ଭାରତୀୟ-ଆମେରିକୀୟ ନୀରା ଟଣ୍ଡେନଙ୍କୁ ବଜେଟ୍ କାର୍ଯ୍ୟାଳୟର ନିର୍ଦ୍ଦେଶକ ଭାବେ ମନୋନୀତ କରି ପାରନ୍ତି ଜୋଏ ବାଇଡେନ

Published By : Prameya-News7 Bureau | November 30, 2020 IST

ଓ୍ଵାଶିଂଟନ ୩୦।୧୧: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋଏ ବାଇଡେନ ଭାରତୀୟ-ଆମେରିକୀୟ ନୀରା ଟଣ୍ଡେନଙ୍କୁ ପରିଚାଳନା ଏବଂ ବଜେଟ କାର୍ଯ୍ୟାଳୟର ନିର୍ଦ୍ଦେଶକ ଭାବରେ ମନୋନୀତ କରି ପାରନ୍ତି। ସ୍ଥାନୀୟ ଗଣମାଧ୍ୟମରେ ରବିବାର ଏନେଇ ଖବର ପ୍ରକାଶ ପାଇଛି।

ଯଦି ଯୁକ୍ତରାଷ୍ଟ୍ର ଆମେରିକା ସିନେଟ୍ ଦ୍ଵାରା ଏହି ପଦ ପାଇଁ ଟଣ୍ଡେନଙ୍କ ନାଁରେ ମୋହର ବାଜେ, ତେବେ ଶ୍ରୀମତୀ ଟଣ୍ଡେନ୍ (୫୦) ହ୍ୱାଇଟ ହାଉସରେ ପ୍ରଭାବଶାଳୀ ମ୍ୟାନେଜମେଣ୍ଟ ଏବଂ ବଜେଟ୍ ପରିଚାଳନାର ପ୍ରମୁଖ ଭାବେ ପ୍ରଥମ ଅଶ୍ଵେତ ମହିଳା ହେବେ। ଟଣ୍ଡେନ ସଂପ୍ରତି  ଆମେରିକୀୟ ପ୍ରଗତି ପାଇଁ ବାମପନ୍ଥୀ କେନ୍ଦ୍ରର ମୁଖ୍ୟ କାର୍ଯ୍ୟନିର୍ବାହୀ ଭାବେ କାର୍ଯ୍ୟ କରୁଛନ୍ତି।

ଓଏମବିର ମୁଖ୍ୟ ଭାବେ ଟଣ୍ଡେନ୍ ବିଡେନଙ୍କ ବଜେଟ୍ ପ୍ରସ୍ତୁତ ପାଇଁ ଦାୟୀ ରହିବେ ଏବଂ ସରକାରଙ୍କ ଆଭ୍ୟନ୍ତରୀଣ କାର୍ଯ୍ୟ ବିଷୟରେ ଗଭୀର ଜ୍ଞାନ ଥିବା ଅନେକ ଶହ ବଜେଟ୍ ବିଶ୍ଳେଷକ, ଅର୍ଥନୀତିଜ୍ଞ ଏବଂ ନୀତି ପରାମର୍ଶଦାତାଙ୍କୁ ନିର୍ଦ୍ଦେଶ ଦେବେ।

ଓ୍ଵାଶିଂଟନ ପୋଷ୍ଟ ଅନୁଯାୟୀ ଟଣ୍ଡେନଙ୍କ ଉପରେ ସରକାରୀ ଖର୍ଚ୍ଚ ଉପରେ ଲଗାମ ଲଗାଇବାର ଚାପ ରହିବ। ମାତ୍ର ବର୍ତ୍ତମାନ ଆର୍ଥିକ ମାନ୍ଦାବସ୍ଥାର ମୁକାବିଲା ଲାଗି  ବାଇଡେନ ପ୍ରଶାସନର ଯୋଜନାକୁ ପ୍ରସ୍ତୁତ କରିବାରେ ସମ୍ଭବତଃ ସେ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିବେ।

ଏହା ପୂର୍ବରୁ ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ ତାଙ୍କର ନୂଆ କ୍ୟାବିନେଟ ଗଠନ କରିଛନ୍ତି । ରାଷ୍ଟ୍ରପତି ପ୍ରଥମ ଥର ପାଇଁ ଏକ ସର୍ବ-ମହିଳା ପ୍ରେସ ଟିମ୍ ଚୟନ କରିଛନ୍ତି । ଜୋ ବାଇଡେନ ଏକ ବିବୃତ୍ତିରେ କହିଛନ୍ତି ଯେ, ‘ ଆଜି ପ୍ରଥମଥର ପାଇଁ ହ୍ବାଇଟ୍ ହାଉସରେ ସର୍ବ-ମହିଳା ସିନିୟର ଟିମକୁ ଘୋଷଣା କରି ମୁଁ ଗର୍ବିତ। ଏହି ଯୋଗ୍ୟ ଏବଂ ଅଭିଜ୍ଞ ପ୍ରେସ ଟିମ୍ ସେମାନଙ୍କ କାର୍ଯ୍ୟରେ ବିଭିନ୍ନ ଦୃଷ୍ଟିକୋଣ ଏବଂ ପାରଦର୍ଶୀତା ବଳରେ ଦେଶ ପୁଣି ଥରେ ଉନ୍ନତିପଥରେ ଚାଲିବ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.