Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଜାଣନ୍ତୁ କେଉଁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ
  • ||
  • ରୋହିତ ଶର୍ମା ହେଲେ ଟିମ ଇଣ୍ଡିଆର ନୂତନ ଦିନିକିଆ ଅଧିନାୟକ, ବିରାଟଙ୍କୁ କେବଳ ଟେଷ୍ଟ ଦାୟିତ୍ଵ
  • ||
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||

ସୁଧୁରିବ କି ସଂପର୍କ: ନିଜର ବଡ ଶତ୍ରୁ ପୁଟିନଙ୍କୁ ‘ଚଷମା’ ଉପହାର ଦେଲେ ଜୋ ବାଇଡେନ୍, ପ୍ରଶଂସା କଲେ ରୁଷ ରାଷ୍ଟ୍ରପତି

18/06/2021 at 8:37 PM

ନ୍ୟୁୟର୍କ ୧୮।୦୬: ଚଳିତ ସପ୍ତାହରେ ଜେନେଭା ଶିଖର ସମ୍ମିଳନୀରେ ପ୍ରଥମ ଥର ପରସ୍ପରକୁ ଭେଟିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ହସ ହସ ମୁହଁରେ ପରସ୍ପରର ହାତ ମିଳାଇ ଦୁଇ ନେତା ଐତିହାସିକ ସମ୍ମିଳନୀର ଆରମ୍ଭ କରିଥିଲେ। ସୌହାର୍ଦ୍ଦ୍ୟପୂର୍ଣ୍ଣ ମାହୋଲରେ ଦୁଇ ନେତାଙ୍କ ବୈଠକ ପରେ ନିଜ ନିଜର ରାଷ୍ଟ୍ରଦୂତଙ୍କୁ ପରସ୍ପର ଦେଶକୁ ପଠାଇବାକୁ ସହମତି ପ୍ରକାଶ ପାଇଛି। ଏହି ସାକ୍ଷାତରେ ବାଇଡେନ୍ ପୁଟିନଙ୍କୁ ଏକ ସ୍ଵତନ୍ତ୍ର ଚଷମା ଉପହାର କରିଛନ୍ତି, ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଅନ୍ୟପଟେ ପୁଟିନ୍‌ ମଧ୍ୟ ଜୋ ବାଇଡେନ୍‌ଙ୍କ ପ୍ରଶଂସା କରିଛନ୍ତି।

ସୂଚନା ଅନଯାୟୀ, ବାଇଡେନ୍ ସ୍ଵତନ୍ତ୍ର ଭାବେ ପ୍ରସ୍ତୁତ ଏଭିଏଟର ସନଗ୍ଲାସେସ୍‌ର ଏକ ଯୋଡା ପୁଟିନଙ୍କୁ ଉପହାର କରିଛନ୍ତି। ଏହି ଚଷମାକୁ ଆମେରିକା କମ୍ପାନୀ ପ୍ରସ୍ତୁତ କରିଛନ୍ତି। ଏହାକୁ ଆମେରିକା ସେନା ନାଟୋ ଦେଶଗୁଡିକୁ ରପ୍ତାନୀ କରିଥାନ୍ତି। ଜୋ ବାଇଡେନ୍ କ୍ରିଷ୍ଟଲରେ ନିର୍ମିତ ବାଇସନର ଏକ ମୂର୍ତ୍ତି ମଧ୍ୟ ପୁଟିନଙ୍କୁ ଉପହାର କରିଛନ୍ତି। ବାଇସନ ହେଉଛି ଆମେରିକାର ଜାତୀୟ ପଶୁ।

କୁହାଯାଉଛି ନାଟୋ ସହ ଜଡିତ ଚଷମାକୁ ଉପହାର କରି ବାଇଡେନ୍ ପୁଟିନଙ୍କୁ ବଡ ସନ୍ଦେଶ ଦେଇଛନ୍ତି। ଏହି ଚଷମାକୁ ପ୍ରସ୍ତୁତ କରିଥିବା କମ୍ପାନୀ ରେନଡୋଲ୍ଫ ୟୁଏସଏ କହିଛି, କମ୍ପାନୀ HGU-4/P Aviator ସନଗ୍ଲାସକୁ ଲଢୁଆ ପାଇଲଟ୍‌ଙ୍କ ପାଇଁ ଡିଜାଇନ କରିଛି। କମ୍ପାନୀ ପ୍ରତି ମାସରେ ଏହି ଧରଣର ଚଷମା ୨୫ ହଜାର  ଚଷମା ଉତ୍ପାଦନ କରିବା ପାଇଁ ୧୯୭୮ରୁ ଆମେରିକା ସେନ ସହ ଚୁକ୍ତି କରିଛି।

ଏହି ସାକ୍ଷାତକୁ ନେଇ ପୁଟିନ୍ କହିଛନ୍ତି, ଆଲୋଚନା ସମୟରେ ଦୁଇ ଦେଶ ମଧ୍ୟରେ କୌଣସି କଟୁତା ନଥିଲା। ଆଗାମୀ ସମୟରେ ଏହି ଆଲୋଚନାକୁ ଜାରି ରଖିବୁ। ଆଶା କରୁଛୁ ଆମେରିକା ମଧ୍ୟ ଏହି ଦିଗରେ ଅଗ୍ରସର ହେବ। ୭୮ ବର୍ଷୀୟ ବାଇଡେନ୍‌ଙ୍କ ପ୍ରତି ପୁଟିନ(୬୮) ନିଜର ସକରାତ୍ମକ ଆଭିମୁଖ୍ୟ ପୋଷଣ କରିଛନ୍ତି। ପୁଟିନ୍ ଆଲୋଚନାକୁ ମୈତ୍ରୀପୂର୍ଣ୍ଣ ଦର୍ଶାଇଛନ୍ତି ଏବଂ ବାଇଡେନଙ୍କ ବାଣିଜ୍ୟ ନୀତିକୁ ପ୍ରଶଂସା କରିଛନ୍ତି।

ସେ କହିଛନ୍ତି, ଆମେରିକା ନେତା ଜାଣିଛନ୍ତି, ସେ କଣ ହାସଲ କରିବାକୁ ଚାହାନ୍ତି। ସେ କହିଛନ୍ତି ବାଇଡେନ୍‌ଙ୍କ ଛବିକୁ ନେଇ ଆମର ଏବଂ ଆମେରିକା ଗଣମାଧ୍ୟମ ଯେଉଁ ଭାବେ ଚିତ୍ରଣ କରନ୍ତି, ସେଥିରେ କୌଣସି ସମାନତା ନାହିଁ ବୋଲି ପୁଟିନ୍ କହିଛନ୍ତି।

   Related Posts