Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜାସନ ରୟ ଓ ଓ୍ଵିଲିୟମସନଙ୍କ ଅର୍ଦ୍ଧଶତକ, ଲଗାତାର ପରାଜୟ ପରେ ରାଜସ୍ଥାନକୁ ହରାଇ ବିଜୟର ସ୍ଵାଦ ଚାଖିଲା ହାଇଦ୍ରାବାଦ
  • ||
  • ବିଜାପୁର ସିଆରପିଏଫ କ୍ୟାମ୍ପ ଉପରେ ନକ୍ସଲ ହମ୍‌ଲା, ଜାରି ରହିଛି ଗୁଳି ବିନିମୟ
  • ||
  • ନ୍ୟୁଜ7ରେ ପୁଣି ଆାରମ୍ଭ ହେବ ‘ହଟସିଟ୍ ’, ସିଜନ-୨ରେ ସାମିଲ୍‌ ହେବେ ବହୁ ବିଶିଷ୍ଟ ବ୍ୟକ୍ତି
  • ||
  • ଆଞ୍ଜେଲା ମାର୍କେଲଙ୍କ ଯୁଗ ଶେଷ ! ଜର୍ମାନ ନିର୍ବାଚନରେ ଖୁବ୍ କମ ଭୋଟରେ ହାରିଲା ମାର୍କେଲଙ୍କ ପାର୍ଟି, କ୍ଷମତା ଡୋର ସୋସିଆଲ ଡେମୋକ୍ରାଟ୍ସଙ୍କ ହାତକୁ ଯିବ
  • ||
  • ଭୁବନେଶ୍ବର : ‘ଗୁଲାବ’ ପ୍ରଭାବରେ ରାଜ୍ୟର ହୋଇନି ବେଶୀ ପବନ, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଗୋଟିଏ ଗୋଟିଏ ବ୍ଲକ୍‌ରେ ଅଧିକ ବର୍ଷା : SRC
  • ||
  • କାଲିମେଳା : ରାସ୍ତାରେ ଚାଲୁଛି ୨ରୁ ୩ଫୁଟ ବର୍ଷାଜଳ, ଉଭୟ ପାର୍ଶ୍ବରେ ଅଟକିଛି ଯାନବାହାନ
  • ||
  • ମୋହନା : ଗଜପତିରେ ପ୍ରଭାବ ପକାଇଲା ‘ଗୁଲାବ’, ବିଭିନ୍ନ ସ୍ଥାନରେ ଗଛ ପଡି ରାସ୍ତା ଅବରୋଧ
  • ||
  • ଆଇପିଏଲ ୨୦୨୧ : ୪୦ ତମ ଲିଗ୍‌ ମୁକାବିଲାରେ ମୁହାଁମୁହିଁ ହେବେ ହାଇଦ୍ରାବାଦ ଓ ରାଜସ୍ଥାନ
  • ||
  • କେନ୍ଦୁଝର : ବଣୁଆ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ, ମଞ୍ଚାରୁ ଓହ୍ଲାଇ ଘରକୁ ଯିବାବେଳେ ଆକ୍ରମଣର ଶିକାର
  • ||
  • ଜୟପୁର : ଲଗାଣ ବର୍ଷା ଯୋଗୁଁ ଧସିଲା ମାଟି ଅତଡା, ଜାତୀୟ ରାଜପଥ ଅବରୋଧ
  • ||

ଜୋ ବିଡେନ୍ ହେଲେ ଡେମୋକ୍ରାଟିକ୍ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ, ୫୦ ରାଜ୍ୟରୁ ଅନଲାଇନ୍ ଭୋଟ୍ ରେ ମିଳିଲା ଜବରଦସ୍ତ ସମର୍ଥନ, ‘ମ୍ୟାନ୍ ଅଫ୍ କରେଜ’ କହିଲେ- ‘ଏହା ମୋ ପାଇଁ ବଡ ସମ୍ମାନ’

19/08/2020 at 3:01 PM

ଓ୍ବାଶିଂଟନ୍ ୧୯।୮: ଡେମୋକ୍ରାଟିକ୍ ପାର୍ଟି ମଙ୍ଗଳବାର ରାତିରେ ଔପଚାରିକ ଭାବେ ଜୋ ବିଡେନ୍ ଙ୍କୁ ଆଗାମୀ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି । ନଭେମ୍ବର ୩ ତାରିଖରେ ହେବା ହେବାକୁ ଥିବା ନିର୍ବାଚନରେ ରିପବ୍ଲିକାନ୍ ପାର୍ଟିର ପ୍ରାର୍ଥୀ ଏବଂ ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ତାଙ୍କର ମୁକାବିଲା ହେବ । ପାର୍ଟି ପକ୍ଷରୁ ପ୍ରାର୍ଥୀ ଚୟନ ପରେ ଜୋ ବିଡେନ୍ କହିଥିଲେ ଯେ, ଡେମୋକ୍ରାଟିକ୍ ପାର୍ଟି ପକ୍ଷରୁ ନାମାଙ୍କନ ସ୍ବୀକାର କରିବା ମୋ ଜୀବନର ସମ୍ମାନ ଅଟେ । ନିଜ ରାଜନୈତିକ କ୍ୟାରିୟରରେ ଡେମୋକ୍ରାଟିକ୍ ପାର୍ଟି ପକ୍ଷରୁ ପ୍ରାର୍ଥୀ ଚୟନ କରାଯିବା ଜୋ ବିଡେନ୍ ଙ୍କ ପାଇଁ ଏପର୍ଯ୍ୟନ୍ତର ସବୁଠୁ ବଡ ଉପଲବ୍ଧି ।

ବିଡେନ୍ ଟ୍ବିଟ୍ କରି କହିଛନ୍ତି ଯେ, ‘ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ପଦ ପାଇଁ ଡେମୋକ୍ରାଟିକ୍ ପାର୍ଟିର ନାମାଙ୍କନକୁ ସ୍ବୀକାର କରିବା ମୋ ଜୀବନର ସମ୍ମାନ ।’ ୫୦ ରାଜ୍ୟରୁ ଅନଲାଇନ୍ ଭୋଟ୍ ରେ ମିଳିଛି ଜବରଦସ୍ତ ସମର୍ଥନ । ପ୍ରାଇମେରୀ ବେଳେ ବିଡେନଙ୍କୁ ୨,୬୮୭ ପ୍ରତିନିଧୀଙ୍କ ସମର୍ଥନ ମିଳିଥିଲା । ଯାହା ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ ବର୍ଣ୍ଣି ସେଡର୍ସଙ୍କୁ ମିଳିଥିବା ସମର୍ଥନର ଦୁଇ ଗୁଣା । ସେଡର୍ସଙ୍କୁ ୧୦୭୩ ପ୍ରତିନିଧିଙ୍କ ସମର୍ଥନ ମିଳିଛି ।

ଡେମୋକ୍ରାଟିକ୍ ନ୍ୟାସନାଲ କନଭେନସନର ଦ୍ବିତୀୟ ଦିନ ନାମାଙ୍କନ ହୋଇଥିଲା । ଯେଉଁଥିରେ ପୂର୍ବତନ ଏବଂ ବର୍ତ୍ତମାନର ଡେମୋକ୍ରାଟିକ୍ ନେତା ଏବଂ ସ୍ପିକର ବିଡେନଙ୍କୁ ନିଜ ସମର୍ଥନ ଦେଇଥିଲେ । ବିଡେନ୍ ଏକ ଲାଇଭ୍ ଓ୍ବେବକାଷ୍ଟରେ କହିଥିଲେ ଯେ, ଆପଣ ସମସ୍ତଙ୍କୁ ଧନ୍ୟବାଦ, ଏହା ମୋର ଏବଂ ମୋ ପରିବାର ପାଇଁ କୌଣସି ବିଶ୍ବ ଭଳି ହେବା ଉଚିତ୍ । ଆପଣ ସମସ୍ତଙ୍କୁ ଗୁରୁବାର ଦିନ ଭେଟିବି ।

   Related Posts