ଆମେରିକା ରାଷ୍ଟ୍ରପତି ନିର୍ବାଚନ : ଜୋ ବିଡେନ କହିଲେ, ‘ଆମେ ଶାନ୍ତ ରହିବା ଉଚିତ୍, ଲୋକତନ୍ତ୍ରରେ ବିଶ୍ବାସ ରହିଛି’

Published By : Prameya-News7 Bureau | November 07, 2020 IST

ଓ୍ବାଶିଂଟନ୍ ୭।୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ତିନି ଦିନ ବିତିସାରିଲାଣି । ମାତ୍ର ବର୍ତ୍ତମାନ ପର୍ଯ୍ୟନ୍ତ କାହାକୁ ସ୍ପଷ୍ଟ ବହୁମତ ମିଳିଛି ଏହାକୁ ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭୋଟଗଣନାରେ ଅନିୟମିତତା ଏବଂ ରାଷ୍ଟ୍ରପତି ପଦ ପାଇଁ ଦାବି କରୁଥିବା ଜୋ ବିଡେନଙ୍କୁ ଚେତାବନୀ ଦେଇଛନ୍ତି । ଅନ୍ୟପଟେ ବିଡେନ କହିଛନ୍ତି ଆମକୁ ଶାନ୍ତ ରହିବା ଉଚିତ୍ । କିଛି ଲୋକ ଆମକୁ ରୋକିବାକୁ ଚେଷ୍ଟା କରୁଛନ୍ତି । ମାତ୍ର ମୁଁ ଏମିତି ହେବାକୁ ଦେବୁନି ।

ଡେମୋକ୍ରାଟିକ୍ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନ କହିଛନ୍ତି, ଆମେରିକା ନିର୍ବାଚନ କଠିନ ପରିସ୍ଥିତି ଦେଇ ଗତି କରୁଛି । ଏହି ସମୟରେ ଆମକୁ ଶାନ୍ତ ରହିବ ଉଚିତ୍ । ଅନ୍ୟମାନେ ଏହାକୁ ରୋକିବାକୁ ଶତ ଚେଷ୍ଟା କରୁଛନ୍ତି । ତାହା ମୋତେ କୌଣସି ଫରକ ପଡିବନାହିଁ । ମୁଁ ଏହା ହେବାକୁ ଦେବିନାହିଁ । ଆମେ ଲୋକତନ୍ତ୍ରରେ ବିଶ୍ବାସ ରଖୁଛି । ମାତ୍ର ରାଜନୀତିର ଉଦ୍ଦେଶ୍ୟ ରାଷ୍ଟ୍ର ପାଇଁ କାମ କରିବା । ଆମେ ବିରୋଧୀ ହୋଇପାରୁ । ମାତ୍ର ଆମେ ଶତ୍ରୁ ନୁହେଁ, ଆମେ ଆମୋରିକୀୟ । ସଂଖ୍ୟା ଆମକୁ ଏକ ସ୍ପଷ୍ଟ ଏବଂ ଠୋସ୍ ଚିତ୍ର ବାଖ୍ୟା କରୁଛି । ଆମେ ଏହି ଦୌଡରେ ବିଜୟୀ ହେବାକୁ ଯାଉଛୁ ।

wp:html /wp:html

ଏବେ ବ୍ୟାଟେଲଗ୍ରାଉଣ୍ଡ ଷ୍ଟେଟସରେ ଭୋଟ୍ ଗଣତି ଜାରି ରହିଛି । ମାତ୍ର ଏପର୍ଯ୍ୟନ୍ତ ଟ୍ରମ୍ପଙ୍କ ତରଫରୁ ଲୋକମାନଙ୍କ ସମ୍ମୁଖକୁ ଆସି ସମ୍ବୋଧନ କରିନାହାନ୍ତି । ଟ୍ରମ୍ପ୍ ଲଗାତର ଟ୍ବିଟରରେ ସକ୍ରିୟ ଅଛନ୍ତି । ଏପର୍ଯ୍ୟନ୍ତର ଆକଳନ ଅନୁସାରେ ବିଡେନଙ୍କୁ ୨୬୪ ଇଲେକ୍ଟ୍ରୋରାଲ ଭୋଟ୍ ମିଳିଥିବା ବେଳେ ଟ୍ରମ୍ପଙ୍କୁ ୨୧୩ ଇଲେକ୍ଟ୍ରୋରାଲ ଭୋଟ୍ ମିଳିଛି ।

ବିଡେନ ୫ରୁ ୪ ବ୍ୟାଟେଲଗ୍ରାଉଣ୍ଡ ଷ୍ଟେଟସରେ ଆଗୁଆ ରହିଛନ୍ତି । ଏବେ ଏଠାରେ ଭୋଟ୍ ଗଣତି ଜାରି ରହିଛି । ଟ୍ରମ୍ପ ବିଡେନଙ୍କଠାରୁ ଏରିଜୋନାରେ (୩୮୪୫୫ ଖଣ୍ଡ ଭୋଟ୍ ପଛୁଆ), ଜର୍ଜିଆରେ (୪୨୨୪), ପେନସିଲଭେନିଆ (୧୯୫୦୦) ଖଣ୍ଡ ଭୋଟ୍ ରେ ପଛୁଆ ଅଛନ୍ତି । ମାତ୍ର ଉତ୍ତର କେରୋଲିନାରେ ୭୬୫୮୭ ଭୋଟ୍ ରେ ଆଗୁଆ ଅଛନ୍ତି ।

ଆମେରିକା ନିର୍ବାଚନରେ ବିଜୟୀ ଘୋଷିତ ହେବା ପାଇଁ ଉଭୟ ପ୍ରାର୍ଥୀଙ୍କ ମଧ୍ୟରୁ ଜଣଙ୍କୁ ୫୩୮ ଇଲେକ୍ଟୋରାଲ ଭୋଟି ରୁ ଅତି କମ୍ ରେ ୨୭୦ ଭୋଟ୍ ହାସଲ କରିବା ଜରୁରୀ । ଟ୍ରମ୍ପ ନିର୍ବାଚନର ପ୍ରାମାଣିକତାକୁ ଚ୍ୟାଲେଞ୍ଜ ଦେଇଛନ୍ତି ଏବଂ କହିଛନ୍ତି ଯେ, ଏହି ନିର୍ବାଚନରେ ମତଦାତାଙ୍କୁ ଧୋକ୍କା ଦିଆଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.