Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୦୪କରୋନା ସଂକ୍ରମିତ ଚିହ୍ନଟ
  • ||
  • ଚିତ୍ରକୋଣ୍ଡାରେ BSF ଜବାନଙ୍କ କମ୍ବିଂ ଅପରେସନ, ଟିଫିନ୍ ବୋମା ଉଦ୍ଧାର
  • ||
  • ଶ୍ରୀଜଗନ୍ନାଥ ଷ୍ଟାଡିୟମ ନିକଟରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ, ୨ ଫ୍ଲାଟୁନ ଫୋର୍ସ ମୃତୟନ
  • ||
  • ଭିଜିଲାନ୍ସ ଜାଲରେ ଜନସ୍ୱାସ୍ଥ୍ୟ ବିଭାଗ-୨ ସହକାରୀ କାର୍ଯ୍ୟକାରୀ ଯନ୍ତ୍ରୀ, ଏକକାଳୀନ ୬ଟି ସ୍ଥାନରେ ରେଡ୍
  • ||
  • ନୟାଗଡ଼ : ପୋଲିସ କବ୍‌ଜାରେ ୪ ଆନ୍ତଃ ଜିଲ୍ଲା ଡକାୟତ
  • ||

ବିଧାୟକ ପଦରୁ ଇସ୍ତଫା ଦେଲେ ଯୋଗେଶ ସିଂ

22/01/2019 at 4:51 PM

ଭୁବନେଶ୍ୱର ୨୨/୧ : ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି କଂଗ୍ରେସ ଛାଡିଥିବା ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂ | ନବ ଦାସଙ୍କୁ କଂଗ୍ରେସରୁ ବହିଷ୍କାର କରାଯିବ ପରେ ଯୋଗେଶ ସିଂହଙ୍କୁ ଦଳରୁ ନିଲମ୍ବନ କରାଯାଇଥିଲା | ଯୋଗେଶ ସିଂହ ବିଜେଡିରେ ଯୋଗଦେବେ ବୋଲି ଚର୍ଚ୍ଚା ହେଉଥିଲା | ଯୋଗେଶ ମଧ୍ୟ ବିଜେଡି ସହ ଯୋଗାଯୋଗରେ ଥିବା କଂଗ୍ରେସ ପାଖରେ ଖବର ଥିଲା | ଫଳରେ ତାଙ୍କୁ ଦଳର ଶୃଙ୍ଖଳା କମିଟି ନିଲମ୍ବନ କରିଥିଲା | ନିଲମ୍ବନ ପରେ ପ୍ରତିକ୍ରିୟାରେ ଯୋଗେଶ କହିଥିଲେ ଯେ, ସେ ବିଧାୟକ ପଦରୁ ମଧ୍ୟ ଇସ୍ତଫା ଦେବେ | ସେହି ଅନୁସାରେ ଯୋଗେଶ ଆଜି ବିଧାନସଭା ବାଚଷ୍ପତ୍ତି ପ୍ରଦୀପ ଅମାତଙ୍କୁ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି |


ସୂଚନାଯୋଗ୍ୟ ଯେ, ଆସନ୍ତା ୨୪ ତାରିଖରେ ଝାରସୁଗୁଡା ବିଧାୟକ ନବ ଦାସ ବିଜେଡିରେ ଯୋଗେଦେବେ | ତା’ପରେ ଫେବୃଆରୀ ମାସରେ ଯୋଗେଶ ସିଂ ବିଜେଡିରେ ଯୋଗଦେବେ ବୋଲି ସ୍ଥିର ହୋଇଛି |

   Related Posts