୬ତାରିଖ ଦିନ ନବୀନ ନିବାସରେ ବିଜେଡିରେ ମିଶିବେ ଯୋଗେଶ ସିଂ, କୁସୁମ ଟେଟେଙ୍କ ବିରୋଧ ଯୋଗୁଁ ସୁନ୍ଦରଗଡ ସଭା କ୍ୟାନସଲ୍

Published By : Prameya-News7 Bureau | February 04, 2019 IST

ସୁନ୍ଦରଗଡ ୪|୧: ଆସନ୍ତା ୬ତାରିଖ ଦିନ କଂଗ୍ରେସ ଛାଡିଥିବା ସୁନ୍ଦରଗଡର ପୂର୍ବତନ ବିଧାୟକ ଯୋଗେଶ ସିଂ ବିଜେଡିରେ ଯୋଗଦେବେ । ନବୀନ ନିବାସଠାରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ସେ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହେବେ ବୋଲି ଆଜି ସୂଚନା ଦେଇଛନ୍ତି । ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିତ୍ବ ଓ ଜନ କଲ୍ୟାଣ କାର୍ଯ୍ୟକ୍ରମ ସାଙ୍ଗକୁ ବିକାଶ ପ୍ରକ୍ରିୟାରେ ପ୍ରଭାବିତ ହୋଇ ସେ ଏହି ପଦକ୍ଷେପ ନେଉଥିବା ସୁନ୍ଦରଗଡଠାର ଆଜି କହିଛନ୍ତି ।

ସୂଚନାଯୋଗ୍ୟ ଯେ, ରାଜଗାଙ୍ଗପୁରଠାରେ ବିଜେଡିର ବିରାଟ ସଭାରେ ଯୋଗେଶ ବିଜେଡିରେ ଯୋଗଦେବେ ବୋଲି ପୂର୍ବରୁ ନିଷ୍ପତ୍ତି ହୋଇଥିଲା । ଏଥିପାଇଁ ଗତ ଶନିବାର ଦିନ ବିଜେଡି ରାଜ୍ୟସଭା ସାଂସଦ ପ୍ରଶାନ୍ତ ନନ୍ଦ ଓ ବିଧାୟ ପ୍ରଣବ ପ୍ରକାଶ ଦାସ ସୁନ୍ଦରଗଡ ଯାଇଥିଲେ । ଯୋଗେଶଙ୍କ ବିଜେଡିର ଯୋଗଦାନକୁ ସୁନ୍ଦରଗଡର ବିଜେଡି ନେତ୍ରୀ କୁସୁମ ଟେଟେ ବିରୋଧ କରୁଥିବାରୁ ତାଙ୍କୁ ବୁଝାଇବା ପାଇଁ ଏହି ଦୁଇ ଜଣ ସୁନ୍ଦରଗଡରେ ପହଞ୍ଚିଥିଲେ । ତେବେ କୁସୁମ ଟେଟେ ଓ ତାଙ୍କ ସମର୍ଥକଙ୍କ ଦ୍ବାରା ଦୁଇ ବରିଷ୍ଠ ନେତାଙ୍କୁ ଅପଦସ୍ତ ହେବାକୁ ପଡିଥିଲା । ଯୋଗେଶ ସିଂ ବିଜେଡିରେ ଯୋଗଦେଲେ ତାଙ୍କୁ ପ୍ରବଳ ବିରୋଧ କରାଯିବ ବୋଲି କୁସୁମ ଟେଟେ, ତାଙ୍କ ସ୍ବାମୀ ଅଜୟ ପଟେଲ ଏବଂ ସମର୍ଥକମାନେ କହିଥିଲେ । ଫଳରେ ସୁନ୍ଦରଗଡ ଜିଲ୍ଲାରେ ସଭା କରି ଯୋଗେଶଙ୍କୁ ଦଳରେ ସାମିଲ କରିବା ଯୋଜନାରୁ ନିବୃତ୍ତ ହୋଇଥିଲା ବିଜେଡି । ସେଥିପାଇଁ ୬ତାରିଖ ଦିନ ନବୀନ ନିବାସଠାରେ ମିଶ୍ରଣ ପର୍ବ ପାଇଁ ସମୟ ଧାର୍ଯ୍ୟ କରାଯାଇଛି ।

ନବୀନଙ୍କ ସପକ୍ଷରେ ମନ୍ତବ୍ୟ ଦେବା ସହ ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗରେ ପ୍ରଦେଶ କଂଗ୍ରେସ ଶୃଙ୍ଖଳା କମିଟି ଯୋଗେଶଙ୍କୁ ନିଲମ୍ବନ କରିଥିଲା । ଯୋଗେଶ ଏଥିରେ କ୍ଷୁବ୍ଧ ହୋଇ କଂଗ୍ରେସ ଦଳ ପରିତ୍ୟାଗ କରିବା ସହ ବିଧାୟକ ପଦରୁ ମଧ୍ୟ ଇସ୍ତଫା ଦେଇଥିଲେ । ଗତ ମାସ ୨୪ତାରିଖରେ କଂଗ୍ରେସ ବିଧାୟକ ନବ କିଶୋର ଦାସ ବିଜେଡିରେ ଯୋଗଦେବା ପରେ ଯୋଗେଶ ଫେବୃଆରୀ ମାସରେ ବିଜେଡିରେ ଯୋଗଦେବେ ବୋଲି ଚର୍ଚ୍ଚା ହେଉଥିଲା । କଂଗ୍ରେସ ଛାଡିଥିବା ୩ଜଣ ବିଧାୟକଙ୍କ ମଧ୍ୟରୁ ଦୁଇ ଜଣ ବିଜେଡିକୁ ଯାଇଥିବାବେଳେ କୋରାପୁଟର ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ଗତକାଲି ବିଏସପିରେ ଯୋଗଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.