Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଲଗାଣ ବର୍ଷାରେ ପୋଲ ଉପରେ ପାଣି, ଯୋଗାଯୋଗ ବିଚ୍ଛିନ୍ନ

21/08/2020 at 2:29 PM

ପାଟଣା୨୧/୮:  ଲଘୁଚାପ ଜନିତ ବର୍ଷାରେ କେନ୍ଦୁଝର ଜିଲ୍ଲାରେ ବର୍ଷା ଲାଗି ରହିଥିବା ବେଳେ ବୈତରଣୀ ନଦୀର ଜଳ ସ୍ତର ବଢିବା ସହିତ ଶାଖା ନାଳରେ ବନ୍ୟାଜଳ ପ୍ରଭାହିତ ହେଉଛି। ଲଗାଣ ବର୍ଷା ଯୋଗୁଁ ରାଜନଗର ସାହାରପଡା ରାସ୍ତାର ମଲରପଦା ନାଳ ପୋଲ ଉପରେ ୪ ଫୁଟର ବନ୍ୟାଜଳ ପ୍ରଭାହିତ ହେଉଛି। ଫଳରେ ପାଟଣା ଓ ସାହାରପଡା ବ୍ଲକର ୮ ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ନାଳ ଉପରେ ବନ୍ୟାଜଳ ପ୍ରଭାହିତ ହେଉଥିବାରୁ ରାସ୍ତାର ଦୁଇ ପାର୍ଶ୍ୱରେ ଗାଡି ମୋଟର ଅଟକି ରହିଛି। ସାହରପଡା ବ୍ଲକର ଜୁମେଇଁ,ଖୁଣ୍ଟାପିଙ୍ଗୁ, ମଲାରପଦା ଖଜିରାପାଟ ,ପଡ଼ିଆପଶି,ଆଦି ଗ୍ରାମକୁ ଯୋଗାଯୋଗ ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି। ବନ୍ୟା ଜଳ ପ୍ରଭାହିତ ହେଉଥିବାରୁ ଲୋକେ ଜରୁରୀ ସେବାରୁ ବଞ୍ଚିତ ହୋଇଛନ୍ତି।

   Related Posts