ନବଙ୍କ ପରେ ଯୋଗେଶ ସିଂ ଦଳରୁ ନିଲମ୍ବିତ, ବିରୋଧୀ ଦଳ ନେତା ପଦବୀ ସଂକଟରେ : ଦେବେନ୍ଦ୍ର କହିଲେ ଅନୁପ ସାଏଙ୍କ ଭଳି ହେବ ନବଙ୍କ ଅବସ୍ଥା

Published By : Prameya-News7 Bureau | January 17, 2019 IST

ଭୁବନେଶ୍ବର ୧୭|୧: ପ୍ରଥମେ ନବ ଦାସ ଆଉ ଏବେ ଯୋଗେଶ ସିଂହ। ଦଳର ୨ ଦୁଇ ଜଣ ବିଧାୟକଙ୍କୁ ବିଦା କରିବା ପରେ ଏବେ ବାକି ବିଶୃଙ୍ଖଳାକାରୀଙ୍କ ଉପରେ ନଜର ପକାଇଛନ୍ତି  ରାଜ୍ୟ କଂଗ୍ରେସ ମୁଖିଆ। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କମର କଷୁଛନ୍ତି। ହେଲେ ସେପଟେ କଂଗ୍ରେସ ବିଧାୟକଙ୍କ ସଂଖ୍ୟା କମୁଥିବା ବେଳେ ବାଜିରେ ଲାଗିଲାଣି ବିରୋଧୀ ଦଳ ନେତା ପଦ।

{"id":75063,"width":580,"height":333}

ନବ ଦାସ ଗଲେ। ତା’ ପରେ ଥିଲା ଯୋଗେଶ ସିଂଙ୍କ ପାଳି। ପୂର୍ବ ଭଳି ଆଉ ଅପେକ୍ଷା ନକରି ଯୋଗେଶଙ୍କୁ ସସ୍‌ପେଣ୍ଡ କରିଛନ୍ତି ରାଜ୍ୟ କଂଗ୍ରେସ ମୁଖିଆ। ଏହା ପରେ ମଧ୍ୟ ଦଳର ଆଉ ଜଣେ-ଦୁଇଜଣ ନେତାଙ୍କୁ ନେଇ ହଟଚମଟ ଜାରି ରହିଛି। ଏମିତିରେ କ’ଣ ହେବ ରାଜ୍ୟ କଂଗ୍ରେସର ଭାଗ୍ୟ ?

{"id":75079,"width":573,"height":564}

ଜଣକ ପରେ ଜଣେ ବିଧାୟକ ହାତରୁ ଖସୁଛନ୍ତି। ଦଳ ଲୋକଙ୍କ ଭରସା ଫେରାଇ ଆଣିବାକୁ ଚେଷ୍ଟା କରୁଥିବା ବେଳେ ନେତା କିନ୍ତୁ ଭରସା ତୁଟାଇ ଡିଆଁ ମାରିବା ଚକ୍କରରେ ମାତିଲେଣି। ଏମିତିରେ ପୁଣି ଆଗକୁ ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ତା’ ପୂର୍ବରୁ ଦଳୀୟ ବିଧାୟକଙ୍କ ଏମିତି ଦଳ ଡିଆଁ ପିସିସି ସଭାପତିଙ୍କ ଟେନ୍‌ସନ୍‌ ବଢ଼ାଇଛି। ତେଣୁ ଯେଉଁମାନେ ଖୋଲାଖୋଲି ଦଳୀୟ ବିଶୃଙ୍ଖଳାକୁ ଖୋରାକ୍‌ ଯୋଗାଉଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଷ୍ପତି ନେଇଛି ଦଳ।

{"id":75064}

ଦଳରୁ ନବ ଦାସ ଖସିବା ପରେ କଂଗ୍ରେସ ବିଧାୟକଙ୍କ ସଂଖ୍ୟା ୧୪କୁ ଖସିବ। ଏପଟେ ବିଧାୟକଙ୍କ ସଂଖ୍ୟା କମୁଥିବାରୁ ସେପଟେ ବାଜିରେ ଲାଗିଲାଣି ବିରୋଧୀ ଦଳ ନେତା ପଦ। ପଦ ବଞ୍ଚାଇବାକୁ କଂଗ୍ରେସ ସ୍ବାଧୀନ ବିଧାୟକ ସନାତନ ମହାକୁଡ଼ଙ୍କୁ ଲାଇନ୍‌ଅପ୍‌ କରିଥିଲା ବୋଲି କୁହାଯାଉଥିଲା। ହେଲେ ଏବେ ଯୋଗେଶ ସିଂ ହାତ ଛାଡ଼ିବା ପରେ ଆଉ ସେ ଷ୍ଟ୍ରାଟେଜି ବି କାମ ଦେବନି ।ନରସିଂହ ମିଶ୍ର କିନ୍ତୁ କହିଛନ୍ତି ଯେ, ବିରୋଧୀ ଦଳ ନେତା ପଦ ଯିବା ଅର୍ଥ ହେଉଛି ସରକାର ଗୋଟିଏ ଗାଡି ଆଉ ଦୁଇଟି ପିଅନ ଦେଇଛନ୍ତି ସେତକ ନେଇଯିବେ। ସେ ଆଗରୁ ଯେମିତି ପାଟି କରୁଥିଲେ ଏବେ ବି ସେମିତି ପାଟି କରିବେ। ସରକାରଙ୍କ ଭୁଲ କାମକୁ ସମାଲୋଚନା କରିବେ। ତାକୁ କେହି ବନ୍ଦ କରିପାରିବେନି। ତାଛଡା କୌଣସି ବ୍ୟକ୍ତି ଚାଲିଗଲେ ଦଳର କିଛି ହେବ ନାହିଁ। ଦଳକୁ ନେଇ ନେତା।

{"id":75065}

ସେହିଭଳି ଦେବେନ୍ଦ୍ର ଶର୍ମା ନବଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ନିରଞ୍ଜନଙ୍କ ଭାଷାରେ ଦେବେନ୍ଦ୍ର କହିଛନ୍ତି ଯେ, ନିଜ ସ୍ବାର୍ଥପାଇଁ ନେତାମାନେ ଦଲ ଡେଉଁଛନ୍ତି। ଲୋକଙ୍କ ମତ କଥା ଯାହା ନବ କହୁଛନ୍ତି ତାହା କେବଳ ଏକ ଆଳ ଓ ବାହାନା। ନବ ଯେଉଁ ଧଳକୁ ଯାଉଛନ୍ତି ସେ ଦଳ ଆଗକୁ ଟାଇଟାନିକ ଭଳି ବୁଡିଯିବ। ନବ ବିଜେଡିକୁ ଯିବା ପରେ ଅନୁପ ସାଏଙ୍କ ଭଳି ହେବ ବୋଲି ମଧ୍ୟ ଦେବେନ୍ଦ୍ର ଶର୍ମା ପୂର୍ବାନୁମାନ କରିଛନ୍ତି।

{"id":75066,"width":572,"height":853}

ଦଳରୁ ନିଲମ୍ବିତ ହେବା ନେଇ ଅପରପକ୍ଷରେ ଯୋଗଶ ଶିଂ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। ସେ କହିଛନ୍ତି ତାଙ୍କର ଭୁଲ ତାହା ସେ ଜାଣି ନାହାଁନ୍ତି। କେଉଁ ଆଧାରରେ ତାଙ୍କୁ ଦଳରୁ ନିଲମ୍ବିତ କରାଗଲା ବୋଲି ସେ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଯେ, ୟୁପିଏର ମନ୍ତ୍ରୀମାନେ ଯେତେବେଳେ ଓଡିଶା ଆସୁଥିଲେ ସେତେବେଳେ ନବୀନଙ୍କୁ ପ୍ରଶଂସା କରୁଥିଲେ। ତାହା କଣ ଦଳୀୟ ଶୃଙ୍ଖଳାଭଂଗ କି ବୋଲି ମଧ୍ୟ ସେ ପ୍ରଶ୍ନ କରିଛନ୍ତି।  

ନିର୍ବାଚନକୁ ନେଇ ଅନ୍ୟ ଦଳମାନେ ନିଜ ନିଜ ଷ୍ଟ୍ରାଟେଜିରେ ମାତିଥିବା ବେଳେ କଂଗ୍ରେସରେ କିନ୍ତୁ ଦଳୀୟ ନେତା ଟେନସନ ବଢ଼ାଇଛନ୍ତି। କିଏ ଯିବେ, କିଏ ରହିବେ, ଆଉ କାହାକୁ ଭରସା କରି ଦଳ ନିର୍ବାଚନ ପାଇଁ ଆଗକୁ ତୟାରି କରିବ ସେ ନେଇ ଏବେ ଚାଲିଛି ମାନସ ମନ୍ଥନ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.