ଆମେରିକା ନିର୍ବାଚନ: ସହଜରେ ଦୂର ହେବ ନାହିଁ କରୋନା ଭାଇରସ- ଜୋ ବିଡେନ

Published By : Prameya-News7 Bureau | October 29, 2020 IST

ଓ୍ବାଶିଂଟନ୍ ୨୯/୧୦: ଡେମୋକ୍ରେଟ ପ୍ରାର୍ଥୀ ଜୋ ବିଡେନ ନିଷ୍ପତ୍ତି ନେଇଛନ୍ତି ସେ ନିର୍ବାଚନ ପ୍ରଚାର କରିବେ ନାହିଁ। କରୋନା ମହାମାରୀକୁ ଦୃଷ୍ଟିରେ ନେଇ ଏଭଳି ନିଷ୍ପତ୍ତି ନେଇଛନ୍ତି ବିଡେନ। ପୁଣି ଥରେ ସେ ତାଙ୍କ ପ୍ରତିଦ୍ବନ୍ଦୀ ଡୋନାଲ୍ଡ ଟ୍ରମ୍ପଙ୍କୁ କରୋନାକୁ ନେଇ ଟାର୍ଗେଟ କରିଛନ୍ତି। କରୋନା ଚାଲିଯିବ ବୋଲି ଟ୍ରମ୍ପ କେବଳ ମିଛ ପ୍ରତିଶ୍ରୁତି ଦେଉଥିବା ସେ କହିଛନ୍ତି। ତେବେ ଟ୍ରମ୍ପ ମହାମାରୀକୁ ନେଇ ସବୁବେଳେ ଟାର୍ଗେଟରେ ରହୁଛନ୍ତି। ମହାମାରୀ ରୋକିବାରେ ସେ ବିଫଳ ବୋଲି ପୂର୍ବରୁ ମଧ୍ୟ ଟ୍ରମ୍ପଙ୍କ ଉପରେ ଆରୋପ ଲାଗିଛି।

ଡେଲାଭେୟାର ଓ୍ବିଲମିଙ୍ଗଟନରେ ବିଡେନ ତାଙ୍କ ଭାଷଣ ସମୟରେ କହିଛନ୍ତି ଯଦି ସେ ଜିତନ୍ତି ତେବେ ତାଙ୍କୁ ମହାମାରୀ ଦୂର କରିବା ପାଇଁ ବଠିନ ପରିଶ୍ରମ କରିବାକୁ ପଡ଼ିବ। ଏହି ପ୍ରତିଶ୍ରୁତି କରିପାରିବେ ଯେ ତାଙ୍କ କାର୍ଯ୍ୟର ପ୍ରଥମ ଦିନରୁ କିନ୍ତୁ ଠିକ୍ କାମ ଦିଗରେ ଆଗକୁ ବଢ଼ିବେ।

ସେହିପରି ଏରିଜୋନରେ ଟ୍ରମ୍ପ ତାଙ୍କ ନିର୍ବାଚନୀ ରାଲିରେ କରୋନା ମହାମାରୀକୁ ନଜର ଅନ୍ଦାଜ କରିଛନ୍ତି। ସେ ଏରିଜୋନରେ ଯାହା ବି କିଛି ରାଲି କରିଛନ୍ତି ସେଥିରେ ତାଙ୍କର ସାମାଜିକ ଦୂରତ୍ବ କଟକଣାକୁ କୋହଳ କରାଯାଇଥିଲା। ସୂଚନାଯୋଗ୍ୟ ଆମେରିକାରେ ୨୯ ରାଜ୍ୟରେ କରୋନାର ପ୍ରଭାବ ସେମିତି ରହିଛି। ଏବେ ସୁଦ୍ଧା ମହାମାରୀ ଯୋଗୁ ଆମେରିକାରେ ୨୨୭,୦୦୦ ଲୋକ ପ୍ରାଣ ହରାଇସାରିଲେଣି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.