର ତଦନ୍ତ ଭାର ସିବିଆଇକୁ ପ୍ରଦାନ କରିବା ପାଇଁ ଆବେଦନ କରିଥିଲେ । ,ମହନ୍ତଙ୍କ ସହ କିଛି ଶିଷ୍ୟଙ୍କ ସମ୍ପତ୍ତି ବିବାଦ ଥିବା କୁହାଯାଇଥିଲା । ଏପିରିକି ସିବିଆଇ ନଚେତ୍ ଏସଆଇଟି ଗଠନ କରି ତଦନ୍ତ କରିବାକୁ ସୁନିଲ ଆବେଦନ କରିଥିଲେ ।ସେହିପରି ସମାଜବାଦୀ ପାର୍ଟିର ନେତା ଅଖିଲେଶ ଯାଦବ ମାମଲାର ତଦନ୍ତ ହାଇକୋର୍ଟ ଜଜଙ୍କ ଦ୍ୱାରା କରିବାକୁ କହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.