ବିଜୟ ଆଡକୁ ଅଗ୍ରସର ଜୋ ବାଇଡେନ, ଜୋରଦାର ହେଲା ବିରୋଧ ପ୍ରଦର୍ଶନ, ହିଂସା ଆଶଙ୍କାରେ ସାରା ଦେଶରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

Published By : Prameya-News7 Bureau | November 05, 2020 IST

ନୂଆଦିଲ୍ଲୀ ୦୫/୧୧ : ସାରା ବିଶ୍ବର ନଜର ଏବେ ଆମେରିକା ଉପରେ । କିଏ ହେବ ଆମେରିକାର ନୂଆ ରାଷ୍ଟ୍ରପତି, ତାକୁ ନେଇ ଏବେବି ସସପେନ୍ସ ଲାଗିରହିଛି । ଡେମୋକ୍ରାଟିକ ପାର୍ଟି ପ୍ରାର୍ଥୀ ଜୋ ବାଇେଡନଙ୍କ ପଲ୍ଲା ଏବେ ବି ଭାରି ରହିଛି । ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପାଇଁ ୨୭୦ ଇଲେକ୍ଟୋରାଲ ଭୋଟ ଆବଶ୍ୟକ ଥିବା ବେଳେ ମାତ୍ର ୬ଟି ଭୋଟ ଦୂରରେ ଅଛନ୍ତି ଜୋ ବାଇଡେନ । ସେପଟେ ବାଇଡେନ ବିରୋଧରେ ଭୋଟ ଜାଲିଆତି ଅଭିଯୋଗ ଆଣି କୋର୍ଟର ଆଶ୍ରୟ ନେଇଛନ୍ତି ରିପବ୍ଲିକାନ ପ୍ରାର୍ଥୀ ତଥା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।

{"id":356699,"sizeSlug":"large"}

ସେପଟେ ମୁହାଁମୁହିଁ ହୋଇଛନ୍ତି ଟ୍ରମ୍ପ ଏବଂ ବାଇଡେନଙ୍କ ସମର୍ଥକ । ଆଗକୁ ହିଂସା ଆଶଙ୍କା କରି ସାରା ଦେଶରେ ହାଇଆଲର୍ଟ ଜାରି କରାଯାଇଛି । ହିଂସା ପାଇଁ ଉସୁକାଉଥିବା ଅଭିଯୋଗରେ ୫୦ ଜଣଙ୍କୁ ଗିରଫ କରି ସାରିଲାଣି ପୋଲିସ । ବୁଧବାର ବିଳମ୍ବିତ ରାତିରେ ନ୍ୟୁୟର୍କରେ ପ୍ରାୟ ୫୦ ଜଣଙ୍କୁ ଗିରଫ କରିଥିଲା ପୋଲିସ । ସେପେଟ ପରିସ୍ଥିତି ଅସମ୍ଭାଳ ହେବାରୁ ପୋର୍ଟଲାଣ୍ଡରୁ ୧୧ ଜଣଙ୍କୁ ଉଠାଇ ନେଇଛି ପୋଲିସ । ଭୋଟ ଗ୍ରହଣ ପରେ ଗଣତି ଆରମ୍ଭ ହେବା ମାତ୍ରେ ଜାଲିଆତି ଅଭିଯୋଗ ଆଣି ବିରୋଧ ପ୍ରଦର୍ଶନ କରିଥିଲେ ଟ୍ରମ୍ପଙ୍କ ସମର୍ଥକ ।

{"id":356700,"sizeSlug":"large"}

ଅନ୍ୟପଟେ ଓ୍ବାଶିଂଟନରେ ବାଇେଡନଙ୍କ ସମର୍ଥକ ଟ୍ରମ୍ପଙ୍କ ବିରୋଧରେ ଜୋରଦାର ନାରାବାଜି କରିଥିଲେ । ଯେତେ ଯେତେ ସମୟ ପାଖଉଛି ଉଭୟ ପକ୍ଷରୁ ବିରୋଧ ପ୍ରଦର୍ଶନ ଜୋରଦାର ହେଉଛି । ଅନେକ ସ୍ଥାନରେ ହିଂସା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ଆଗକୁ ଆମେରିକାରେ ସ୍ଥିତି କେଉଁ ଆଡକୁ ଯାଉଛି ତାହା ଦେଖିବା ବାକି ରହିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.