Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ଚାଲିଥିଲା ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ, ସେପଟେ ନିଦରେ ଢଳିଲେ ରାଷ୍ଟ୍ରପତି ଜୋ ବାଇଡେନ୍, ଭିଡିଓ ଭାଇରାଲ୍

2/11/2021 at 8:48 PM

ନ୍ୟୁୟର୍କ ୦୨।୧୧: ଅକ୍ଟୋବର ୩୧ରୁ ଆରମ୍ଭ ହୋଇ ଯାଇଛି ମିଳିତ ଜାତିସଂଘ ଜଳବାୟୁ ପରିବର୍ତ୍ତନ ଅଧିବେଶନ। ହେଲେ କାର୍ଯ୍ୟକ୍ରମରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଏମିତି ଏକ ଭିଡିଓ ଭାଇରାଲ ହୋଇଛି, ଯାହା ଦେଖି ଲୋକେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। ଏମିତି ଏକ ଗୁରୁତ୍ଵପୂର୍ଣ୍ଣ ବୈଠକରେ ବାଇଡେନଙ୍କ ଏପରି କାମ ଶୋଭା ପାଉ ନାହିଁ ବୋଲି କହିଛନ୍ତି। ଭିଡିଓରେ ବାଇଡେନ୍ ନିଦରେ ଢଳୁଥିବା ଦେଖିବାକୁ ମିଳିଛି। ଏହି ସମୟରେ ଦକ୍ଷିଣ ଆଫ୍ରିକାର ମାନବାଧିକାର କାର୍ଯ୍ୟକର୍ତ୍ତା ଏଡି ନଡୋପୁ ଦିବ୍ୟାଙ୍ଗଙ୍କ ଉପରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଉପରେ ଭାଷଣ ଦେଉଥିଲେ।

ଭାଇରାଲ ଭିଡିଓରେ ସ୍ପଷ୍ଟ ଦେଖିବାକୁ ମିଳିଛି ଯେ, ବାଇଡେନ୍  ଦକ୍ଷିଣ ଆଫ୍ରିକାର ମାନବାଧିକାର କାର୍ଯ୍ୟକର୍ତ୍ତାଙ୍କ ଭାଷଣ ସମୟରେ ନିଦରେ ଢଳୁଛନ୍ତି। ସେ ତେବେ ଯାଇ ଆଖି ଖୋଲୁଛନ୍ତି ଯେବେ ଜଣେ ଅଧିକାରୀ ତାଙ୍କ ନିକଟକୁ କଥା ହେବାକୁ ଆସନ୍ତି। ଇଟାଲୀର ପ୍ରଧାନମନ୍ତ୍ରୀ ମାରିଓ ଡେଗ୍ରୀ ମଞ୍ଚ ସମ୍ଭାଳିବା ସମୟରେ ବାଇଡେନ ଆଖି ମନ୍ଥୁଥିବା ଦେଖିବାକୁ ମିଳିଛି।

ଏହି ଭିଡିଓକୁ ସମଗ୍ର ଦୁନିଆରେ ଲକ୍ଷାଧିକ ଲୋକେ ଦେଖି ସାରିଲେଣି। ଭିଡିଓକୁ ନେଇ ଲୋକେ ବାଇଡେନଙ୍କ ପରିହାସ କରିଛନ୍ତି। ଲୋକେ କହିଛନ୍ତି ଯେ, ଜଳବାୟୁ ପରିବର୍ତ୍ତନ ପରି ଗମ୍ଭୀର କାର୍ଯ୍ୟକ୍ରମରେ ଆମେରିକା ରାଷ୍ଟ୍ରପତି କେମିତି ଶୋଇ ପାରୁଛନ୍ତି। ଆଉ କିଛି ଲୋକ ତାଙ୍କ ବୟସକୁ କାରଣ ଦର୍ଶାଇଛନ୍ତି। ଅନେକ ଲୋକଙ୍କ କହିବା କଥା ୭୮ ବର୍ଷୀୟ ବାଇଡେନ୍‌ଙ୍କୁ ଯଦି ଶୋଇବାର ଅଛି ତେବେ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇ ଦେବା ଉଚିତ୍। ଏହା ପୂର୍ବରୁ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜୋ ବାଇଡେନଙ୍କୁ ଶାରୀରିକ ଏବଂ ମାନସିକ ଭାବେ ଅଯୋଗ୍ୟ ଦର୍ଶାଇଥିଲେ।

   Related Posts