ରୋହିତ ବିନା ପ୍ରୟାସରେ ବିପକ୍ଷ ଦଳକୁ ପରାସ୍ତ କରିପାରିବେ, ହିଟମ୍ୟାନଙ୍କୁ ପ୍ରଶଂସା କରି ଏପରି କହିଲେ ଇଂଲଣ୍ଡର ଏହି କ୍ରିକେଟର

Published By : Prameya-News7 Bureau | April 15, 2020 IST

ନୂଆଦିଲ୍ଲୀ, ୧୫|୦୪:  ଇଂଲଣ୍ଡ ବ୍ୟାଟସମ୍ୟାନ ଜୋସ୍ ବଟଲର୍ ଭାରତୀୟ ବିସ୍ଫୋରକ ବ୍ୟାଟସମ୍ୟାନ ରୋହିତ ଶର୍ମାଙ୍କୁ ପ୍ରଶଂସା କରିଛନ୍ତି  । ରୋହିତ ବିନା କୌଣସି ପ୍ରୟାସରେ ବିପକ୍ଷ ଦଳକୁ ପରାଜିତ କରିପାରିବେ ବୋଲି ସେ କହିଛନ୍ତି ।

{"id":254487,"width":750,"height":486,"sizeSlug":"large"}

ରାଜସ୍ଥାନ ରୟାଲ୍ସ ପେଜରେ ବଟଲର ଇନଷ୍ଟାଗ୍ରାମ ଲାଇଭ କରି କହିଛନ୍ତି ଯେ, ରୋହିତ ଶର୍ମା ହେଉଛନ୍ତି ଜଣେ ଭଲ ଖେଳାଳି । ଭାରତର ଅନେକ ଖେଳାଳିଙ୍କ ପାଖରେ ସ୍ୱତନ୍ତ୍ର ବ୍ୟାଟିଂ ଶୈଳୀ ରହିଛି । ରୋହିତ ଦୀର୍ଘ ଦିନ ଧରି ଆକର୍ଷଣୀୟ ବ୍ୟାଟିଂ କରୁଛନ୍ତି । ସେ ବିନା କୌଣସି ପ୍ରୟାସରେ ଅନ୍ୟ ଦଳକୁ ପରାସ୍ତ କରିପାରିବେ । ସେ ଦିନିକିଆ ତାଲିକାରେ ବିଶ୍ୱର ଶ୍ରେଷ୍ଠ ବ୍ୟାଟସମ୍ୟାନଙ୍କ ମଧ୍ୟରେ ରହିଛନ୍ତି । ସେ ଆଇସିସି ରାଙ୍କିଂରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହିଲଙ୍କ ପରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।

ମୁମ୍ବାଇର ଏହି ଖେଳାଳି ବିଶ୍ୱର ଏକମାତ୍ର ବ୍ୟାଟସମ୍ୟାନ ଯିଏକି ଦିନିକିଆରେ ୩ଟି ଦ୍ୱିଶତକ ଅର୍ଜନ କରିଛନ୍ତି । ସେ ୨୦୧୯ ବିଶ୍ୱକପରେ ସର୍ବାଧିକ ଶତକ ଲଗାଇ ସଚିନ ତେନ୍ଦୁଲକରଙ୍କ ରେକର୍ଡ ସହ ସମାନ ହୋଇଥିଲେ । ଏହାସହ ସର୍ବାଧିକ ୬୪୮ ରନ କରିଥିଲେ ।

ଆଇପିଏଲ ୨୦୧୬ ଓ ୨୦୧୭ରେ ମୁମ୍ବାଇ ଇଣ୍ଡିଆନ୍ସ ଡ୍ରେସିଂ ରୁମର ଅଂଶବିଶେଷ ଥିବା ବଟଲର କହିଛନ୍ତି ଯେ, ରୋହିତ କ୍ରିଜରେ ରହିଲେ ପ୍ରହାର କରିଥାନ୍ତି । ଯାହା ମ୍ୟାଚକୁ ପ୍ରଭାବିତ କରିଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.