ଶଙ୍ଖ ଧରିବେ ଯୋଗେଶ ସିଂ, ନବୀନ ନିବାସ ଅଭିମୁଖେ ଯୋଗେଶଙ୍କ ରାଲି

Published By : Prameya-News7 Bureau | February 06, 2019 IST

ଭୁବନେଶ୍ବର ୬|୨:  ଆଜି ବିଜେଡିର ମିଶ୍ରଣ ପର୍ବ। ଗୋଟିଏ ପଟେ ରାହୁଲଙ୍କ ସୋ ଥିବାବେଳେ ନବୀନ ନିବାସରେ ବିଜେଡିରେ ମିଶିବେ ନିକଟରେ ବିଧାୟକ ପଦରୁ ଇସ୍ତଫା ଦେଇଥିବା ସୁନ୍ଦରଗଡର କଂଗ୍ରେସ ନେତା ଯୋଗେଶ ସିଂ । ଏନେଇ ଏକ ରାଲିରେ ନବୀନ ନିବାସ ଅଭିମୁଖେ ନିଜ ସମର୍ଥକଙ୍କ ସହ ବାହାରିଛନ୍ତି ଯୋଗେଶ । ରାଲିରେ ହଜାର ହଜାର ସଂଖ୍ୟାରେ ସମର୍ଥକ ସାମିଲ ହୋଇଛନ୍ତି । ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡିରେ ଯୋଗଦେବେ ଯୋଗେଶ । ଦଳ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି ।

ଯୋଗେଶ ଶଙ୍ଖ ଧରିଲେ କିଛି ପ୍ରଭାବ ପଡିବନି ବୋଲି ଦୋହରାଇଛନ୍ତି କଂଗ୍ରେସ ନେତାଏ ।   ପଶ୍ଚିମଠାରୁ ନେଇ ଉପକୂଳ ଯାଏଁ ୩ ଦଳର କାର୍ଯ୍ୟକ୍ରମରେ କମ୍ପିବ ଓଡିଶା । ଗୋଟିଏ ଦିନରେ ସବୁ ଦଳର ପ୍ରମୁଖ କାର୍ଯ୍ୟକ୍ରମ ଦେଖି ଲାଗୁଛି, ନିର୍ବାଚନ ଯାଏଁ କେହି କାହାକୁ ଟିକେ ବି ସ୍ପେଶ୍ ଦେବା ମୁଡରେ ନାହାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.