Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ପ୍ରଥମ ଦିନରେ ବାଇଡେନଙ୍କ ଆକ୍ସନ୍ : ଟ୍ରମ୍ପଙ୍କ ନିଷ୍ପତ୍ତି ରଦ୍ଦ, WHOରେ ସାମିଲ ହେବ ଆମେରିକା, ସ୍ବାଗତ କଲା ଜାତିସଂଘ

21/01/2021 at 6:08 PM

ଓ୍ବାଶିଂଟନ ୨୧/୦୧ : ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ କାର୍ଯ୍ୟଭାର ସମ୍ଭାଳିବା ପରେ ଗୋଟିଏ ପରେ ଗୋଟିଏ ପରିବର୍ତ୍ତନ କରିଚାଲିଛନ୍ତି ଜୋ ବାଇଡେନ୍‌ । ବିଶ୍ବ ସ୍ବାସ୍ଥ୍ୟ ସଂଗଠନରେ ଆମେରିକାକୁ ପୁଣିଥରେ ସାମିଲ କରିବାକୁ ମୋହର ମାରିଛନ୍ତି ବାଇଡେନ୍ । ଗତ ବର୍ଷ, କରୋନା ମହାମାରୀ ସହ ମୁକାବିଲା କରିବାରେ ବିଫଳ ହେବା ଏବଂ ଚାଇନାକୁ ଅହେତୁକ ଅନୁକମ୍ପା ଦେଖାଉଥିବା ଅଭିଯୋଗ ଆଣି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଠାରୁ ଆମେରିକାକୁ ଅଲଗା କରିଥିଲେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ।

ଗତ ବର୍ଷ ଏପ୍ରିଲ ମାସରେ WHOକୁ ଆମେରିକା ଦେଉଥିବା ଅର୍ଥ କୋଷକୁ ମଧ୍ୟ ବନ୍ଦ କରିବାକୁ ଘୋଷଣା କରିଥିଲେ ଟ୍ରମ୍ପ । ଏହାକୁ ନେଇ ଟ୍ରମ୍ପ ଅଭିଯୋଗ କରିଥିଲେ ଯେ, ‘ବାସ୍ତବରେ WHOକୁ ଚାଇନା ହିଁ ନିୟନ୍ତ୍ରଣ କରୁଛି । କରୋନା ଭାଇରସକୁ ନେଇ ଚାଇନା ମିଛ କହୁଛି ଏବଂ WHO ଚାଇନାକୁ ଅହେତୁକ ଅନୁକମ୍ପା ଦେଖାଉଛି’ ।

ତେବେ ଟ୍ରମ୍ପ ଲାଗୁକରିଥିବା ନିୟମକୁ ରଦ୍ଦ କରିବାକୁ ଜୋ ବାଇଡେନ୍‌ ଆଦେଶ ଦେଇଛନ୍ତି । ଏହା ସହ କାର୍ଯ୍ୟଭାର ଆରମ୍ଭର ପ୍ରଥମ ଦିନରେ ହିଁ ସଂଯୁକ୍ତ ରାଷ୍ଟ୍ର ମହାସଚିବ ଏଣ୍ଟୋନିଓ ଗୁତରେସ୍‌ଙ୍କୁ ଏକ ଚିଠି ଲେଖି କହିଛନ୍ତି, ‘ଆମେରିକା ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ସଦସ୍ୟ ଭାବେ ପୂର୍ବପରି ରହିବାକୁ ଚାହୁଁଛି । WHO ମହାମାରୀ ସହିତ ଲଢିବା ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ଉଲ୍ଲେଖନୀୟ ପଦକ୍ଷେପ ନେଇଛି । ଏହା ସହିତ ମହାମାରୀ ବିରୁଦ୍ଧରେ ଲଢିବା ପାଇଁ ମହତ୍ତ୍ବପୁର୍ଣ୍ଣ ଭୂମିକା ଗ୍ରହଣ କରିଛି’।

ବାଇଡେନଙ୍କ ଚିଠିର ଉତ୍ତର ଦେବାକୁ ଯାଇ ସଂଯୁକ୍ତ ରାଷ୍ଟ୍ର ମହାସଚିବ ଏଣ୍ଟୋନିଓ ଗୁତରେସ୍ କହିଛନ୍ତି, ‘WHOରେ ଆମେରିକାର ସଦସ୍ୟ ପଦକୁ ସ୍ବାଗତ କରୁଛୁ । କୋଭିଡ୍-୧୯ ବିରୁଦ୍ଧରେ ଲଢିବା ପାଇଁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ସମର୍ଥନ କରିବା ବହୁତ ଗୁରୁତ୍ବପୂର୍ଣ୍ଣ’ ।

ଏହା ସହ ସଂଯୁକ୍ତ ରାଷ୍ଟ୍ର ପ୍ରମୁଖ ପ୍ରବକ୍ତା ବୁଧବାର ତାଙ୍କ ବୟାନରେ କହିଛନ୍ତି, କୋଭିଡ୍-୧୯ ବିରୁଦ୍ଧରେ ଲଢିବା ପାଇଁ WHOର ସମର୍ଥନ ଗୁରୁତ୍ବପୂର୍ଣ୍ଣ । ଏହା ସହ ସେ କହିଛନ୍ତି, ବର୍ତ୍ତମାନ ବିଶ୍ବ ସମୁଦାୟ ଏକଜୁଟ୍ ହୋଇ କାମ କରିବା ଉଚିତ ।

   Related Posts