Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଲୁସିଆନା ପ୍ରାଇମେରୀ ଜିତିଲେ ବିଡେନ୍

12/07/2020 at 10:02 PM

ଲୁସିଆନା : ରାଷ୍ଟ୍ରପତି ପ୍ରାର୍ଥୀ ହେବା ଲାଗି ପୂର୍ବତନ  ଆମେରିକା ଉପରାଷ୍ଟ୍ରପତି ଜୋ ବିଡେନଙ୍କ ପଥ କ୍ରମଶଃ ପରିସ୍କାର ହେବାରେ ଲାଗିଛି। ଏହି କ୍ରମରେ ବିଡେନ ଲୁସିଆନା ପ୍ରାଇମେରୀରେ ବିଜୟୀ ହୋଇଥିବା ଜଣାପଡିଛି।  ସିନେଟର ବର୍ଣ୍ଣି ସେଣ୍ଡର୍ସ ବିଡେନଙ୍କ ସହ ପ୍ରତିଦ୍ୱନ୍ଦ୍ୱୀତାରେ ହାରି ଯାଇଛନ୍ତି। ପୂର୍ବତନ ଉପରାଷ୍ଟ୍ରପତିଙ୍କୁ ଏଠାରେ ୮୨.୨ ପ୍ରତିଶତ ଭୋଟ ମିଳିଥିବା ବେଳେ ସେଣ୍ଡର୍ସଙ୍କୁ ମାତ୍ର ୫.୩ ପ୍ରତିଶତ ଭୋଟ ମିଳିଛି।

ପ୍ରାଇମେରୀ ବିଜୟ ସହିତ ବିଡେନ୍‌ ଅଗଷ୍ଟରେ ହେବାକୁ ଥିବା ଡେମୋକ୍ରାଟିକ ସମ୍ମିଳନୀରେ ପ୍ରାର୍ଥୀ ହେବା ଲାଗି ଔପଚାରିକତା ଉପସ୍ଥାପନ କରିବା ସହଜ ହୋଇଯାଇଛି। ଲୁସିଆନା ପ୍ରାଇମେରୀ ପୂର୍ବରୁ ଏପ୍ରିଲ ୪ ତାରଖକୁ ଚୂଡାନ୍ତ ହୋଇଥିଲା। ତେବେ କରୋନା ଭାଇରସ ମହାମାରୀ ଲାଗି ନିର୍ବାଚନ ୨ ଥର ଟଳିଥିଲା।  ଜୁନ ୨୦ ତାରିଖକୁ ପରେ ସ୍ଥିରିକୃତ ହୋଇଥିବା ନିର୍ବାଚନ ଗତ ଶନିବାର ହୋଇଥିଲା।

   Related Posts