'କରୋନା ମୁକାବିଲାରେ ବିଫଳ ହୋଇଛନ୍ତି କେଜ୍ରିଓ୍ୱାଲ'- ଯୋଗୀ ଆଦିତ୍ୟନାଥ

Published By : Prameya-News7 Bureau | February 28, 2021 IST

ନୂଆଦିଲ୍ଲୀ, ୨୮|୦୨ : ଏକ ଜାତୀୟ ଗଣମାଧ୍ୟମର ସାକ୍ଷାତକାରରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ଉପରେ ବର୍ଷିଛନ୍ତି । ଏପରିକି କରୋନା, ପଶ୍ଚିମବଙ୍ଗ ନିର୍ବାଚନ ସହ ଅନେକ ପ୍ରସଙ୍ଗରେ ଯୋଗୀ ନିଜର ମତ ରଖିଛନ୍ତି ।ଏହାସହ କରୋନା ମୁକାବିଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପଦକ୍ଷେପକୁ ମଧ୍ୟ ପ୍ରଶଂସା କରିଛନ୍ତି।

ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ, ଉତ୍ତର ପ୍ରଦେଶର ମୋଟ ଜନସଂଖ୍ୟା ପ୍ରାୟ ୨୪ କୋଟି । କିନ୍ତୁ ଆଜିର ଦିନରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାରରୁ କମ୍ ରହିଛି । ୟପିର ଜନସଂଖ୍ୟା ବ୍ରାଜିଲ ସହ ସମାନ । ଏତେ ଜନସଂଖ୍ୟା ସତ୍ତ୍ୱେ ୟୁପି ସରକାର କରୋନା ମୁକାବିଲା ସଠିକ ଭାବେ କରିଛନ୍ତି । ତେବେ ଦିଲ୍ଲୀର ଜନସଂଖ୍ୟା ୨କୋଟିରୁ ଅଧିକ ହେବ । କିନ୍ତୁ ସେଠାରେ କରୋନା ମାମଲା ବଢିବାରେ ଲାଗିଛି । ଏପରିକି ୟୁପିରୁ କରୋନା ଜନିତ ମୃତକଙ୍କ ସଂଖ୍ୟା ଅଧିକ ରହିଛି । ଦିଲ୍ଲୀର ଅବସ୍ଥା ମୁମ୍ବାଇର ଧାରାବି ଭଳି ହୋଇଯାଇଥିଲା । ଦିଲ୍ଲୀରେ ପ୍ରାୟ ୧୧ ହଜାର ଜଣ ପ୍ରାଣ ହରାଇଛନ୍ତି । କିନ୍ତୁ ୟୁପିରେ ଏହି ସଂଖ୍ୟା ୮ ହଜାର ଅଟେ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦେଶରେ ସ୍ୱାସ୍ଥ୍ୟକ୍ଷେତ୍ରରେ ସବୁଠାରୁ ଅଧିକ ଖର୍ଚ୍ଚ ଦିଲ୍ଲୀରେ ହୋଇଥାଏ । ଦିଲ୍ଲୀ ସରକାରଙ୍କ ଦିଗହୀନ ନେତୃତ୍ୱ କାରଣରୁ କରୋନା ମାମଲା ବଢୁଛି । ଦିଲ୍ଲୀ ସରକାର ପଦକ୍ଷେପ ନେବାରେ ବିଫଳ ହେବାରୁ ଗୃହମନ୍ତ୍ରୀ ଅମିତ ଶାହ ମୋର୍ଚ୍ଚା ସମ୍ଭାଳିଥିଲେ । ନଚେତ୍ ସ୍ଥିତି ଆହୁରି ବିଗିଡି ଯାଇଥାନ୍ତା । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମଧ୍ୟ ଭାରତର କରୋନା ମୁକାବିଲାକୁ ସାବାସୀ ଦେଇଛି । ଦେଶର ଜନତାଙ୍କୁ ରକ୍ଷା କରାଯାଇଛି । ଏହାଠୁ ଅଧିକ ପ୍ରଶଂସା ଆଉ କଣ ହୋଇପାରେ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.